‘ବିଜେଡି ସରକାରଙ୍କ ଇଞ୍ଜିନକୁ ୨୪ ବର୍ଷ ହେଲାଣି, କେବଳ ପଲ୍ୟୁସନ କରୁଛି’

ଭୁବନେଶ୍ୱର, ୨୯।୩(ସୁନିତ୍‌ ମିଶ୍ର): ମୋଦି ଗ୍ୟାରେଣ୍ଟି ପାଇଁ ବର୍ତ୍ତମାନ ଓଡିଶାର ଗରିବ ଲୋକଙ୍କ ଜୀବନ ଧାରଣମାନରେ ପରିବର୍ତ୍ତନ ଆସିଛି। ଗରିବ ଲୋକଙ୍କର ମୌଳିକ ଆବଶ୍ୟକତା ଯଥା ପକ୍କାଘର, ଚାଉଳ, ବିଜୁଳି, ପିଇବା ପାଣି, ରାସ୍ତା, ନିଯୁକ୍ତି ଆଦି ପ୍ରସଙ୍ଗରେ ମୋଦି ସରକାରଙ୍କ ଯୋଜନା ଓଡିଶା ଲୋକଙ୍କୁ ଲାଭ ଦେଇଛି । କିନ୍ତୁ ୨୪ ବର୍ଷରେ ବିଜେଡି ସରକାର ସମୟରେ ହୋଇଥିବା ସମସ୍ତ ଯୋଜନାର ‘ଗ୍ୟାରେଣ୍ଟି ନାହିଁ କି ଓାରେଣ୍ଟି ନାହିଁ’ ବୋଲି ଭାଜପା ରାଜ୍ୟ ମୁଖପାତ୍ର ଅନିଲ […] The post ‘ବିଜେଡି ସରକାରଙ୍କ ଇଞ୍ଜିନକୁ ୨୪ ବର୍ଷ ହେଲାଣି, କେବଳ ପଲ୍ୟୁସନ କରୁଛି’ appeared first on Dharitri Odia News.

‘ବିଜେଡି ସରକାରଙ୍କ ଇଞ୍ଜିନକୁ ୨୪ ବର୍ଷ ହେଲାଣି, କେବଳ ପଲ୍ୟୁସନ କରୁଛି’

ଭୁବନେଶ୍ୱର, ୨୯।୩(ସୁନିତ୍‌ ମିଶ୍ର): ମୋଦି ଗ୍ୟାରେଣ୍ଟି ପାଇଁ ବର୍ତ୍ତମାନ ଓଡିଶାର ଗରିବ ଲୋକଙ୍କ ଜୀବନ ଧାରଣମାନରେ ପରିବର୍ତ୍ତନ ଆସିଛି। ଗରିବ ଲୋକଙ୍କର ମୌଳିକ ଆବଶ୍ୟକତା ଯଥା ପକ୍କାଘର, ଚାଉଳ, ବିଜୁଳି, ପିଇବା ପାଣି, ରାସ୍ତା, ନିଯୁକ୍ତି ଆଦି ପ୍ରସଙ୍ଗରେ ମୋଦି ସରକାରଙ୍କ ଯୋଜନା ଓଡିଶା ଲୋକଙ୍କୁ ଲାଭ ଦେଇଛି । କିନ୍ତୁ ୨୪ ବର୍ଷରେ ବିଜେଡି ସରକାର ସମୟରେ ହୋଇଥିବା ସମସ୍ତ ଯୋଜନାର ‘ଗ୍ୟାରେଣ୍ଟି ନାହିଁ କି ଓାରେଣ୍ଟି ନାହିଁ’ ବୋଲି ଭାଜପା ରାଜ୍ୟ ମୁଖପାତ୍ର ଅନିଲ ବିଶ୍ୱାଳ କହିଛନ୍ତି ।

ଭାଜପା ରାଜ୍ୟ କାର୍ଯ୍ୟାଳୟ ଠାରେ ଶୁକ୍ରବାର ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଅନିଲ କହିଛନ୍ତି ଯେ, ମୋଦି ଗ୍ୟାରେଣ୍ଟି ହେଉଛି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଯେଉଁଥିରେ ଓଡିଶାକୁ ମୋଟ୍‌ ୨୯ ଲକ୍ଷ ୨୮ ହଜାରରୁ ଅଧିକ ପକ୍କାଘର ନିର୍ମାଣ ପାଇଁ କେନ୍ଦ୍ର ସରକାର ଅର୍ଥ ଆବଣ୍ଟିତ କରିଛନ୍ତି। ରାଜ୍ୟ ସରକାରଙ୍କ ଗ୍ୟାରେଣ୍ଟି ଥିଲା ବିଜୁ ପକ୍କାଘର, ମୋ କୁଡିଆ, ମୋ ଘର ଭଳି ଯୋଜନା। ଗରିବଙ୍କୁ ଘର ଦେବା ପାଇଁ ରାଜ୍ୟ ସରକାର କରିଥିବା ଏହି ସମସ୍ତ ଯୋଜନା ବିଫଳ ହୋଇଛି । ‘ମୋ ଘର’ ଯୋଜନାରେ ମାତ୍ର ୧୦୩୭ ଜଣଙ୍କୁ ଘର କରିବା ପାଇଁ ଋଣ ମିଳିଛି। ଏହା ହିଁ ପ୍ରମାଣିତ କରୁଛି ରାଜ୍ୟ ସରକାରଙ୍କ କଥାରେ ଗ୍ୟାରେଣ୍ଟି ନାହିଁ । ବିଜେଡି ସରକାରର ଇଞ୍ଜିନକୁ ୨୪ ବର୍ଷ ହୋଇଗଲାଣି। ଏହା ଏବେ କେବଳ ପଲ୍ୟୁସନ କରୁଛି, ବେଶି ସାଉଣ୍ଡ କରୁଛି ହେଲେ ଇଞ୍ଜିନର ଗତି ନାହିଁ । ଓଡିଶା ଲୋକ ଏଥର ରାଜ୍ୟରେ ଭାଜପାର ନୂଆ ଇଞ୍ଜିନକୁ ସରକାରକୁ ଆଣିବେ ବୋଲି ଅନିଲ କହିଛନ୍ତି ।

The post ‘ବିଜେଡି ସରକାରଙ୍କ ଇଞ୍ଜିନକୁ ୨୪ ବର୍ଷ ହେଲାଣି, କେବଳ ପଲ୍ୟୁସନ କରୁଛି’ appeared first on Dharitri Odia News.