ଜୟପୁର ଏଲପିଜି ଟ୍ୟାଙ୍କର ବିସ୍ଫୋରଣ ଘଟଣା; ମୃତ୍ୟୁ ସଂଖ୍ୟା ୧୪ ବୃଦ୍ଧି, ୮୦ ଆହତ

ଜୟପୁର: ରାଜସ୍ଥାନର ଜୟପୁର ଏଲପିଜି ଟ୍ୟାଙ୍କର ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୧୪ ବୃଦ୍ଧି । ଏହି ଘଟଣା ୮୦ଜଣ ଆହତ ହୋଇଥିବା ବେଳେ ୩୦ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି । ଗୁରୁତରଙ୍କ ସଂଖ୍ୟା ଅଧିକ ଥିବାରୁ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିବା ନେଇ ଆଶଙ୍କା କରାଯାଉଛି । ଏହି ଭୟଙ୍କର ଦୁର୍ଘଟଣାରେ କିଛି ମୃତକଙ୍କ ପରିଚୟ ମିଳିଥିବା ବେଳେ କିଛି ଲୋକଙ୍କ ପରିଚୟ ମିଳିନାହିଁ । ମୃତକଙ୍କ ଶରୀରର ୫୦ ପ୍ରତିଶତ ଅଂଶ ଜଳି ଯାଇଥିବାରୁ ଚିହ୍ନଟ କରିବା ମୁସ୍କିଲ୍ ହେଉଛି । ତେଣୁ ଡିଏନଏ ପରୀକ୍ଷା କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଏଥିପାଇଁ ୬ ମୃତଦେହର ଡିଏନଏ ପରୀକ୍ଷା ପାଇଁ ସବାଇ ମାନସିଂହ ହସ୍ପିଟାଲକୁ ନମୂନା ପଠାଯାଇଛି ।  ଅଜମେର ରାଜପଥରେ ଦିଲ୍ଲୀ ପବ୍ଲିକ୍‌ ସ୍କୁଲ ସମ୍ମୁଖରେ ଏକ ଏଲପିଜି ଗ୍ୟାସ୍‌ ଟ୍ୟାଙ୍କରକୁ ସିଏନଜି ଟ୍ରକ୍‌ ଧକ୍କା ଦେବା ପରେ ଟ୍ୟାଙ୍କର ବିସ୍ଫୋରଣ ହୋଇଥିଲା । ଟ୍ୟାଙ୍କରରୁ ଗ୍ୟାସ୍‌ ଲିକ୍‌ ହୋଇ ପ୍ରାୟ ୨୦୦ ମିଟର ପର୍ଯ୍ୟନ୍ତ ବ୍ୟାପିଯାଇଥିଲା । ସେହି ଗ୍ୟାସ୍‌ ନିଆଁ ଧରି ଯୋଗୁ ପ୍ରାୟ ୧ କିମି ପର୍ଯ୍ୟନ୍ତ  ନିଆଁ ବ୍ୟାପି ଯାଇଥିଲା । ବିସ୍ଫୋରଣ ଏକ ଭୟଙ୍କର ଥିଲା ଯେ ୧୦ କି.ମି ପର୍ଯ୍ୟନ୍ତ ଶବ୍ଦ ଶୁଭିଥିଲା । ସୂଚନା ଅନୁସାରେ, ଗ୍ୟାସ୍‌ ଟ୍ୟାଙ୍କରଟି ଅଜମେରରୁ ଜୟପୁର ଆଡ଼କୁ ଯାଉଥିଲା । ସକାଳ ପ୍ରାୟ ୫ଟା ୪୫ରେ ଟ୍ୟାଙ୍କରଟି ଦିଲ୍ଲୀ ପବ୍ଲିକ୍‌ ସ୍କୁଲ  ସାମ୍‌ନାରେ ଅଜମେର ଆଡ଼କୁ ୟୁ-ଟର୍ନ  ନେଉଥିଲା

