ମୃତ ଚାଷୀଙ୍କୁ ସହାୟ ହେଲେ ବିଜେଡି ସୁପ୍ରିମୋ ନବୀନ, ବିଧାୟକଙ୍କ ଜରିଆରେ ଦେଲେ ୧ଲକ୍ଷ ଟଙ୍କା
ନନ୍ଦିଘୋଷ ବ୍ୟୁରୋ: ଜଗତସିଂହପୁର ମୃତ ଚାଷୀଙ୍କ ପରିବାରକୁ ସହାୟତା ଘୋଷଣା। ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଗସ୍ତ ପରେ... The post ମୃତ ଚାଷୀଙ୍କୁ ସହାୟ ହେଲେ ବିଜେଡି ସୁପ୍ରିମୋ ନବୀନ, ବିଧାୟକଙ୍କ ଜରିଆରେ ଦେଲେ ୧ଲକ୍ଷ ଟଙ୍କା appeared first on .
ନନ୍ଦିଘୋଷ ବ୍ୟୁରୋ: ଜଗତସିଂହପୁର ମୃତ ଚାଷୀଙ୍କ ପରିବାରକୁ ସହାୟତା ଘୋଷଣା। ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଗସ୍ତ ପରେ ମୃତ ଚାଷୀଙ୍କ ପରିବାରକୁ ସହାୟତା ପ୍ରଦାନ କରାଯାଇଛି । ସ୍ଥାନୀୟ ବିଜେଡି ବିଧାୟକ ସାରଦା ଜେନାଙ୍କ ଜରିଆରେ ପରିବାରକୁ ଦିଆଗଲା ୧ଲକ୍ଷ ଟଙ୍କା। ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ସାରଣା ଗାଁର ମୃତ ଚାଷୀ କୃତିବାସ ସ୍ୱାଇଁଙ୍କ ପରିବାରକୁ ଏହି ସହାୟତା ଅର୍ଥ ପ୍ରଦାନ କରାଯାଇଛି। ବାଲିକୁଦା ଏରସମା ବିଜେଡି ବିଧାୟକ ସାରଦା ଜେନା ମୃତକଙ୍କ ପରିବାରକୁ ଭେଟି ଏହି ସହାୟତା ରାଶି ପ୍ରଦାନ କରିଛନ୍ତି । ବର୍ତ୍ତମାନ ସୁଦ୍ଧା ସରକାରଙ୍କ ପକ୍ଷରୁ କୌଣସି ସହାୟତା ପ୍ରଦାନ କରାଯାଇନଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ଲଗାଣ ବର୍ଷା ଓ ଲଘୁଚାପଜନିତ ବର୍ଷାରେ ସୁନାର ଫସଲ ନଷ୍ଟ ହେବା ପରେ ଚାଷୀ କୃତିବାସ ଋଣ ଶୁଝିବା ଚିନ୍ତାରେ ବେକରେ ରଶି ଲଗାଇ ଗତ ସୋମବାର ରାତିରେ ଆତ୍ମହତ୍ୟା କରିଥିଲେ। ଏହି ଖବର ଶୁଣି ଦୁଃଖ ପ୍ରକାଶ କରିଥିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ମଙ୍ଗଳବାର ବାଲିକୁଦା ବ୍ଲକ ଅଞ୍ଚଳ ଗସ୍ତ ସମୟରେ ମୃତ ଚାଷୀଙ୍କ ଘରକୁ ଯାଇ ପରିବାରକୁ ସମବେଦନା ଜଣାଇଥିଲେ ବିଜେଡି ସୁପ୍ରିମୋ ନବୀନ । ସେପଟେ ସହାୟତା ପାଇ ନବୀନଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୃତ ଚାଷୀଙ୍କ ପରିବାର ।
The post ମୃତ ଚାଷୀଙ୍କୁ ସହାୟ ହେଲେ ବିଜେଡି ସୁପ୍ରିମୋ ନବୀନ, ବିଧାୟକଙ୍କ ଜରିଆରେ ଦେଲେ ୧ଲକ୍ଷ ଟଙ୍କା appeared first on .