ସ୍ଥାୟୀ ନିଯୁକ୍ତି ଦାବି, ଜିଲାପାଳଙ୍କୁ ଫେରାଦ
ବରଗଡ଼,୨୫।୧(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଭଟଲି ବ୍ଲକ ଅନ୍ତର୍ଗତ ବାଉଲସିଂହାସ୍ଥିତ ଇଥାନଲ ପ୍ଲାଣ୍ଟରେ ଗୋଟିଏ ପଟେ ସ୍ଥାନୀୟ ନିଯୁକ୍ତି ଦାବି ଜୋର୍ ଧରିଥିବାବେଳେ ଅନ୍ୟପଟେ କାର୍ଯ୍ୟରତ ଶ୍ରମିକମାନେ ସ୍ଥାୟୀ ନିଯୁକ୍ତି ଦାବି କରିଛନ୍ତି। ଏହି ଦାବି ନେଇ ଶୁକ୍ରବାର ଶ୍ରମିକମାନେ ଜିଲାପାଳ ଆଦିତ୍ୟ ଗୋୟଲଙ୍କୁ ଫେରାଦ ହୋଇଛନ୍ତି। ସେମାନଙ୍କୁ ପ୍ଲାଣ୍ଟରେ ସ୍ଥାୟୀ ନିଯୁକ୍ତି ଦେବା ଦିଗରେ ବିହିତ ପଦକ୍ଷେପ ନେବାକୁ ଶ୍ରମିକମାନେ ଜିଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ପ୍ରକାଶ ଯେ, ଶ୍ରମିକମାନେ ଗତ ୪ବର୍ଷ ହେଲା ଉକ୍ତ […] The post ସ୍ଥାୟୀ ନିଯୁକ୍ତି ଦାବି, ଜିଲାପାଳଙ୍କୁ ଫେରାଦ appeared first on Dharitri Odia News.
ବରଗଡ଼,୨୫।୧(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଭଟଲି ବ୍ଲକ ଅନ୍ତର୍ଗତ ବାଉଲସିଂହାସ୍ଥିତ ଇଥାନଲ ପ୍ଲାଣ୍ଟରେ ଗୋଟିଏ ପଟେ ସ୍ଥାନୀୟ ନିଯୁକ୍ତି ଦାବି ଜୋର୍ ଧରିଥିବାବେଳେ ଅନ୍ୟପଟେ କାର୍ଯ୍ୟରତ ଶ୍ରମିକମାନେ ସ୍ଥାୟୀ ନିଯୁକ୍ତି ଦାବି କରିଛନ୍ତି। ଏହି ଦାବି ନେଇ ଶୁକ୍ରବାର ଶ୍ରମିକମାନେ ଜିଲାପାଳ ଆଦିତ୍ୟ ଗୋୟଲଙ୍କୁ ଫେରାଦ ହୋଇଛନ୍ତି। ସେମାନଙ୍କୁ ପ୍ଲାଣ୍ଟରେ ସ୍ଥାୟୀ ନିଯୁକ୍ତି ଦେବା ଦିଗରେ ବିହିତ ପଦକ୍ଷେପ ନେବାକୁ ଶ୍ରମିକମାନେ ଜିଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି।
ପ୍ରକାଶ ଯେ, ଶ୍ରମିକମାନେ ଗତ ୪ବର୍ଷ ହେଲା ଉକ୍ତ ଇଥାନଲ ପ୍ଲାଣ୍ଟରେ କାର୍ଯ୍ୟ କରିଆସୁଛନ୍ତି। ବିଭିନ୍ନ ସମୟରେ ଉକ୍ତ ପ୍ଲାଣ୍ଟରେ ଶ୍ରମିକଙ୍କୁ ଛଟେଇ କରାଯାଉଥିବା ମଧ୍ୟ ଅଭିଯୋଗ ହୋଇଛି। ଫଳରେ ପ୍ଲାଣ୍ଟରେ କାର୍ଯ୍ୟରତ ସମସ୍ତ ଶ୍ରମିକଙ୍କୁ ତୁରନ୍ତ ସ୍ଥାୟୀ ନିଯୁକ୍ତି ଦେବାକୁ ଦାବି ହୋଇଛି। ଏହି ଦାବି ନେଇ ଆଇଏନ୍ଟିୟୁସି ନେତା କିଶୋର ସାହୁଙ୍କ ନେତୃତ୍ୱରେ ଜୟରାମ ବିଶ୍ୱାଳ, ଭରତ ଭୋଇ, ଡୋଲାମଣି ରାଜହଂସ, ଅକ୍ଷୟ ବାଗ, ସତ୍ୟ ଶୁଭମ ବାଗ, ଅନନ୍ତ ହରପାଲ ପ୍ରମୁଖ ଦାବିପତ୍ର ପ୍ରଦାନ ପାଇଁ ଜିଲାପାଳଙ୍କ କାର୍ଯ୍ୟାଳୟକୁ ଆସିଥିଲେ। ଆମ୍ ଆଦ୍ମୀ ପାର୍ଟିର ଜିଲା ଆବାହକ ଭବାନୀ ପ୍ରସାଦ ସାହୁ, ସରୋଜ ନାଏକ ପ୍ରମୁଖ ଶ୍ରମିକଙ୍କ ଦାବିକୁ ସମର୍ଥନ ଜଣାଇ ଉପସ୍ଥିତ ଥିଲେ।
The post ସ୍ଥାୟୀ ନିଯୁକ୍ତି ଦାବି, ଜିଲାପାଳଙ୍କୁ ଫେରାଦ appeared first on Dharitri Odia News.