୩୫୧ ବିରଳ କଇଁଛ ଉଦ୍ଧାର କଲା ଡିଆର୍ଆଇ
ଭୁବନେଶ୍ୱର,୪।୩(ସତ୍ୟଜିତ୍ ରାଉତ):ଓଡ଼ିଶା ଦେଇ କଇଁଛ ଚୋରା ଚାଲାଣ ଚାଲିଛି। ଖବର ପାଇବା ପରେ ଅର୍ଥ ମନ୍ତ୍ରଣାଳୟ ଅଧୀନ ରାଜସ୍ବ ଗୋଇନ୍ଦା ନିର୍ଦ୍ଦେଶାଳୟ (ଡିଆର୍ଆଇ)ର ଏକ ଟିମ୍ କଟକ ମଙ୍ଗୁଳି ଟୋଲ୍ ପ୍ଲାଜା ନିକଟରେ ଶନିବାର ଚଢ଼ାଉ କରି ଏକ ଟାଟା ଟିଆଗୋ କାର୍ରୁ ୩୫୧ଟି ବିରଳ ପ୍ରଜାତିର କଇଁଛ ଉଦ୍ଧାର କରିଛି। ଉକ୍ତ କାର୍କୁ ଜବତ କରାଯିବା ସହ ୩ଜଣ ଅଭିଯୁକ୍ତଙ୍କୁ ଡିଆର୍ଆଇ ପକ୍ଷରୁ ଗିରଫ କରାଯାଇଛି। ଇଣ୍ଡିଆନ୍ ଟେଣ୍ଟ୍ ଟର୍ଟଲ୍ (ପଙ୍ଗ୍ସୁରା ଟେଣ୍ଟୋରିଆ) ପ୍ରଜାତିର ଏହି […] The post ୩୫୧ ବିରଳ କଇଁଛ ଉଦ୍ଧାର କଲା ଡିଆର୍ଆଇ appeared first on Dharitri Odia News.
ଭୁବନେଶ୍ୱର,୪।୩(ସତ୍ୟଜିତ୍ ରାଉତ):ଓଡ଼ିଶା ଦେଇ କଇଁଛ ଚୋରା ଚାଲାଣ ଚାଲିଛି। ଖବର ପାଇବା ପରେ ଅର୍ଥ ମନ୍ତ୍ରଣାଳୟ ଅଧୀନ ରାଜସ୍ବ ଗୋଇନ୍ଦା ନିର୍ଦ୍ଦେଶାଳୟ (ଡିଆର୍ଆଇ)ର ଏକ ଟିମ୍ କଟକ ମଙ୍ଗୁଳି ଟୋଲ୍ ପ୍ଲାଜା ନିକଟରେ ଶନିବାର ଚଢ଼ାଉ କରି ଏକ ଟାଟା ଟିଆଗୋ କାର୍ରୁ ୩୫୧ଟି ବିରଳ ପ୍ରଜାତିର କଇଁଛ ଉଦ୍ଧାର କରିଛି। ଉକ୍ତ କାର୍କୁ ଜବତ କରାଯିବା ସହ ୩ଜଣ ଅଭିଯୁକ୍ତଙ୍କୁ ଡିଆର୍ଆଇ ପକ୍ଷରୁ ଗିରଫ କରାଯାଇଛି। ଇଣ୍ଡିଆନ୍ ଟେଣ୍ଟ୍ ଟର୍ଟଲ୍ (ପଙ୍ଗ୍ସୁରା ଟେଣ୍ଟୋରିଆ) ପ୍ରଜାତିର ଏହି କଇଁଛକୁ ପଶ୍ଚିମବଙ୍ଗରୁ କର୍ନାଟକ ଚୋରାଚାଲାଣ କରାଯାଉଥିଲା। ଏହା ସିଡ୍ୟୁଲ-୧ ଅନ୍ତର୍ଭୁକ୍ତ ହୋଇଥିବାରୁ ୱାଇଲ୍ଡ ଲାଇଫ୍ (ପ୍ରୋଟେକ୍ସନ୍) ଆକ୍ଟ ୧୯୭୨ ଅନୁଯାୟୀ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଗିରଫ ପରେ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ରବିବାର ଡିଆର୍ଆଇ ପକ୍ଷରୁ ସୂଚନା ଦିଆଯାଇଛି। ଏଥିସହ ଉଦ୍ଧାର କଇଁଛଗୁଡିକୁ ଡିଆର୍ଆଇ ଟିମ୍ ପକ୍ଷରୁ ଓଡ଼ିଶା ବନବିଭାଗକୁ ହସ୍ତାନ୍ତର କରାଯାଇଛି।
ପଶ୍ଚିମବଙ୍ଗରୁ କଇଁଛଗୁଡିକୁ ସଂଗ୍ରହ କରାଯାଇ ଏକ କାର୍ରେ ୧୬ ନଂ. ଜାତୀୟ ରାଜପଥ ଦେଇ ଚାଲାଣ ହେଉଥିବା ନେଇ ଡିଆର୍ଆଇ ଟିମ୍ ଖବର ପାଇଥିଲା। ପୂର୍ବପ୍ରସ୍ତୁତି ଅନୁଯାୟୀ ମଙ୍ଗୁଳି ଟୋଲ୍ ପ୍ଲାଜା ନିକଟରେ ଡିଆର୍ଆଇ ଅଧିକାରୀମାନେ ଉକ୍ତ କାର୍କୁ ଅଟକାଇ ଯାଞ୍ଚ କରି କଇଁଛଗୁଡିକୁ ଜବତ କରିବା ସହ ଅଭିଯୁକ୍ତମାନଙ୍କୁ କାବୁ କରିଥିଲେ।
The post ୩୫୧ ବିରଳ କଇଁଛ ଉଦ୍ଧାର କଲା ଡିଆର୍ଆଇ appeared first on Dharitri Odia News.