ଅଗଷ୍ଟ ଆରମ୍ଭରୁ ଶେୟାର ବଜାରରେ ନୂଆ ରେକର୍ଡ; ସର୍ବକାଳୀନ ଉଚ୍ଚରେ ସେନସେକ୍ସ, ନିଫ୍ଟି

ନୂଆଦିଲ୍ଲୀ,୧।୮: ଘରୋଇ ଶେୟାର ବଜାରରେ ଅଗଷ୍ଟ ମାସର ପ୍ରଥମ ଦିନରୁ ଉତ୍ସାହ ଦେଖିବାକୁ ମିଳିଛି। ପ୍ରମୁଖ ଘରୋଇ ସୂଚକାଙ୍କ ମଧ୍ୟରୁ ନିଫ୍ଟି ୫୦ ଆଜି ପ୍ରାରମ୍ଭିକ କାରବାରରେ ୨୫ ହଜାର ମାର୍କ ଅତିକ୍ରମ କରିଛି। ଏହିପରି, ବଜାରରେ ଏକ ନୂତନ ଇତିହାସ ସୃଷ୍ଟି ହୋଇଛି, କାରଣ ନିଫ୍ଟି ୫୦ ଇତିହାସରେ ପ୍ରଥମ ଥର ପାଇଁ ୨୫ ହଜାର ପଏଣ୍ଟ ସ୍ତର ଅତିକ୍ରମ କରିଛି। ଅନ୍ୟପଟେ ପ୍ରାୟ ୨୦୦ ପଏଣ୍ଟ ବୃଦ୍ଧି ସହିତ ସେନସେକ୍ସ କାରବାର ଆରମ୍ଭ କରିଥିଲା […] The post ଅଗଷ୍ଟ ଆରମ୍ଭରୁ ଶେୟାର ବଜାରରେ ନୂଆ ରେକର୍ଡ; ସର୍ବକାଳୀନ ଉଚ୍ଚରେ ସେନସେକ୍ସ, ନିଫ୍ଟି appeared first on Dharitri Odia News.

ଅଗଷ୍ଟ ଆରମ୍ଭରୁ ଶେୟାର ବଜାରରେ ନୂଆ ରେକର୍ଡ; ସର୍ବକାଳୀନ ଉଚ୍ଚରେ ସେନସେକ୍ସ, ନିଫ୍ଟି

ନୂଆଦିଲ୍ଲୀ,୧।୮: ଘରୋଇ ଶେୟାର ବଜାରରେ ଅଗଷ୍ଟ ମାସର ପ୍ରଥମ ଦିନରୁ ଉତ୍ସାହ ଦେଖିବାକୁ ମିଳିଛି। ପ୍ରମୁଖ ଘରୋଇ ସୂଚକାଙ୍କ ମଧ୍ୟରୁ ନିଫ୍ଟି ୫୦ ଆଜି ପ୍ରାରମ୍ଭିକ କାରବାରରେ ୨୫ ହଜାର ମାର୍କ ଅତିକ୍ରମ କରିଛି। ଏହିପରି, ବଜାରରେ ଏକ ନୂତନ ଇତିହାସ ସୃଷ୍ଟି ହୋଇଛି, କାରଣ ନିଫ୍ଟି ୫୦ ଇତିହାସରେ ପ୍ରଥମ ଥର ପାଇଁ ୨୫ ହଜାର ପଏଣ୍ଟ ସ୍ତର ଅତିକ୍ରମ କରିଛି।

ଅନ୍ୟପଟେ ପ୍ରାୟ ୨୦୦ ପଏଣ୍ଟ ବୃଦ୍ଧି ସହିତ ସେନସେକ୍ସ କାରବାର ଆରମ୍ଭ କରିଥିଲା ବେଳେ ନିଫ୍ଟି ୭୬ ପଏଣ୍ଟ ବୃଦ୍ଧି ସହିତ ୨୫ ହଜାର ମାର୍କ ଅତିକ୍ରମ କରି ୨୫,୦୨୭ ପଏଣ୍ଟରେ କାରବାର ଆରମ୍ଭ କରିଥିଲା। ପ୍ରାରମ୍ଭିକ ଅଧିବେଶନରେ ବଜାର ଉତ୍ସାହଜନକ ଦେଖାଯାଉଛି ଏବଂ ବୃଦ୍ଧି କ୍ରମାଗତ ଭାବରେ ବୃଦ୍ଧି ପାଉଛି। କାରବାର ଆରମ୍ଭର କିଛି ମିନିଟ୍ ମଧ୍ୟରେ, ସେନସେକ୍ସ ମଧ୍ୟ ଏକ ନୂତନ ଇତିହାସ ସୃଷ୍ଟି କରିଥିଲା ଏବଂ ପ୍ରଥମ ଥର ପାଇଁ ୮୨ ହଜାର ମାର୍କ ଅତିକ୍ରମ କରିଛି।

