ବିଷ ଦେଇ ପ୍ରେମିକଙ୍କୁ କରିଥିଲେ ହତ୍ୟା: ପ୍ରେମିକାଙ୍କୁ ମିଳିଲା ଫାଶୀ ଦଣ୍ଡ
ଥିରୁଭାନନ୍ତପୁରମ,୨୦ା୧: କେରଳର ଥିରୁଭାନନ୍ତପୁରମର ଅତିରିକ୍ତ ଜିଲା ସେଶନ କୋର୍ଟ ସୋମବାର ଜଣେ ୨୪ ବର୍ଷିୟା ଯୁବତୀ ଗ୍ରୀଷ୍ଣାଙ୍କୁ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି। ଗ୍ରୀଷ୍ଣା ୨ ବର୍ଷ ତଳେ ବୟଫ୍ରେଣ୍ଡ ଶାରୋନ ରାଜ୍ଙ୍କୁ ବିଷ ଦେଇ ହତ୍ୟା କରିଥିଲେ। ସପ୍ତାହେ ତଳେ ଥିରୁଭାନନ୍ତପୁରମର ଅତିରିକ୍ତ ଜିଲା ସେଶନ କୋର୍ଟ ଏହି ମାମଲାରେ ଗ୍ରୀଷ୍ଣା ଓ ତାଙ୍କ ଦାଦାଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ଅପରାଧର ଗମ୍ଭୀରତାକୁ ଦୃଷ୍ଟିରେ ରଖି ଅଦାଲତ ଗ୍ରୀଷ୍ଣାଙ୍କୁ ଫାଶୀ ଦଣ୍ଡାଦେଶ ଶୁଣାଇଥିବା କହିଛନ୍ତି। ଏହାସହ ଗ୍ରୀଷ୍ଣା […] The post ବିଷ ଦେଇ ପ୍ରେମିକଙ୍କୁ କରିଥିଲେ ହତ୍ୟା: ପ୍ରେମିକାଙ୍କୁ ମିଳିଲା ଫାଶୀ ଦଣ୍ଡ appeared first on Dharitri Odia News.
ଥିରୁଭାନନ୍ତପୁରମ,୨୦ା୧: କେରଳର ଥିରୁଭାନନ୍ତପୁରମର ଅତିରିକ୍ତ ଜିଲା ସେଶନ କୋର୍ଟ ସୋମବାର ଜଣେ ୨୪ ବର୍ଷିୟା ଯୁବତୀ ଗ୍ରୀଷ୍ଣାଙ୍କୁ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି। ଗ୍ରୀଷ୍ଣା ୨ ବର୍ଷ ତଳେ ବୟଫ୍ରେଣ୍ଡ ଶାରୋନ ରାଜ୍ଙ୍କୁ ବିଷ ଦେଇ ହତ୍ୟା କରିଥିଲେ। ସପ୍ତାହେ ତଳେ ଥିରୁଭାନନ୍ତପୁରମର ଅତିରିକ୍ତ ଜିଲା ସେଶନ କୋର୍ଟ ଏହି ମାମଲାରେ ଗ୍ରୀଷ୍ଣା ଓ ତାଙ୍କ ଦାଦାଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ଅପରାଧର ଗମ୍ଭୀରତାକୁ ଦୃଷ୍ଟିରେ ରଖି ଅଦାଲତ ଗ୍ରୀଷ୍ଣାଙ୍କୁ ଫାଶୀ ଦଣ୍ଡାଦେଶ ଶୁଣାଇଥିବା କହିଛନ୍ତି।
ଏହାସହ ଗ୍ରୀଷ୍ଣା କେରଳରେ ମୃତ୍ୟୁ ଦଣ୍ଡ ପାଇଥିବାର ସବୁଠୁ କନିଷ୍ଠ ମହିଳା। ତେବେ ଗ୍ରୀଷ୍ଣାଙ୍କର ଶିକ୍ଷାଗତ ଯୋଗ୍ୟତା, ପୂର୍ବରୁ କୌଣସି ଆପରାଧିକ ଇତିହାସ ନ ଥିବା ଏବଂ ମା’ବାପାଙ୍କର ଏକମାତ୍ର ଝିଅ ହୋଇଥିବା ଦର୍ଶାଇ ଗ୍ରୀଷ୍ଣାଙ୍କୁ କୋହଳ ଦଣ୍ଡାଦେଶ ଦେବାକୁ ତାଙ୍କ ଓକିଲ ଅଦାଲତଙ୍କୁ ଅନୁରୋଧ କରିଥିଲେ। ପ୍ରକାଶ ଯେ, ଗ୍ରୀଷ୍ଣାଙ୍କର ବୟଫ୍ରଣ୍ଡ ଶାରୋନ ଥିରୁଭାନନ୍ତପୁରମ ନିକଟସ୍ଥ ପରସାଲା ଅଞ୍ଚଳରେ ରହୁଥିଲେ। ଉଭୟ ଗ୍ରୀଷ୍ଣା ଓ ଶାରୋନ ରିଲେସନ୍ଶିପରେ ଥିଲେ। ତେବେ ଗ୍ରୀଷ୍ଣାଙ୍କର ଅଭିଭାବକ ତାଙ୍କର ବିବାହ ଅନ୍ୟ ଏକ ସ୍ଥାନରେ ଠିକ୍ କରିଥିଲେ। ଗ୍ରୀଷ୍ଣା ମଧ୍ୟ ଅଭିଭାବକଙ୍କ ନିଷ୍ପତ୍ତିରେ ରାଜି ହୋଇ ସମ୍ପର୍କ ଶେଷ କରିବାକୁ ଶାରୋନଙ୍କୁ କହିଥିଲେ। ଶାରୋନ ଏଥିରେ ସହମତ ନ ହେବାରୁ ଗ୍ରୀଷ୍ଣା ତାଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲେ। ୨୦୨୨ ଅକ୍ଟୋବର ୪ରେ ଗ୍ରୀଷ୍ଣା ଶାରୋନଙ୍କୁ ନିଜ ଘରକୁ ଡକାଇ ତାଙ୍କୁ ଖାଦ୍ୟରେ ବିଷ ମିଶାଇ ଖାଇବାକୁ ଦେଇଥିଲେ।
The post ବିଷ ଦେଇ ପ୍ରେମିକଙ୍କୁ କରିଥିଲେ ହତ୍ୟା: ପ୍ରେମିକାଙ୍କୁ ମିଳିଲା ଫାଶୀ ଦଣ୍ଡ appeared first on Dharitri Odia News.