ଲୋକ ସଭାରେ ୧୦୦ ଛୁଇଁଲା କଂଗ୍ରେସର ଆସନ!

ନୂଆଦିଲ୍ଲୀ,୭।୬: ଚଳିତ ଲୋକ ସଭା ନିର୍ବାଚନରେ ଦମଦାର ପ୍ରଦର୍ଶନ କରିଛି କଂଗ୍ରେସ। ହେଲେ ଛୁଇଁପାରି ନ ଥିଲା ୧୦୦ ଆସନ। ମଙ୍ଗଳବାର ଘୋଷଣା ହୋଇଥିବା ଫଳାଫଳ ଅନୁସାରେ କଂଗ୍ରେସ ଏକାକୀ ଦେଶରେ ୯୯ଟି ଆସନ ଜିତିଛି। ଆଗାମୀ ୧୦ ବର୍ଷ ମଧ୍ୟରେ ବି କଂଗ୍ରେସ ୧୦୦ ଅଙ୍କ ଛୁଇଁ ପାରିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ କଟାକ୍ଷ କରିଥିଲେ। ହେଲେ କଂଗ୍ରେସର ଲୋକ ସଭା ଆସନ ସଂଖ୍ୟା ୧୦୦ ଛୁଇଁବା ଏକ ପ୍ରକାରର ନିଶ୍ଚିତ ହୋଇଯାଇଛି। […] The post ଲୋକ ସଭାରେ ୧୦୦ ଛୁଇଁଲା କଂଗ୍ରେସର ଆସନ! appeared first on Dharitri Odia News.

ଲୋକ ସଭାରେ ୧୦୦ ଛୁଇଁଲା କଂଗ୍ରେସର ଆସନ!

ନୂଆଦିଲ୍ଲୀ,୭।୬: ଚଳିତ ଲୋକ ସଭା ନିର୍ବାଚନରେ ଦମଦାର ପ୍ରଦର୍ଶନ କରିଛି କଂଗ୍ରେସ। ହେଲେ ଛୁଇଁପାରି ନ ଥିଲା ୧୦୦ ଆସନ। ମଙ୍ଗଳବାର ଘୋଷଣା ହୋଇଥିବା ଫଳାଫଳ ଅନୁସାରେ କଂଗ୍ରେସ ଏକାକୀ ଦେଶରେ ୯୯ଟି ଆସନ ଜିତିଛି। ଆଗାମୀ ୧୦ ବର୍ଷ ମଧ୍ୟରେ ବି କଂଗ୍ରେସ ୧୦୦ ଅଙ୍କ ଛୁଇଁ ପାରିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ କଟାକ୍ଷ କରିଥିଲେ।

ହେଲେ କଂଗ୍ରେସର ଲୋକ ସଭା ଆସନ ସଂଖ୍ୟା ୧୦୦ ଛୁଇଁବା ଏକ ପ୍ରକାରର ନିଶ୍ଚିତ ହୋଇଯାଇଛି। କଂଗ୍ରେସର ବିଦ୍ରୋହୀ ଏମପି ବିଶାଲ ପାଟିଲ ଦଳକୁ ସମର୍ଥନ କରିଛନ୍ତି। ସେ ମହାରାଷ୍ଟ୍ରରେ ସ୍ବାଧୀନ ଭାବେ ନିର୍ବାଚନ ଲଢିବା ସହ ବିଜୟ ହୋଇଥିଲେ। ଏବେ ସେ କଂଗ୍ରେସକୁ ସମର୍ଥନ ଘୋଷଣା କରିଛନ୍ତି। ସେ ସମର୍ଥନ କଂଗ୍ରେସର ଆସନ ସଂଖ୍ୟା ୧୦୦ରେ ପହଞ୍ଚି ଯାଇଛି।

ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ବସନ୍ତଦାଦା ପାଟିଲଙ୍କ ନାତି ହେଉଛନ୍ତି ବିଶାଲ। ସେ ମହାରାଷ୍ଟ୍ରର ସଙ୍ଗଲି ସିଟରୁ ସ୍ବାଧୀନ ଭାବେ ନିର୍ବାଚନ ଲଢୁଥିଲେ। ଏଠାରେ ସେ ଭାଜପାର ସଞ୍ଜୟକାକା ପାଟିଲଙ୍କୁ ପରାସ୍ତ କରିଥିଲେ। ନିର୍ବାଚନ ଜିତିବା ପରେ ବିଶାଲ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କୁ ଭେଟି ସମର୍ଥନ ଘୋଷଣା କରିଛନ୍ତି। ଖାର୍ଗେ ମଧ୍ୟ ତାଙ୍କ ସହ ଉଠାଇଥିବା ଫଟୋକୁ ଶେୟାର କରି ସଙ୍ଗଲିର ନିର୍ବାଚିତ ଏମପି ବିଶାଲ ପାଟିଲଙ୍କ ସମର୍ଥନକୁ କଂଗ୍ରେସ ସ୍ବାଗତ କରୁଛି ବୋଲି କହିଛନ୍ତି।

The post ଲୋକ ସଭାରେ ୧୦୦ ଛୁଇଁଲା କଂଗ୍ରେସର ଆସନ! appeared first on Dharitri Odia News.