ବିଜେପିରେ ମିଶିଲେ ପୂର୍ବତନ ବିଧାୟକ ପୂର୍ଣ୍ଣ ସେଠୀ, ସକାଳେ ବିଜେଡି ଛାଡ଼ିଥିଲେ
ଭୁବନେଶ୍ଵର: ନିର୍ବାଚନ ଯେତିକି ପାଖଉଛି ନେତାଙ୍କ ଦଳ ଡିଆଁ ପର୍ବ ଜାରି ରହିଛି। ଏହି କ୍ରମରେ ବିଜେପିରେ ମିଶିଲେ ଖଲିକୋଟର ପୂର୍ବତନ ବିଧାୟକ ପୂର୍ଣ୍ଣ ସେଠୀ। ସକାଳୁ ବିଜେଡିରୁ ଇସ୍ତଫା ଦେଇଥିଲେ ଆଉ ସନ୍ଧ୍ୟାରେ ବିଜେପି ମିଶିଛନ୍ତି। ରାଜ୍ୟ କାର୍ଯ୍ୟାଳୟରେ ସଭାପତିଙ୍କ ଉପସ୍ଥିତିରେ ସେ ବିଜେପିରେ ମିଶିଛନ୍ତି।Also read: ହୋଲି ପରେ ଆସିପାରେ ବିଜେଡିର ଲୋକସଭା ପ୍ରାର୍ଥୀ ତାଲିକା, ସରିଲାଣି ୧୭ ସିଟ୍ର ସମୀକ୍ଷାଖଲ୍ଲିକୋଟରୁ ୨୦୦୯ ଓ ୨୦୧୪ ରେ ବିଜେଡି ଟିକେଟରୁ ବିଧାୟକ ହେଇଥିଲେ ପୂର୍ଣ୍ଣ ସେଠୀ। ୨୦୧୯ରେ ଦଳ ଟିକେଟ ଦେଇନଥିଲା ଏବଂ ୨୦୨୪ରେ ପୁଣିଥରେ ଆଶାୟୀ ଥିଲେ ମଧ୍ୟ ଦଳରେ କଣଠେସା ଅଭିଯୋଗ କରି ଦଳ ଛାଡିଥିଲେ। ନିକଟରେ ନବୀନ ନିବାସରେ ଆସିକା ଲୋକସଭା ସମୀକ୍ଷା ବୈଠକରେ ପୂର୍ଣଙ୍କୁ ଦକାଯାଇ ନଥିଲା ଯାହାକୁ ନେଇ ଅସନ୍ତୋଷ ଥିଲେ ପୂର୍ଣ୍ଣ ଚନ୍ଦ୍ର ସେଠୀ। ଆଜି ବିଜେପିରେ ବିଧିବଦ୍ଧ ଯୋଗଦାନ ଗଞ୍ଜାମରେ ବିଜେପିକୁ ଆହୁରି ଶକ୍ତିଶାଳୀ କରିବ ବୋଲି କହିଛନ୍ତି ରାଜ୍ୟ ସଭାପତି।
ଭୁବନେଶ୍ଵର: ନିର୍ବାଚନ ଯେତିକି ପାଖଉଛି ନେତାଙ୍କ ଦଳ ଡିଆଁ ପର୍ବ ଜାରି ରହିଛି। ଏହି କ୍ରମରେ ବିଜେପିରେ ମିଶିଲେ ଖଲିକୋଟର ପୂର୍ବତନ ବିଧାୟକ ପୂର୍ଣ୍ଣ ସେଠୀ। ସକାଳୁ ବିଜେଡିରୁ ଇସ୍ତଫା ଦେଇଥିଲେ ଆଉ ସନ୍ଧ୍ୟାରେ ବିଜେପି ମିଶିଛନ୍ତି। ରାଜ୍ୟ କାର୍ଯ୍ୟାଳୟରେ ସଭାପତିଙ୍କ ଉପସ୍ଥିତିରେ ସେ ବିଜେପିରେ ମିଶିଛନ୍ତି।
Also read: ହୋଲି ପରେ ଆସିପାରେ ବିଜେଡିର ଲୋକସଭା ପ୍ରାର୍ଥୀ ତାଲିକା, ସରିଲାଣି ୧୭ ସିଟ୍ର ସମୀକ୍ଷା
ଖଲ୍ଲିକୋଟରୁ ୨୦୦୯ ଓ ୨୦୧୪ ରେ ବିଜେଡି ଟିକେଟରୁ ବିଧାୟକ ହେଇଥିଲେ ପୂର୍ଣ୍ଣ ସେଠୀ। ୨୦୧୯ରେ ଦଳ ଟିକେଟ ଦେଇନଥିଲା ଏବଂ ୨୦୨୪ରେ ପୁଣିଥରେ ଆଶାୟୀ ଥିଲେ ମଧ୍ୟ ଦଳରେ କଣଠେସା ଅଭିଯୋଗ କରି ଦଳ ଛାଡିଥିଲେ। ନିକଟରେ ନବୀନ ନିବାସରେ ଆସିକା ଲୋକସଭା ସମୀକ୍ଷା ବୈଠକରେ ପୂର୍ଣଙ୍କୁ ଦକାଯାଇ ନଥିଲା ଯାହାକୁ ନେଇ ଅସନ୍ତୋଷ ଥିଲେ ପୂର୍ଣ୍ଣ ଚନ୍ଦ୍ର ସେଠୀ। ଆଜି ବିଜେପିରେ ବିଧିବଦ୍ଧ ଯୋଗଦାନ ଗଞ୍ଜାମରେ ବିଜେପିକୁ ଆହୁରି ଶକ୍ତିଶାଳୀ କରିବ ବୋଲି କହିଛନ୍ତି ରାଜ୍ୟ ସଭାପତି।