୨୦୨୨ ବିଶ୍ୱକପ ପରେ ମୋତେ ଧମକ ମିଳିଥିଲା-ତୁମେ ଭାରତ ଆସି ପାରିବନି: ବରୁଣ ଚକ୍ରବର୍ତ୍ତୀ
ନୂଆଦିଲ୍ଲୀ: କ୍ରିକେଟରେ ଖରାପ ପ୍ରଦର୍ଶନ କଲେ କେବଳ ଯେ ପାକିସ୍ତାନୀ ଫ୍ୟାନ୍ ଅଶୋଭନୀୟ ଆଚରଣ କରନ୍ତି ତାହା ନୁହେଁ, ଭାରତୀୟ ଫ୍ୟାନ୍ ବି ତା’ ଠାରୁ ଖରାପ ଆଚରଣ କରନ୍ତି। ବରୁଣ ଚକ୍ରବର୍ତ୍ତୀଙ୍କ ବୟାନ୍ ପରେ ଏହି କଥା ସ୍ପଷ୍ଟ ହେଉଛି। ୨୦୨୨ ଟି-୨୦ ବିଶ୍ୱକପରେ ଖରାପ ପ୍ରଦର୍ଶନ କଥା ମନେ ପକାଇ ବରୁଣ କହିଛନ୍ତି ଏଥିପାଇଁ ତାଙ୍କୁ କୁଆଡ଼େ ଧମକ ମିଳିଥିଲା। ଭାରତ ନ ଫେରିବାକୁ ଚେତାବନୀ ବି ଦିଆଯାଇଥିଲା। ଆଉ ବଡ଼ କଷ୍ଟମଷ୍ଟେ ସେ ତାଙ୍କ ଘର ଚେନ୍ନାଇ ଫେରିଥିଲେ ବୋଲି ବରୁଣ ଚକ୍ରବର୍ତ୍ତୀ କହିଛନ୍ତି। ସେଦିନର ସେ ଧମକ ଆଉ ଆଜିର ଦୃଶ୍ୟ ସମ୍ପୂର୍ଣ୍ଣ ଓଲଟା ହୋଇଯାଇଛି। ଆଜି ବରୁଣ ଚକ୍ରବର୍ତ୍ତୀ ଟିମ୍ ଇଣ୍ଡିଆର ସ୍ପିନ ବୋଲିଂ ସେନ୍ସେସନ ପାଲଟି ଯାଇଛନ୍ତି। ବିଶ୍ୱକପରୁ ଚାମ୍ପିୟନ ଟ୍ରଫି, ସବୁଥିରେ ଏକଦମ ଝକାସ। ହେଲେ ଟି-୨୦ ବିଶ୍ୱକପ୍ ପରେ ଯେତେବେଳେ ତାଙ୍କୁ ଟିମ୍ ଇଣ୍ଡିଆରୁ ବାହାର କରିଦିଆଗଲା ସେତେବେଳେ ତାଙ୍କର ଅନ୍ତର୍ଜାତୀୟ କ୍ୟାରିୟର ସମ୍ପୂର୍ଣ୍ଣ ନଷ୍ଟ ହୋଇଗଲା ବୋଲି ସେ ଧରି ନେଇଥିଲେ। ଗୋପୀନାଥ ନାମକ ଏକ ଫେମସ ୟୁଟ୍ୟୁବ ଚ୍ୟାନେଲ୍କୁ ସାକ୍ଷାତ୍କାର ଦେଇ ସେଦିନର ଘଟଣା ସବୁର ଖୁଲାସ କରିଛନ୍ତି ବରୁଣ। ପଢନ୍ତୁ- ବିଷ ଓଗାଳିଲେ ଇଞ୍ଜାମାମ, ନିଜ ଖେଳାଳିଙ୍କୁ IPL ନ ପଠାଇବାକୁ ସବୁ ବୋର୍ଡକୁ କଲେ ଅପିଲ୍କୋଲକାତା ନାଇଟ୍ ରାଇଡର୍ସ ସ୍ପିନର ବରୁଣ ୨୦୨୪ ଜୁଲାଇରେ ଶ୍ରୀଲଙ୍କା ବିପକ୍ଷରେ ଏକ ଟି-୨୦ ଅନ୍ତର୍ଜାତୀୟ ସି