ଜୟପୁର ଏଲପିଜି ଟ୍ୟାଙ୍କର ବିସ୍ଫୋରଣ ଘଟଣା; ମୃତ୍ୟୁ ସଂଖ୍ୟା ୧୪ ବୃଦ୍ଧି, ୮୦ ଆହତ

ଜୟପୁର: ରାଜସ୍ଥାନର ଜୟପୁର ଏଲପିଜି ଟ୍ୟାଙ୍କର ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୧୪ ବୃଦ୍ଧି । ଏହି ଘଟଣା ୮୦ଜଣ ଆହତ ହୋଇଥିବା ବେଳେ ୩୦ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି । ଗୁରୁତରଙ୍କ ସଂଖ୍ୟା ଅଧିକ ଥିବାରୁ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିବା ନେଇ ଆଶଙ୍କା କରାଯାଉଛି । ଏହି ଭୟଙ୍କର ଦୁର୍ଘଟଣାରେ କିଛି ମୃତକଙ୍କ ପରିଚୟ ମିଳିଥିବା ବେଳେ କିଛି ଲୋକଙ୍କ ପରିଚୟ ମିଳିନାହିଁ । ମୃତକଙ୍କ ଶରୀରର ୫୦ ପ୍ରତିଶତ ଅଂଶ ଜଳି ଯାଇଥିବାରୁ ଚିହ୍ନଟ କରିବା ମୁସ୍କିଲ୍ ହେଉଛି । ତେଣୁ ଡିଏନଏ ପରୀକ୍ଷା କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଏଥିପାଇଁ ୬ ମୃତଦେହର ଡିଏନଏ ପରୀକ୍ଷା ପାଇଁ ସବାଇ ମାନସିଂହ ହସ୍ପିଟାଲକୁ ନମୂନା ପଠାଯାଇଛି ।  

ଅଜମେର ରାଜପଥରେ ଦିଲ୍ଲୀ ପବ୍ଲିକ୍‌ ସ୍କୁଲ ସମ୍ମୁଖରେ ଏକ ଏଲପିଜି ଗ୍ୟାସ୍‌ ଟ୍ୟାଙ୍କରକୁ ସିଏନଜି ଟ୍ରକ୍‌ ଧକ୍କା ଦେବା ପରେ ଟ୍ୟାଙ୍କର ବିସ୍ଫୋରଣ ହୋଇଥିଲା । ଟ୍ୟାଙ୍କରରୁ ଗ୍ୟାସ୍‌ ଲିକ୍‌ ହୋଇ ପ୍ରାୟ ୨୦୦ ମିଟର ପର୍ଯ୍ୟନ୍ତ ବ୍ୟାପିଯାଇଥିଲା । ସେହି ଗ୍ୟାସ୍‌ ନିଆଁ ଧରି ଯୋଗୁ ପ୍ରାୟ ୧ କିମି ପର୍ଯ୍ୟନ୍ତ  ନିଆଁ ବ୍ୟାପି ଯାଇଥିଲା । ବିସ୍ଫୋରଣ ଏକ ଭୟଙ୍କର ଥିଲା ଯେ ୧୦ କି.ମି ପର୍ଯ୍ୟନ୍ତ ଶବ୍ଦ ଶୁଭିଥିଲା । ସୂଚନା ଅନୁସାରେ, ଗ୍ୟାସ୍‌ ଟ୍ୟାଙ୍କରଟି ଅଜମେରରୁ ଜୟପୁର ଆଡ଼କୁ ଯାଉଥିଲା । ସକାଳ ପ୍ରାୟ ୫ଟା ୪୫ରେ ଟ୍ୟାଙ୍କରଟି ଦିଲ୍ଲୀ ପବ୍ଲିକ୍‌ ସ୍କୁଲ  ସାମ୍‌ନାରେ ଅଜମେର ଆଡ଼କୁ ୟୁ-ଟର୍ନ  ନେଉଥିଲା । ସେହି ସମୟରେ ଏକ ଟ୍ରକ୍‌  ଟ୍ୟାଙ୍କରକୁ ଧକ୍କା ଦେଇଥିଲା । ପରେ ପୂରା ଅଞ୍ଚଳ ଯେପରି ନିଆଁ ଗୋଳା ପାଲଟିଯାଇଥିଲା । ଅଗ୍ନିକାଣ୍ଡ ଏତେ ଭୟଙ୍କ ଥିଲା ଯେ, ନିଆଁର ଆଁରେ ୪୦ରୁ ଅଧିକ ଗାଡ଼ି ଭସ୍ମୀଭୂତ ହୋଇଥିଲା ।

ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର ଅଭିଯାନରେ ସାମିଲ ହୋଇଥିଲେ । ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା, ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଏବଂ ଆହତଙ୍କୁ ୫୦ ହଜାର ଟଙ୍କା ସହାୟତା ପ୍ରଦାନ ଲାଗି ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି ।