ଏହି କାରଣରୁ ୨୪ ଲକ୍ଷ ଟଙ୍କା ଜୋରିମନା ଗଣିବେ ରିଷଭ ପନ୍ତ
ନୂଆଦିଲ୍ଲୀ,୪।୪: ଦିଲ୍ଲୀ କ୍ୟାପିଟାଲ୍ସ କୋଲକତା ନାଇଟ୍ ରାଇଡର୍ସଠାରୁ ଶୋଚନୀୟ ପରାଜୟର ସମ୍ମୁଖୀନ ହୋଇଛି। ଏହି ପରାଜୟ ପରେ ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ ରିଷଭ ପନ୍ତ ଆଉ ଏକ ଝଟ୍କାର ସମ୍ମୁଖୀନ ହୋଇଛନ୍ତି। ତାଙ୍କ ଉପରେ ୨୪ ଲକ୍ଷ ଟଙ୍କା ଜୋରିମନା କରାଯାଇଛି। ମନ୍ଥର ଓଭର ହାର ହେତୁ ରିଷଭଙ୍କୁ କ୍ରମାଗତ ଦ୍ୱିତୀୟ ଥର ପାଇଁ ଜୋରିମନା କରାଯାଇଛି। ତେବେ ଏହି ଜୋରିମାନା କେବଳ ତାଙ୍କ ଉପରେ ନୁହେଁ ବରଂ ଟିମ୍ ଉପରେ ଲାଗୁ କରାଯାଇଛି। ଚଳିତ ସିଜନରେ […] The post ଏହି କାରଣରୁ ୨୪ ଲକ୍ଷ ଟଙ୍କା ଜୋରିମନା ଗଣିବେ ରିଷଭ ପନ୍ତ appeared first on Dharitri Odia News.
ନୂଆଦିଲ୍ଲୀ,୪।୪: ଦିଲ୍ଲୀ କ୍ୟାପିଟାଲ୍ସ କୋଲକତା ନାଇଟ୍ ରାଇଡର୍ସଠାରୁ ଶୋଚନୀୟ ପରାଜୟର ସମ୍ମୁଖୀନ ହୋଇଛି। ଏହି ପରାଜୟ ପରେ ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ ରିଷଭ ପନ୍ତ ଆଉ ଏକ ଝଟ୍କାର ସମ୍ମୁଖୀନ ହୋଇଛନ୍ତି। ତାଙ୍କ ଉପରେ ୨୪ ଲକ୍ଷ ଟଙ୍କା ଜୋରିମନା କରାଯାଇଛି। ମନ୍ଥର ଓଭର ହାର ହେତୁ ରିଷଭଙ୍କୁ କ୍ରମାଗତ ଦ୍ୱିତୀୟ ଥର ପାଇଁ ଜୋରିମନା କରାଯାଇଛି। ତେବେ ଏହି ଜୋରିମାନା କେବଳ ତାଙ୍କ ଉପରେ ନୁହେଁ ବରଂ ଟିମ୍ ଉପରେ ଲାଗୁ କରାଯାଇଛି। ଚଳିତ ସିଜନରେ ତୃତୀୟ ଥର ପାଇଁ ଦିଲ୍ଲୀ ପରାଜୟର ସମ୍ମୁଖୀନ ହୋଇଛି। ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷରେ ଏକ ମ୍ୟାଚ ଜିତିଥିଲା ଦିଲ୍ଲୀ।
କୋଲକାତା ବିପକ୍ଷରେ ଦିଲ୍ଲୀକୁ ଲଜ୍ଜାଜନକ ପରାଜୟର ସାମ୍ନା କରିବାକୁ ପଡିଥିଲା। ଏହି ପରାଜୟ ପରେ ରିଷଭ ପନ୍ତଙ୍କ ସହିତ ଖେଳୁଥିବା ଏକାଦଶର ଅନ୍ୟ ଖେଳାଳିଙ୍କୁ ମଧ୍ୟ ଜୋରିମନା କରାଯାଇଥିଲା। ଏହା ଦ୍ୱିତୀୟ ଥର ପାଇଁ ପନ୍ତଙ୍କ ଦଳ ମନ୍ଥର ଓଭର ହାରରେ ଦୋଷୀ ସାବ୍ୟସ୍ତ ହୋଇଛି। ଏହି କାରଣରୁ ୨୪ ଲକ୍ଷ ଟଙ୍କା ଜୋରିମନା କରାଯାଇଛି। ଦିଲ୍ଲୀର ଅବଶିଷ୍ଟ ଖେଳାଳିଙ୍କୁ ୬ ଲକ୍ଷ ଟଙ୍କା କିମ୍ବା ମ୍ୟାଚ ଫି’ର ୨୫ ପ୍ରତିଶତ ଜୋରିମନା କରାଯାଇଛି।
The post ଏହି କାରଣରୁ ୨୪ ଲକ୍ଷ ଟଙ୍କା ଜୋରିମନା ଗଣିବେ ରିଷଭ ପନ୍ତ appeared first on Dharitri Odia News.