Paytm ଉପରେ ଆରବିଆଇର ବଡ କାର୍ଯ୍ୟାନୁଷ୍ଠାନ… ଫେବୃଆରୀ ୨୯ ପରେ ହୋଇପାରିବନି ନେଣଦେଣ
ନୂଆଦିଲ୍ଲୀ,୩୧।୧: ଅନଲାଇନ୍ ପେମେଣ୍ଟ ସେବା ଯୋଗାଉଥିବା ପେଟିଏମ୍ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ଠାରୁ ଏକ ବଡ଼ ଝଟକା ପାଇଛି। ପେଟିଏମ୍ କୁ ନୂତନ ଗ୍ରାହକ ଯୋଡିବାକୁ ବାରଣ କରାଯାଇଛି। ଏହାର ଅର୍ଥ ବର୍ତ୍ତମାନ କୌଣସି ନୂତନ ଗ୍ରାହକ ପେଟିଏମ୍ ପେମେଣ୍ଟ ବ୍ୟାଙ୍କରେ ଯୋଗଦାନ କରିବାକୁ ସମର୍ଥ ହେବେ ନାହିଁ। ତେବେ ପେଟିଏମ୍ରେ ଥିବା ଟଙ୍କା ସରିବା ଯାଏଁ ବ୍ୟବହାର ହୋଇପାରିବ। ତୁରନ୍ତ ପ୍ରଭାବ ସହିତ ଏହି ନିଷ୍ପତ୍ତି କାର୍ଯ୍ୟକାରୀ ହେଉଛି ବୋଲି କେନ୍ଦ୍ରୀୟ ବ୍ୟାଙ୍କ […] The post Paytm ଉପରେ ଆରବିଆଇର ବଡ କାର୍ଯ୍ୟାନୁଷ୍ଠାନ… ଫେବୃଆରୀ ୨୯ ପରେ ହୋଇପାରିବନି ନେଣଦେଣ appeared first on Dharitri Odia News.
ନୂଆଦିଲ୍ଲୀ,୩୧।୧: ଅନଲାଇନ୍ ପେମେଣ୍ଟ ସେବା ଯୋଗାଉଥିବା ପେଟିଏମ୍ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ଠାରୁ ଏକ ବଡ଼ ଝଟକା ପାଇଛି। ପେଟିଏମ୍ କୁ ନୂତନ ଗ୍ରାହକ ଯୋଡିବାକୁ ବାରଣ କରାଯାଇଛି। ଏହାର ଅର୍ଥ ବର୍ତ୍ତମାନ କୌଣସି ନୂତନ ଗ୍ରାହକ ପେଟିଏମ୍ ପେମେଣ୍ଟ ବ୍ୟାଙ୍କରେ ଯୋଗଦାନ କରିବାକୁ ସମର୍ଥ ହେବେ ନାହିଁ। ତେବେ ପେଟିଏମ୍ରେ ଥିବା ଟଙ୍କା ସରିବା ଯାଏଁ ବ୍ୟବହାର ହୋଇପାରିବ। ତୁରନ୍ତ ପ୍ରଭାବ ସହିତ ଏହି ନିଷ୍ପତ୍ତି କାର୍ଯ୍ୟକାରୀ ହେଉଛି ବୋଲି କେନ୍ଦ୍ରୀୟ ବ୍ୟାଙ୍କ କହିଛି।
ପେଟିଏମ୍ ପେମେଣ୍ଟ ବ୍ୟାଙ୍କରେ ନୂତନ ଗ୍ରାହକ ଯୋଡିବା ଉପରେ ପ୍ରତିବନ୍ଧକ ଲଗାଇବା ବ୍ୟତୀତ ଆରବିଆଇ ଏକ ନିର୍ଦ୍ଦେଶ ଜାରି କରିଛି ଯେ, ପେଟିଏମ୍ ପେମେଣ୍ଟ ବ୍ୟାଙ୍କକୁ ୨୯ ଫେବୃଆରୀ ୨୦୨୪ ପରେ କୌଣସି ଗ୍ରାହକ ଆକାଉଣ୍ଟ, ୱାଲେଟ୍ ଏବଂ ଫାଷ୍ଟାଗରେ ଜମା / ଟପ୍ ଅପ୍ କରିବାକୁ ଅନୁମତି ଦିଆଯିବ ନାହିଁ।
Action against Paytm Payments Bank Ltd under Section 35A of the Banking Regulation Act, 1949https://t.co/bswaWHSxtk
— ReserveBankOfIndia (@RBI) January 31, 2024
ବ୍ୟାଙ୍କର ଗ୍ରାହକମାନଙ୍କୁ ସେମାନଙ୍କ ସେଭିଂ ଆକାଉଣ୍ଟ, କରେଣ୍ଟ ଆକାଉଣ୍ଟ, ପ୍ରିପେଡ୍ ଇନଷ୍ଟ୍ରୁମେଣ୍ଟସ୍, ଫାଷ୍ଟାଗ୍, ନ୍ୟାସନାଲ କମନ୍ ମୋବିଲିଟି କାର୍ଡ (ଏନସିଏମସି) ସହିତ ଆକାଉଣ୍ଟରୁ ଟଙ୍କା ପ୍ରତ୍ୟାହାର କିମ୍ବା ବ୍ୟବହାର କରିବାକୁ ଅନୁମତି ଦିଆଯିବ। ଅର୍ଥାତ ସସେଭିଂ ଆକାଉଣ୍ଟ, କରେଣ୍ଟ ଆକାଉଣ୍ଟ ଏବଂ ଫାଷ୍ଟାଗରେ ଜମା ହୋଇଥିବା ଟଙ୍କା ପ୍ରତ୍ୟାହାର କିମ୍ବା କୌଣସି ପ୍ରତିବନ୍ଧକ ବିନା ବ୍ୟବହାର କରାଯାଇପାରିବ। ବ୍ୟାଙ୍କିଙ୍ଗ୍ ରେଗୁଲେସନ୍ ଆକ୍ଟ -୧୯୯୯ ର ଧାରା ୩୫-ଏ ଅନୁଯାୟୀ ପେଟିଏମ୍ ପେମେଣ୍ଟ ବ୍ୟାଙ୍କ ବିରୋଧରେ ଆରବିଆଇ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।
The post Paytm ଉପରେ ଆରବିଆଇର ବଡ କାର୍ଯ୍ୟାନୁଷ୍ଠାନ… ଫେବୃଆରୀ ୨୯ ପରେ ହୋଇପାରିବନି ନେଣଦେଣ appeared first on Dharitri Odia News.