ଜାଣନ୍ତୁ ଦୀପାଳିଙ୍କୁ ପୁଣି ଟିକେଟ୍ ଦେବାର କାରଣ
ଝାରସୁଗୁଡ଼ା,୪ା୪(ସଞ୍ଜୟ ମାଲି): ବିଜୁ ଜନତା ଦଳ ତା’ର ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ଓ ତୃତୀୟ ପର୍ଯ୍ୟାୟ ଲୋକ ସଭା ପ୍ରାର୍ଥୀ ତାଲିକା ବୁଧବାର ଘୋଷଣା କରିଛି। ଏହି ତାଲିକାରେ ଝାରସୁଗୁଡ଼ା ବିଧାନସଭା ଆସନ ପାଇଁ ଦଳ ପୁଣି ଥରେ ଦୀପାଳି ଦାସଙ୍କ ଉପରେ ଭରସା କରିଛି। ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ଦେହାନ୍ତ ପରେ ୨୦୨୩ରେ ଝାରସୁଗୁଡ଼ାରେ ଉପନିର୍ବାଚନ ହୋଇଥିଲା। ଉପନିର୍ବାଚନରେ ନବଙ୍କ ଝିଅ ଦୀପାଳି ଦାସଙ୍କୁ ବିଜେଡି ପକ୍ଷରୁ ପ୍ରାର୍ଥୀ କରାଯାଇଥିଲା। ଏଥିରେ ଦୀପାଳି […] The post ଜାଣନ୍ତୁ ଦୀପାଳିଙ୍କୁ ପୁଣି ଟିକେଟ୍ ଦେବାର କାରଣ appeared first on Dharitri Odia News.
ଝାରସୁଗୁଡ଼ା,୪ା୪(ସଞ୍ଜୟ ମାଲି): ବିଜୁ ଜନତା ଦଳ ତା’ର ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ଓ ତୃତୀୟ ପର୍ଯ୍ୟାୟ ଲୋକ ସଭା ପ୍ରାର୍ଥୀ ତାଲିକା ବୁଧବାର ଘୋଷଣା କରିଛି। ଏହି ତାଲିକାରେ ଝାରସୁଗୁଡ଼ା ବିଧାନସଭା ଆସନ ପାଇଁ ଦଳ ପୁଣି ଥରେ ଦୀପାଳି ଦାସଙ୍କ ଉପରେ ଭରସା କରିଛି।
ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ଦେହାନ୍ତ ପରେ ୨୦୨୩ରେ ଝାରସୁଗୁଡ଼ାରେ ଉପନିର୍ବାଚନ ହୋଇଥିଲା। ଉପନିର୍ବାଚନରେ ନବଙ୍କ ଝିଅ ଦୀପାଳି ଦାସଙ୍କୁ ବିଜେଡି ପକ୍ଷରୁ ପ୍ରାର୍ଥୀ କରାଯାଇଥିଲା। ଏଥିରେ ଦୀପାଳି ନିଜର ପ୍ରତିଦ୍ବନ୍ଦ୍ୱୀ ଭାଜପାର ଟଙ୍କଧର ତ୍ରିପାଠୀଙ୍କୁ ପରାସ୍ତ କରି ବିଧାୟିକା ହୋଇଥିଲେ। ଦଳ ତାଙ୍କ ଉପରେ ଭରସା କରି ଚଳିତ ନିର୍ବାଚନରେ ପୁଣି ଥରେ ତାଙ୍କୁ ପ୍ରାର୍ଥୀ ଭାବେ ଟିକେଟ ପ୍ରଦାନ କରିଛି। ଏହି ଖବର ପ୍ରସାରିତ ହେବା ପରେ ଝାରସୁଗୁଡ଼ାରେ ତାଙ୍କ ସମର୍ଥକଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି।
ଦଳୀୟ କର୍ମକର୍ତ୍ତା, କର୍ମୀ ମଙ୍ଗଳ ବଜାର ଛକ, ରେଲୱେ ଷ୍ଟେଶନ ଛକ, ବେହେରାମାଲ ଛକ, ବିଟିଏମ୍ ଛକ, ସରବାହାଲସ୍ଥିତ ତାଙ୍କ ବାସଭବନ ସାମ୍ନାରେ ବାଣ ଫୁଟାଇ ମିଷ୍ଟାନ୍ନ ବଣ୍ଟନ କରିଛନ୍ତି। ଏଥିପାଇଁ ଦୀପାଳି ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇବା ସହ ନିର୍ବାଚନରେ ବିଜୟୀ ହେଲେ ଝାରସୁଗୁଡାର ବିକାଶ ପାଇଁ ତାଙ୍କ ବାପା ଯେଉଁ ସ୍ବପ୍ନ ଦେଖିଥିଲେ ତାହାକୁ ସେ ଆଗେଇନେବେ ବୋଲି କହିଥିଲେ।
The post ଜାଣନ୍ତୁ ଦୀପାଳିଙ୍କୁ ପୁଣି ଟିକେଟ୍ ଦେବାର କାରଣ appeared first on Dharitri Odia News.