ନୂଆଦିଲ୍ଲୀ: କ୍ରିକେଟରେ ଖରାପ ପ୍ରଦର୍ଶନ କଲେ କେବଳ ଯେ ପାକିସ୍ତାନୀ ଫ୍ୟାନ୍ ଅଶୋଭନୀୟ ଆଚରଣ କରନ୍ତି ତାହା ନୁହେଁ, ଭାରତୀୟ ଫ୍ୟାନ୍ ବି ତା’ ଠାରୁ ଖରାପ ଆଚରଣ କରନ୍ତି। ବରୁଣ ଚକ୍ରବର୍ତ୍ତୀଙ୍କ ବୟାନ୍ ପରେ ଏହି କଥା ସ୍ପଷ୍ଟ ହେଉଛି। ୨୦୨୨ ଟି-୨୦ ବିଶ୍ୱକପରେ ଖରାପ ପ୍ରଦର୍ଶନ କଥା ମନେ ପକାଇ ବରୁଣ କହିଛନ୍ତି ଏଥିପାଇଁ ତାଙ୍କୁ କୁଆଡ଼େ ଧମକ ମିଳିଥିଲା। ଭାରତ ନ ଫେରିବାକୁ ଚେତାବନୀ ବି ଦିଆଯାଇଥିଲା। ଆଉ ବଡ଼ କଷ୍ଟମଷ୍ଟେ ସେ ତାଙ୍କ ଘର ଚେନ୍ନାଇ ଫେରିଥିଲେ ବୋଲି ବରୁଣ ଚକ୍ରବର୍ତ୍ତୀ କହିଛନ୍ତି।
ସେଦିନର ସେ ଧମକ ଆଉ ଆଜିର ଦୃଶ୍ୟ ସମ୍ପୂର୍ଣ୍ଣ ଓଲଟା ହୋଇଯାଇଛି। ଆଜି ବରୁଣ ଚକ୍ରବର୍ତ୍ତୀ ଟିମ୍ ଇଣ୍ଡିଆର ସ୍ପିନ ବୋଲିଂ ସେନ୍ସେସନ ପାଲଟି ଯାଇଛନ୍ତି। ବିଶ୍ୱକପରୁ ଚାମ୍ପିୟନ ଟ୍ରଫି, ସବୁଥିରେ ଏକଦମ ଝକାସ। ହେଲେ ଟି-୨୦ ବିଶ୍ୱକପ୍ ପରେ ଯେତେବେଳେ ତାଙ୍କୁ ଟିମ୍ ଇଣ୍ଡିଆରୁ ବାହାର କରିଦିଆଗଲା ସେତେବେଳେ ତାଙ୍କର ଅନ୍ତର୍ଜାତୀୟ କ୍ୟାରିୟର ସମ୍ପୂର୍ଣ୍ଣ ନଷ୍ଟ ହୋଇଗଲା ବୋଲି ସେ ଧରି ନେଇଥିଲେ। ଗୋପୀନାଥ ନାମକ ଏକ ଫେମସ ୟୁଟ୍ୟୁବ ଚ୍ୟାନେଲ୍କୁ ସାକ୍ଷାତ୍କାର ଦେଇ ସେଦିନର ଘଟଣା ସବୁର ଖୁଲାସ କରିଛନ୍ତି ବରୁଣ।
ପଢନ୍ତୁ- ବିଷ ଓଗାଳିଲେ ଇଞ୍ଜାମାମ, ନିଜ ଖେଳାଳିଙ୍କୁ IPL ନ ପଠାଇବାକୁ ସବୁ ବୋର୍ଡକୁ କଲେ ଅପିଲ୍
କୋଲକାତା ନାଇଟ୍ ରାଇଡର୍ସ ସ୍ପିନର ବରୁଣ ୨୦୨୪ ଜୁଲାଇରେ ଶ୍ରୀଲଙ୍କା ବିପକ୍ଷରେ ଏକ ଟି-୨୦ ଅନ୍ତର୍ଜାତୀୟ ସିରିଜରେ ଡେବ୍ୟୁ କରିଥିଲେ। ଏହାପରେ ସେହି ବର୍ଷ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଟି-୨୦ ବିଶ୍ୱକପ୍ ଦଳରେ ତାଙ୍କୁ ସ୍ଥାନ ମିଳିଥିଲା। ବିଶ୍ୱକପରେ ବରୁଣ ଭାରତ ପାଇଁ ୩ ମ୍ୟାଚ୍ ଖେଳିଥିଲେ ହେଁ ଗୋଟିଏ ବି ୱିକେଟ ନେଇପାରି ନଥିଲେ। ସେଇଥର ଭାରତ ପ୍ରଥମ ଥର ପାଇଁ କୌଣସି ବିଶ୍ୱକପ ମ୍ୟାଚ୍ରେ ପାକିସ୍ତାନ ଠାରୁ ୧୦ ୱିକେଟ୍ରେ ପରାଜିତ ହୋଇଥିଲା।
