ବାୟୁସେନା ଅଧିକାରୀଙ୍କ ସମେତ ୫ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ

ଦିଗପହଣ୍ଡି,୨୮।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମାଜିଷ୍ଟ୍ରେଟ ନିଳିମା ଷଡଙ୍ଗୀ ଶୁକ୍ରବାର ଏକ ଆକ୍ରମଣ ମାମଲାର ଚୂଡାନ୍ତ ରାୟ ପ୍ରକାଶ କରି ବାୟୁସେନାରେ କାର୍ଯ୍ୟରତ ଜଣେ ଅଧିକାରୀଙ୍କ ସମେତ ୫ ଜଣ ଅଭିଯୁକ୍ତଙ୍କୁ ପ୍ରମାଣ ଅଭାବରୁ ନିର୍ଦ୍ଦୋଶରେ ଖଲାସ କରିଛନ୍ତି। ଗତ ୨୦୧୯ ମାର୍ଚ୍ଚ ୧ ତାରିଖରେ ଦିଗପହଣ୍ଡି ଥାନା ଅନ୍ତର୍ଗତ ବି. ତୁରୁବୁଡି ଗ୍ରାମର ସେନା ଅଧିକାରୀ ଏ. ଭଗବାନ ପାତ୍ରଙ୍କ ସମେତ ଏ. ଗଣେଶ ପାତ୍ର, ଏ. କୁମାରୀ ପାତ୍ର, ଏ.କୈଳାସ ପାତ୍ର […] The post ବାୟୁସେନା ଅଧିକାରୀଙ୍କ ସମେତ ୫ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ appeared first on Dharitri Odia News.

ବାୟୁସେନା ଅଧିକାରୀଙ୍କ ସମେତ ୫ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ

ଦିଗପହଣ୍ଡି,୨୮।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମାଜିଷ୍ଟ୍ରେଟ ନିଳିମା ଷଡଙ୍ଗୀ ଶୁକ୍ରବାର ଏକ ଆକ୍ରମଣ ମାମଲାର ଚୂଡାନ୍ତ ରାୟ ପ୍ରକାଶ କରି ବାୟୁସେନାରେ କାର୍ଯ୍ୟରତ ଜଣେ ଅଧିକାରୀଙ୍କ ସମେତ ୫ ଜଣ ଅଭିଯୁକ୍ତଙ୍କୁ ପ୍ରମାଣ ଅଭାବରୁ ନିର୍ଦ୍ଦୋଶରେ ଖଲାସ କରିଛନ୍ତି। ଗତ ୨୦୧୯ ମାର୍ଚ୍ଚ ୧ ତାରିଖରେ ଦିଗପହଣ୍ଡି ଥାନା ଅନ୍ତର୍ଗତ ବି. ତୁରୁବୁଡି ଗ୍ରାମର ସେନା ଅଧିକାରୀ ଏ. ଭଗବାନ ପାତ୍ରଙ୍କ ସମେତ ଏ. ଗଣେଶ ପାତ୍ର, ଏ. କୁମାରୀ ପାତ୍ର, ଏ.କୈଳାସ ପାତ୍ର ଏବଂ ବିନୁ ପାତ୍ର ସମସ୍ତେ ସଂଘବଦ୍ଧ ଭାବେ ସେହି ଗ୍ରାମର ଏସ. ଲକ୍ଷ୍ମୀ ରେଡ୍ଡୀଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା। ଘଟଣାରେ ଦିଗପହଣ୍ଡି ପୋଲିସ ତଦନ୍ତ କରି ସମସ୍ତ ଅଭିଯୁକ୍ତମାନଙ୍କ ବିରୋଧରେ କୋର୍ଟରେ ଚାର୍ଜସିଟ ଦାଖଲ କରିଥିଲେ । କୋର୍ଟରେ ସମୁଦାୟ ୮ ଜଣ ସାକ୍ଷୀଙ୍କ ବୟାନ ଲିପିବଦ୍ଧ କରାଯାଇଥିଲା। ତେବେ ମାମଲାରେ ଆବଶ୍ୟକ ସାକ୍ଷ୍ୟ ପ୍ରମାଣ ଅଭାବରୁ ମାଜିଷ୍ଟ୍ରେଟ ସେମାନଙ୍କୁ ବିଚାରାଧୀନ ମକଦ୍ଦମା ରୁ ଖଲାସ କରିଥିବା ଜଣାପଡିଛି। ଅଭିଯୁକ୍ତମାନଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ରସାନନ୍ଦ ରାଉତ ମାମଲା ପରିଚାଳନା କରୁଥିଲେ।

The post ବାୟୁସେନା ଅଧିକାରୀଙ୍କ ସମେତ ୫ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ appeared first on Dharitri Odia News.