ସକାଳ ୯.୨୦ ରେ, ସେନସେକ୍ସ ପ୍ରାୟ ୩୫୦ ପଏଣ୍ଟ ବୃଦ୍ଧି ପାଇ ୮୨,୧୦୦ ପଏଣ୍ଟ ପାର କରିଥିଲା। ଯେତେବେଳେ କି ନିଫ୍ଟି ପ୍ରାୟ ୧୧୫ ପଏଣ୍ଟ ହାସଲ ସହିତ ୨୫,୦୬୫ ପଏଣ୍ଟ ଛୁଇଁଥିଲା।

ଏହାପୂର୍ବରୁ ବୁଧବାର ଦିନ କ୍ରମାଗତ ଦ୍ୱିତୀୟ ଦିନ ଘରୋଇ ବଜାରରେ ସାମାନ୍ୟ ବୃଦ୍ଧି ଘଟିଥିଲା। ଗତକାଲି ସେନସେକ୍ସ ୨୮୫.୯୪ ପଏଣ୍ଟ (୦.୩୫ ପ୍ରତିଶତ) ବୃଦ୍ଧି ସହିତ ୮୧,୭୪୧.୩୪ ପଏଣ୍ଟରେ ବନ୍ଦ ହୋଇଥିବାବେଳେ ନିଫ୍ଟି ୯୩.୮୫ ପଏଣ୍ଟ (୦.୩୮ ପ୍ରତିଶତ) ବୃଦ୍ଧି ସହିତ ୨୪,୯୫୧.୧୫ ପଏଣ୍ଟରେ ବନ୍ଦ ହୋଇଥିଲା। ଏହା ପୂର୍ବରୁ ମଙ୍ଗଳବାର ସେନସେକ୍ସ ମାତ୍ର ୯୯.୫୬ ପଏଣ୍ଟ (୦.୧୨ ପ୍ରତିଶତ) ଏବଂ ନିଫ୍ଟି ୫୦ ସୂଚକାଙ୍କ ମାତ୍ର ୨୧.୨୦ ପଏଣ୍ଟ ହାସଲ କରିଛି।

ସେପଟେ ଆମେରିକାର ସେଣ୍ଟ୍ରାଲ ବ୍ୟାଙ୍କ ଫେଡେରାଲ ରିଜର୍ଭ ସେପ୍ଟେମ୍ବରରେ ସୁଧ ହାର ହ୍ରାସ କରିବାକୁ ସୂଚାଇବା ପରେ ସାରା ବିଶ୍ୱରେ ବଜାରରେ ଉତ୍ସାହ ରହିଛି। ବୁଧବାର ଗୋଟିଏ ଦିନ ପୂର୍ବରୁ ଆମେରିକାର ବଜାର ଭଲ ଅଭିବୃଦ୍ଧିରେ ଥିଲା। ୱାଲ୍ ଷ୍ଟ୍ରିଟରେ ଥିବା ଡୋ ଜୋନ୍ସ ଇଣ୍ଡଷ୍ଟ୍ରିଆଲ୍ ହାରାହାରିରେ ୦.୨୪ ପ୍ରତିଶତ ଲାଭ ହୋଇଛି। ସେହିଭଳି, ଏସ ଆଣ୍ଡ ପି ୫୦୦ ରେ ୧.୫୮ ପ୍ରତିଶତ ଏବଂ ନାସଡାକ୍ କମ୍ପୋଜିଟ୍ ଇଣ୍ଡେକ୍ସରେ ୨.୬୪ ପ୍ରତିଶତ ବୃଦ୍ଧି ଘଟିଛି।

ଫଳରେ ଗୁରୁବାର ଏସୀୟ ବଜାରରେ ମିଶ୍ରିତ ଉଚାହା ଦେଖିବାକୁ ମିଳିଛି। ଜାପାନର ନିକ୍କେ ୨.୨୦ ପ୍ରତିଶତ ଏବଂ ଟପିକ୍ସ ୨.୪୮ ପ୍ରତିଶତ ହ୍ରାସ ପାଇଛି। ଅନ୍ୟପକ୍ଷରେ ଦକ୍ଷିଣ କୋରିଆର କୋସ୍ପି ୦.୪୨ ପ୍ରତିଶତ ଏବଂ କୋସଡାକ୍ ୧.୩୮ ପ୍ରତିଶତ ଲାଭରେ ଅଛି। ହଂକଂର ହ୍ୟାଙ୍ଗ ସେଙ୍ଗ ବୃଦ୍ଧି ଆରମ୍ଭ ହେବାର ସଙ୍କେତ ଦେଖିବାକୁ ମିଳିଛି।

The post ଅଗଷ୍ଟ ଆରମ୍ଭରୁ ଶେୟାର ବଜାରରେ ନୂଆ ରେକର୍ଡ; ସର୍ବକାଳୀନ ଉଚ୍ଚରେ ସେନସେକ୍ସ, ନିଫ୍ଟି appeared first on Dharitri Odia News.