ସେହି ସମୟର କଥା ମନେ ପକାଇ ବରୁଣ କହିଛନ୍ତି “ସେ ସମୟ ମୋ ପାଇଁ ଅନ୍ଧକାର ସମୟ ଥିଲା। ମୁଁ ଡିପ୍ରେସନରେ ଥିଲି କାରଣ ମୁଁ ଭାବୁଥିଲି ଯେ ସମସ୍ତେ ଯେଉଁ ଆଶାରେ ମୋତେ ଚୟନ କରିଥିଲେ, ମୁଁ ବିଶ୍ୱକପ୍ ସେହି ଅନୁସାରେ ଫଳ ଦେଇପାରିଲି ନାହିଁ। ମୁଁ ଗୋଟିଏ ୱିକେଟ୍ ମଧ୍ୟ ନ ନଥିବାରୁ ଅନୁତାପ କରିଥିଲି। ତା’ପରେ, ତିନି ବର୍ଷ ପର୍ଯ୍ୟନ୍ତ, ମୋତେ ମନୋନୀତ କରାଯାଇ ନଥିଲା। ତେଣୁ, ପୁଣିଥରେ ଦଳକୁ ଫେରିବା ମୋ ଡେବ୍ୟୁ ଠାରୁ ଅଧିକ କଷ୍ଟକର ଥିଲା।”
"ମୋତେ (୨୦୨୧ ପରେ) ନିଜ ବିଷୟରେ ବହୁତ କିଛି ପରିବର୍ତ୍ତନ କରିବାକୁ ପଡିଲା। ମୋତେ ମୋର ଦୈନନ୍ଦିନ ଅଭ୍ୟାସ ଓ କାର୍ଯ୍ୟଶୈଳୀରେ ପରିବର୍ତ୍ତନ କରିବାକୁ ପଡିଲା। ପୂର୍ବରୁ, ମୁଁ ଗୋଟିଏ ସେସନରେ ୫୦ଟି ବଲ୍ ଅଭ୍ୟାସ କରୁଥିଲି, ମୁଁ ଏହାକୁ ଦ୍ୱିଗୁଣିତ କରିଦେଲି। ଚୟନକର୍ତ୍ତାମାନେ ମୋତେ ପୁନର୍ବାର ଡାକିବେ କି ନାହିଁ ତାହା ଜାଣିବା କଷ୍ଟକର ଥିଲା। ତିନି ବର୍ଷ ବିତିଲା ପରେ ମୁଁ ଭାବିଲି ସବୁ ସରିଗଲା। କିନ୍ତୁ ଏହା ଭିତରେ ଆମେ ଆଇପିଏଲ୍ ଜିତିଲୁ ଏବଂ ତା'ପରେ ମୋତେ ଡକରା ଆସିଲା। ଆଉ ମୁଁ ବହୁତ ଖୁସି ହୋଇ ଯାଇଥିଲି।"
ଏବର ସଫଳତାକୁ ସହଜରେ ବିଶ୍ୱାସ କରିପାରୁ ନାହାନ୍ତି ବରୁଣ। ଏନେଇ ସେ କହିଛନ୍ତି "ମୁଁ ବିଶ୍ୱାସ କରିପାରୁନାହିଁ ଯେ ସବୁ ଭଲ ଜିନିଷ ଗୋଟିଏ ଥରରେ ଘଟୁଛି। ମୁଁ ଆହୁରି ଭଳ ଖେଳି ଏହାକୁ ପରବର୍ତ୍ତୀ ସ୍ତରକୁ ନେଇଯିବାକୁ ଚାହୁଁଛି। ମୁଁ ବିଫଳତାର ସମ୍ମୁଖୀନ ହୋଇଛି, ଏବଂ ମୁଁ ଜାଣେ ଯେ ସମାଲୋଚନା କେତେ ଖରାପ ହୋଇପାରେ।”
