ରାଜ୍ୟରେ ୫ଦିନ ପର୍ଯ୍ୟନ୍ତ ବଢିବନି ତାତି, ଆସନ୍ତାକାଲି ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା
ଭୁବନେଶ୍ବର: ରାଜ୍ୟରେ ଲାଗି ରହିବ ଖରାଛାଇର ଖେଳ। ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବଢିବନି ତାତି। ବର୍ତ୍ତମାନ ଯେତିକି ତାପମାତ୍ରା ରେକର୍ଡ ହେଉଛି ସେତିକି ମଧ୍ୟରେ ରହିବ ତାତି। ରାଜ୍ୟରେ ଏବେ ଏକ ପଶ୍ଚମାଝଡ ସକ୍ରିୟ ଥିବାରୁ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତାକାଲି ବାଲେଶ୍ବର, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ, ଝାରସୁଗୁଡା ଏବଂ ଦେବଗଡ ରେ ହାଲୁକାରୁ ମଧ୍ୟମଧରଣର ବର୍ଷା ହେବ ବୋଲି ପୂର୍ବାନୁମାନ […]

ଭୁବନେଶ୍ବର: ରାଜ୍ୟରେ ଲାଗି ରହିବ ଖରାଛାଇର ଖେଳ। ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବଢିବନି ତାତି। ବର୍ତ୍ତମାନ ଯେତିକି ତାପମାତ୍ରା ରେକର୍ଡ ହେଉଛି ସେତିକି ମଧ୍ୟରେ ରହିବ ତାତି। ରାଜ୍ୟରେ ଏବେ ଏକ ପଶ୍ଚମାଝଡ ସକ୍ରିୟ ଥିବାରୁ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମଧରଣର ବର୍ଷା ହେବାର ସମ୍ଭାବନା ରହିଛି।
ଆସନ୍ତାକାଲି ବାଲେଶ୍ବର, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ, ଝାରସୁଗୁଡା ଏବଂ ଦେବଗଡ ରେ ହାଲୁକାରୁ ମଧ୍ୟମଧରଣର ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ୬ ତାରିଖରେ ସାରା ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ।
୭ ଏବଂ ୮ ତାରିଖରେ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ଜିଲ୍ଲା ଗୁଡିକରେ ଘଡଘଡି ବିଜୁଳି ସହ ବର୍ଷା ହେବ। ବର୍ଷା ହେଲେ ମଧ୍ୟ ଉପକୂଳ ଏବଂ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ସାମାନ୍ୟ ତାତି ରହିବ। ବିଶେଷ କରି ପୁରୀ, ଖୋର୍ଦ୍ଧା, କଟକ, ଗଞ୍ଜାମ, ଗଜପତି, ରାୟଗଡା, ମାଲକାନଗିରି ଏବଂ ନବରଙ୍ଗପୁର ରେ ସ୍ବାଭାବିକ ଠାରୁ ୨ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ଉପରେ ରହିବ ତାତି। ଉଭୟ ଦିନ ଓ ରାତ୍ରି ର ତାପମାତ୍ରା ଅଧିକ ରହିବ।