ମଣିପୁରରେ ୩୫୦ରୁ ଅଧିକ ଉଗ୍ରବାଦୀ ଗିରଫ; ସିକ୍ରେଟ୍ କୋଡ୍ରେ କରୁଥିଲେ ଚାନ୍ଦା ଆଦାୟ
ଇମ୍ଫାଲ: ମଣିପୁରରେ କେନ୍ଦ୍ରୀୟ ସୁରକ୍ଷାବଳକୁ ବଡ଼ ସଫଳତା । ୩୫୦ରୁ ଅଧିକ ଉଗ୍ରାବଦୀ ଗିରଫ । ଏମାନେ ବୈବାହିକ ମାମଲାକୁ ସମାଧାନ କରିବା ବାହାନାରେ ଜବରଦସ୍ତ ଚାନ୍ଦା ଆଦାୟ କରୁଥିଲେ । ଜଣେ ଅଧିକାରୀଙ୍କ ସୂଚନା ମୁତାବକ, ଫେବ୍ରୁଆରୀ ମାସରେ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ ହେବା ପରେ ଉଗ୍ରବାଦୀମାନେ ଧରାପଡ଼ିଛନ୍ତି । ଅନ୍ୟପଟେ ସ୍ଥାନୀୟ ପ୍ରଶାସନ, ଲୋକଙ୍କୁ ସତର୍କ ରହିବାକୁ କହିଛି । ଯେଉଁମାନେ ଜୋର୍ ଜବରଦସ୍ତ ଚାନ୍ଦା ଆଦାୟ କରୁଛନ୍ତି, ସେମାନଙ୍କୁ ଅଟକ ରଖି ପୋଲିସକୁ ଖବର ଦେବାକୁ କୁହାଯାଇଛି । ସେହିପରି ଉଗ୍ରବାଦୀଙ୍କୁ ସହଯୋଗ କରୁଥିବା ଲୋକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛି ପ୍ରଶାସନ । ଟେକ୍ନୋଲଜିର ଅପବ୍ୟବହାର:କିଛି ଦିନ ପୂର୍ବରୁ ଇମ୍ଫାଲ ପୋଲିସ ଟାଇଗର ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଥିଲା । ପରେ ସେ ୟୁନାଇଟେଡ୍ ନ୍ୟାସନାଲ୍ ଲିବରେସନ ଫ୍ରଣ୍ଟର ସଦସ୍ୟ ଲେସରାମ୍ ରମେଶ ସିଂହ ବୋଲି ଜଣାପଡ଼ିଥିଲା । ତା' ନାଁରେ ସରକାରୀ ଅଧିକାରୀଙ୍କୁ ଧମକ ଦେଇ ଚାନ୍ଦା ଆଦାୟ କରୁଥିବାର ଅଭିଯୋଗ ରହିଛି । ପଚରାଉଚରା ବେଳେ ଲେସରାମ୍ ରମେଶ ସିଂହ ମଧ୍ୟ ସମସ୍ତ ଅଭିଯୋଗକୁ ସ୍ବୀକାର କରିଛି । ସାଧାରଣ ଲୋକ ଓ ସରକାରୀ ଅଧିକାରୀଙ୍କ ଠାରୁ ଆଦାୟ ହେଉଥିବା ଅର୍ଥକୁ ଉଗ୍ରବାଦୀମାନେ ଅପବ୍ୟବହାର କରୁଥିଲା । ସେମାନେ ଏହି ଟଙ୍କାକୁ ଖର୍ଚ୍ଚ କରି ଅନ୍ୟ ରାଜ୍ୟରୁ ନକଲି ସିମ୍ କାର୍ଡ ହାସଲ କରୁଥିଲେ । ଆଉ ମୋବା
ଇମ୍ଫାଲ: ମଣିପୁରରେ କେନ୍ଦ୍ରୀୟ ସୁରକ୍ଷାବଳକୁ ବଡ଼ ସଫଳତା । ୩୫୦ରୁ ଅଧିକ ଉଗ୍ରାବଦୀ ଗିରଫ । ଏମାନେ ବୈବାହିକ ମାମଲାକୁ ସମାଧାନ କରିବା ବାହାନାରେ ଜବରଦସ୍ତ ଚାନ୍ଦା ଆଦାୟ କରୁଥିଲେ । ଜଣେ ଅଧିକାରୀଙ୍କ ସୂଚନା ମୁତାବକ, ଫେବ୍ରୁଆରୀ ମାସରେ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ ହେବା ପରେ ଉଗ୍ରବାଦୀମାନେ ଧରାପଡ଼ିଛନ୍ତି । ଅନ୍ୟପଟେ ସ୍ଥାନୀୟ ପ୍ରଶାସନ, ଲୋକଙ୍କୁ ସତର୍କ ରହିବାକୁ କହିଛି । ଯେଉଁମାନେ ଜୋର୍ ଜବରଦସ୍ତ ଚାନ୍ଦା ଆଦାୟ କରୁଛନ୍ତି, ସେମାନଙ୍କୁ ଅଟକ ରଖି ପୋଲିସକୁ ଖବର ଦେବାକୁ କୁହାଯାଇଛି । ସେହିପରି ଉଗ୍ରବାଦୀଙ୍କୁ ସହଯୋଗ କରୁଥିବା ଲୋକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛି ପ୍ରଶାସନ ।
ଟେକ୍ନୋଲଜିର ଅପବ୍ୟବହାର:
କିଛି ଦିନ ପୂର୍ବରୁ ଇମ୍ଫାଲ ପୋଲିସ ଟାଇଗର ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଥିଲା । ପରେ ସେ ୟୁନାଇଟେଡ୍ ନ୍ୟାସନାଲ୍ ଲିବରେସନ ଫ୍ରଣ୍ଟର ସଦସ୍ୟ ଲେସରାମ୍ ରମେଶ ସିଂହ ବୋଲି ଜଣାପଡ଼ିଥିଲା । ତା' ନାଁରେ ସରକାରୀ ଅଧିକାରୀଙ୍କୁ ଧମକ ଦେଇ ଚାନ୍ଦା ଆଦାୟ କରୁଥିବାର ଅଭିଯୋଗ ରହିଛି । ପଚରାଉଚରା ବେଳେ ଲେସରାମ୍ ରମେଶ ସିଂହ ମଧ୍ୟ ସମସ୍ତ ଅଭିଯୋଗକୁ ସ୍ବୀକାର କରିଛି ।
ସାଧାରଣ ଲୋକ ଓ ସରକାରୀ ଅଧିକାରୀଙ୍କ ଠାରୁ ଆଦାୟ ହେଉଥିବା ଅର୍ଥକୁ ଉଗ୍ରବାଦୀମାନେ ଅପବ୍ୟବହାର କରୁଥିଲା । ସେମାନେ ଏହି ଟଙ୍କାକୁ ଖର୍ଚ୍ଚ କରି ଅନ୍ୟ ରାଜ୍ୟରୁ ନକଲି ସିମ୍ କାର୍ଡ ହାସଲ କରୁଥିଲେ । ଆଉ ମୋବାଇରେ ହ୍ବାଟ୍ସ ଓ ଟେଲିଗ୍ରାମ୍ ଗ୍ରୁପ୍ ତିଆରି କରି ପୀଡ଼ିତଙ୍କୁ ବ୍ଲାକମେଲ୍ କରୁଥିଲେ । ଗୁପ୍ତ କୋଡ୍ ମାଧ୍ୟମରେ ଲୋକଙ୍କ ଠାରୁ ଚାନ୍ଦା ଆଦାୟ କରୁଥିଲେ ।
ଚଳିତ ବର୍ଷ ଫେବ୍ରୁଆରୀ ମାସରେ ଏନ. ବିରେନ୍ ସିଂହ ମଣିପୁର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ପରେ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ ହୋଇଛି । ମାତ୍ର ଉଗ୍ରବାଦୀମାନେ ଏହାକୁ ଖାତିର ନକରି ବେଆଇନ୍ ଟଙ୍କା ଆଦାୟ କରୁଛନ୍ତି । ଏଥିପାଇଁ UNLF, ପିପୁଲ୍ସ ଲିବରେସନ ଆର୍ମି, କାଙ୍ଗଲେଇ ୟାୱଲ୍ କାନବା ଲୁପ୍ ଓ ପିପୁଲ୍ସ ରିଭୋଲ୍ୟୁସନାରୀ ପାର୍ଟି ଅଫ୍ କାଙ୍ଗଲେଇପାକ୍ ଆଦି ସଂଗଠନ ଉପରେ ପ୍ରତିବନ୍ଧକ ଲାଗିଛି ।