ଏହାପରେ କେମିତି ତାଙ୍କୁ ଧମକ ଦିଆଯାଇଥିଲା ସେ କଥା ମନେ ପକାଇ ବରୁଣ କହିଛନ୍ତି “୨୦୨୧ ବିଶ୍ୱକପ୍ ପରେ, ମୋତେ ଧମକପୂର୍ଣ୍ଣ ଫୋନ୍ ଆସିଲା। ଜଣେ ଧମକ ଦେଇ କହିଥିଲେ ତୁମେ ଭାରତ ଆସିବ ନାହିଁ। ଯଦି ଚେଷ୍ଟା କଲ ତେବେ ତୁମକୁ ଆସିବାକୁ ଦିଆଯିବ ନାହିଁ।" ଲୋକମାନେ ମୋ ଘରକୁ ଚାଲି ଆସିଲେ, ମୋତେ ଖୋଜିଲେ। ଏଥିପାଇଁ ମୋତେ ଲୁଚିବାକୁ ବି ପଡ଼ିଥିଲା। ଯେତେବେଳେ ମୁଁ ବିମାନବନ୍ଦରରୁ ଫେରୁଥିଲି, କିଛି ଲୋକ ବାଇକ୍ରେ ଆସି ମୋତେ ଫଲୋ କରୁଥିଲେ। ଏମିତ ହୁଏ, ମୁଁ ବୁଝିପାରୁଛି ଯେ ପ୍ରଶଂସକମାନେ କେତେ ଭାବପ୍ରବଣ। କିନ୍ତୁ ସେତେବେଳେର କଥା ଭାବିଲେ ଆଜି ଯେଉଁ ପ୍ରଶଂସା ମୋତେ ମିଳୁଛି ଏଥିରେ ମୁଁ ବହୁତ ଖୁସି।”
Also read: IPLରେ ସବୁଠାରୁ ଅଧିକ ଅରେଞ୍ଜ ଏବଂ ପର୍ପଲ୍ କ୍ୟାପ୍ ବିଜେତା କିଏ ? ବିରାଟ କୋହଲି ରଚିଛନ୍ତି ଇତିହାସ
ବରୁଣ ଚକ୍ରବର୍ତ୍ତୀଙ୍କ ପାଇଁ ସେହି ୩ ବର୍ଷ କାଳ ସମୟ ସରିଯାଇଛି। କେକେଆର୍ ଟିମ୍ ଆଇପିଏଲ ଜିତିବା ପରେ ଏହି ଖେଳାଳିର ଭାଗ୍ୟ ରବି ଉଦିତ। ଏମିତି ଫର୍ମରେ ଅଛନ୍ତି ଯେ ବର୍ତ୍ତମାନ ଟିମ୍ ଇଣ୍ଡିଆର ଜବରଦସ୍ତ ସ୍ପିନ୍ ଆଟାକ୍ ମଧ୍ୟରେ ତାଙ୍କୁ ଗଣନା କରାଯାଉଛି। ଚାମ୍ପିୟନ ଟ୍ରଫିରେ ବରୁଣ ମାତ୍ର ୩ ମ୍ୟାଚ୍ରେ ୯ଟି ୱିକେଟ୍ ନେଇଛନ୍ତି। ନ୍ୟୁଜିଲାଣ୍ଡ ବିପକ୍ଷରେ ସେ ସର୍ବାଧିକ ୫ଟି ୱିକେଟ୍ ନେଇ ସମସ୍ତଙ୍କୁ ଚମକାଇ ଦେଇଥିଲେ।
ଅଷ୍ଟ୍ରେଲିଆ ବିପକ୍ଷ ସେମିଫାଇନାଲରେ, ବରୁଣ ଟ୍ରାଭିସ୍ ହେଡ୍ଙ୍କ ଗୁରୁତ୍ୱପୂର୍ଣ୍ଣ ୱିକେଟ୍ ନେଇଥିଲେ। ସେହିପରି ଫାଇନାଲରେ, ସେ ନ୍ୟୁଜିଲାଣ୍ଡ ବିପକ୍ଷରେ ଦୁଇଟି ୱିକେଟ୍ ନେଇ ଟିମ୍ ଇଣ୍ଡିଆକୁ ଚାମ୍ପିୟନ ହେବାରେ ସହଯୋଗ କରିଥିଲେ।
