ଅଜଣା ବ୍ୟକ୍ତିଙ୍କ ଗଳିତ ମୃତଦେହ ଉଦ୍ଧାର

ବାଲେଶ୍ୱର ,୬।୩(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ନହରପାଟଣା ଛକ ନିକଟ ରାସ୍ତା ପାର୍ଶ୍ଵରେ ଗୁରୁବାର ଏକ ଗଳିତ ମୃତଦେହକୁ ପୋଲିସ ଜବତ କରିଛି। ଖବର ପାଇ ରେମୁଣା ଫାଣ୍ଡି ଅଧିକାରୀ ଜିତେନ୍ଦ୍ର ମଲ୍ଲିକ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି। ସ୍ଥାନୀୟ ଲୋକେ ମୃତ ବ୍ୟକ୍ତି ଜଣେ ମାନସିକ ବିକାରଗସ୍ତ ବୋଲି ପୋଲିସକୁ କହିଛନ୍ତି। ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ମୃତଦେହକୁ ପଞ୍ଚାନାମା କରାଯାଇଛି । ଅଧିକ ତଦନ୍ତ କରିବା […] The post ଅଜଣା ବ୍ୟକ୍ତିଙ୍କ ଗଳିତ ମୃତଦେହ ଉଦ୍ଧାର appeared first on Dharitri Odia News.

ଅଜଣା ବ୍ୟକ୍ତିଙ୍କ ଗଳିତ ମୃତଦେହ ଉଦ୍ଧାର

ବାଲେଶ୍ୱର ,୬।୩(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ନହରପାଟଣା ଛକ ନିକଟ ରାସ୍ତା ପାର୍ଶ୍ଵରେ ଗୁରୁବାର ଏକ ଗଳିତ ମୃତଦେହକୁ ପୋଲିସ ଜବତ କରିଛି। ଖବର ପାଇ ରେମୁଣା ଫାଣ୍ଡି ଅଧିକାରୀ ଜିତେନ୍ଦ୍ର ମଲ୍ଲିକ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି। ସ୍ଥାନୀୟ ଲୋକେ ମୃତ ବ୍ୟକ୍ତି ଜଣେ ମାନସିକ ବିକାରଗସ୍ତ ବୋଲି ପୋଲିସକୁ କହିଛନ୍ତି। ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ମୃତଦେହକୁ ପଞ୍ଚାନାମା କରାଯାଇଛି । ଅଧିକ ତଦନ୍ତ କରିବା ସହ ମୃତଦେହକୁ ବ୍ୟବଛେଦ ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି । ଏନେଇ ଶିଳ୍ପାଞ୍ଚଳ ଥାନାରେ ଏକ ଅପମୃତ୍ୟ ମାମଲା ରୁଜୁ ହୋଇଛି।

The post ଅଜଣା ବ୍ୟକ୍ତିଙ୍କ ଗଳିତ ମୃତଦେହ ଉଦ୍ଧାର appeared first on Dharitri Odia News.