ଭାରତକୁ ବଡ଼ ସଫଳତା: ଟ୍ୟାଙ୍କବିଧ୍ୱଂସୀ ମିଶାଇଲ ସିଷ୍ଟମ୍ର ସଫଳ ପରୀକ୍ଷା
ନୂଆଦିଲ୍ଲୀ,୧୪ା୪:ଭାରତୀୟ ସେନା ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଟ୍ୟାଙ୍କବିଧ୍ୱଂସୀ ଗାଇଡେଡ୍ ମିଶାଇଲ୍ ସିଷ୍ଟମ୍ର ସଫଳ ପରୀକ୍ଷା କରିଛି। ପ୍ରତିରକ୍ଷା ଗବେଷଣା ଓ ବିକାଶ ପ୍ରତିଷ୍ଠାନ (ଡିଆର୍ଡିଓ) ଦ୍ୱାରା ଡିଜାଇନ ଓ ବିକଶିତ ହୋଇଥିବା ଏହି ଓ୍ବିପନ୍ ସିଷ୍ଟମକୁ ଜଣେ ବ୍ୟକ୍ତି ବହନ କରିପାରିବେ। ଏଥିରେ ଏମ୍ପିଏଟିଜିଏମ୍, ଲଞ୍ଚର, ଟାର୍ଗେଟ ଆକୁଇଜିଶନ ଡିଭାଇସ୍ ଏବଂ ଫାୟାର କଣ୍ଟ୍ରୋଲ ୟୁନିଟ୍ ରହିଛି। ଶନିବାର ପୋଖରାନ୍ର ଫିଲ୍ଡ ଫାୟାରିଂ ରେଞ୍ଜ୍ଠାରେ ଏହାର ସଫଳ ପରୀକ୍ଷା ପାଇଁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଡିଆର୍ଡିଓ […] The post ଭାରତକୁ ବଡ଼ ସଫଳତା: ଟ୍ୟାଙ୍କବିଧ୍ୱଂସୀ ମିଶାଇଲ ସିଷ୍ଟମ୍ର ସଫଳ ପରୀକ୍ଷା appeared first on Dharitri Odia News.
ନୂଆଦିଲ୍ଲୀ,୧୪ା୪:ଭାରତୀୟ ସେନା ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଟ୍ୟାଙ୍କବିଧ୍ୱଂସୀ ଗାଇଡେଡ୍ ମିଶାଇଲ୍ ସିଷ୍ଟମ୍ର ସଫଳ ପରୀକ୍ଷା କରିଛି। ପ୍ରତିରକ୍ଷା ଗବେଷଣା ଓ ବିକାଶ ପ୍ରତିଷ୍ଠାନ (ଡିଆର୍ଡିଓ) ଦ୍ୱାରା ଡିଜାଇନ ଓ ବିକଶିତ ହୋଇଥିବା ଏହି ଓ୍ବିପନ୍ ସିଷ୍ଟମକୁ ଜଣେ ବ୍ୟକ୍ତି ବହନ କରିପାରିବେ। ଏଥିରେ ଏମ୍ପିଏଟିଜିଏମ୍, ଲଞ୍ଚର, ଟାର୍ଗେଟ ଆକୁଇଜିଶନ ଡିଭାଇସ୍ ଏବଂ ଫାୟାର କଣ୍ଟ୍ରୋଲ ୟୁନିଟ୍ ରହିଛି। ଶନିବାର ପୋଖରାନ୍ର ଫିଲ୍ଡ ଫାୟାରିଂ ରେଞ୍ଜ୍ଠାରେ ଏହାର ସଫଳ ପରୀକ୍ଷା ପାଇଁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଡିଆର୍ଡିଓ ଏବଂ ଭାରତୀୟ ସେନାକୁ ଅଭିନନ୍ଦନ ଜଣାଇଛନ୍ତି। ପ୍ରତିରକ୍ଷା ଉତ୍ପାଦନରେ ଆତ୍ମନିର୍ଭରତା ହାସଲ କରିବା ସହ ଅତ୍ୟାଧୁନିକ ପ୍ରଯୁକ୍ତି ଆଧାରିତ ଡିଫେନ୍ସ ସିଷ୍ଟମ ବିକାଶରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ସେ କହିଛନ୍ତି।
The post ଭାରତକୁ ବଡ଼ ସଫଳତା: ଟ୍ୟାଙ୍କବିଧ୍ୱଂସୀ ମିଶାଇଲ ସିଷ୍ଟମ୍ର ସଫଳ ପରୀକ୍ଷା appeared first on Dharitri Odia News.