‘ଟିମ୍‌ ଇଣ୍ଡିଆର ସମସ୍ତ ଖେଳାଳି ମଦ୍ୟପାନ କରନ୍ତି, କେବଳ ମୋତେ ବଦ୍‌ନାମ କରାଗଲା’

ନୂଆଦିଲ୍ଲୀ,୧୦।୧: ଟିମ୍‌ ଇଣ୍ଡିଆର ସମସ୍ତ ଖେଳାଳି ମଦ୍ୟପାନ କରନ୍ତି। ହେଲେ ତାଙ୍କ ଛବିକୁ ମଳିନ କରିବାକୁ ପ୍ରଚେଷ୍ଟା କରାଯାଇଥିବା ଅଭିଯୋଗ କରିଛନ୍ତି ଦଳର ପୂର୍ବତନ ଦ୍ରୁତ ବୋଲର୍‌ ପ୍ରବୀଣ କୁମାର। ନାଁ ନନେଇ ଜଣେ ବରିଷ୍ଠ ଖେଳାଳି ତାଙ୍କୁ ବଦନାମ କରିବାକୁ ଚେଷ୍ଟା କରିଥିବା ସେ ମଧ୍ୟ କହିଛନ୍ତି। ଏକ ସାକ୍ଷାତକାରରେ ପ୍ରବୀଣ କହିଛନ୍ତି, ଯେତେବେଳେ ଭାରତୀୟ ଟିମ୍‌ରେ ସାମିଲ ହୋଇଥିଲି, କିଛି ବରିଷ୍ଠ ଖେଳାଳି ମଦ୍ୟପାନ ବନ୍ଦ କରିବା ଏବଂ କିଛି ଅନ୍ୟ ପଦାର୍ଥଠାରୁ ଦୂରରେ […] The post ‘ଟିମ୍‌ ଇଣ୍ଡିଆର ସମସ୍ତ ଖେଳାଳି ମଦ୍ୟପାନ କରନ୍ତି, କେବଳ ମୋତେ ବଦ୍‌ନାମ କରାଗଲା’ appeared first on Dharitri Odia News.

‘ଟିମ୍‌ ଇଣ୍ଡିଆର ସମସ୍ତ ଖେଳାଳି ମଦ୍ୟପାନ କରନ୍ତି, କେବଳ ମୋତେ ବଦ୍‌ନାମ କରାଗଲା’
ନୂଆଦିଲ୍ଲୀ,୧୦।୧: ଟିମ୍‌ ଇଣ୍ଡିଆର ସମସ୍ତ ଖେଳାଳି ମଦ୍ୟପାନ କରନ୍ତି। ହେଲେ ତାଙ୍କ ଛବିକୁ ମଳିନ କରିବାକୁ ପ୍ରଚେଷ୍ଟା କରାଯାଇଥିବା ଅଭିଯୋଗ କରିଛନ୍ତି ଦଳର ପୂର୍ବତନ ଦ୍ରୁତ ବୋଲର୍‌ ପ୍ରବୀଣ କୁମାର। ନାଁ ନନେଇ ଜଣେ ବରିଷ୍ଠ ଖେଳାଳି ତାଙ୍କୁ ବଦନାମ କରିବାକୁ ଚେଷ୍ଟା କରିଥିବା ସେ ମଧ୍ୟ କହିଛନ୍ତି।
ଏକ ସାକ୍ଷାତକାରରେ ପ୍ରବୀଣ କହିଛନ୍ତି, ଯେତେବେଳେ ଭାରତୀୟ ଟିମ୍‌ରେ ସାମିଲ ହୋଇଥିଲି, କିଛି ବରିଷ୍ଠ ଖେଳାଳି ମଦ୍ୟପାନ ବନ୍ଦ କରିବା ଏବଂ କିଛି ଅନ୍ୟ ପଦାର୍ଥଠାରୁ ଦୂରରେ ରହିବାକୁ ପରାମର୍ଶ ଦେଇଥିଲେ। ସମସ୍ତେ ମଦ ପିଇଥିଲେ ହେଁ ମୋର ନାମ ଖରାପ କରାଯାଇଥିଲା। ହେଲେ ଅନେକ ବରିଷ୍ଠ ଖେଳାଳି ମୋ’ ଭଳି ଯୁବ କ୍ରିକେଟରଙ୍କ ସହ ଭଲ ବ୍ୟବହାର କରିଥିଲେ। କେବଳ ଜଣେ ମୋତେ ନେଇ ନକରାତ୍ମକତା ସୃଷ୍ଟି କରିବାକୁ କଥାକୁ ପ୍ରଘଟ କରିଥିଲେ। କ୍ୟାମେରା ସମ୍ମୁଖରେ ତାଙ୍କ ନାମ ନେବାକୁ ଚାହୁଁନାହିଁ। ମାତ୍ର ସମସ୍ତେ ସେ କିଏ ତାହା ଜାଣନ୍ତି ବୋଲି କ୍ରିକେଟର କହିଛନ୍ତି। ଏହାଛଡ଼ା ପ୍ରବୀଣ ଆଇପିଏଲ୍‌ ଏବଂ ରଣଜୀ ଟ୍ରଫିରେ କୋଚ୍‌ ଭୂମିକା ନ ମିଳିବାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଥିଲେ। କେବଳ ମଦ ପିଉଥିବା ଯୋଗୁ କେହି ବି କାମ କରିବାକୁ ଡାକି ନ ଥିବା କହି କ୍ଷୋଭ ପ୍ରକାଶ କରିଛନ୍ତି।
କହିରଖୁଛୁ, ନିଜ ସମୟରେ ପ୍ରବୀଣଙ୍କୁ ଦେଶର ମହାନ ବୋଲରଙ୍କ ମଧ୍ୟରେ ଗଣନା କରାଯାଉଥିଲା। ସେ ଅନ୍ତର୍ଜାତୀୟ କ୍ରିକେଟରେ ସମସ୍ତ ଫର୍ମାଟରେ ୧୧୨ ଉଇକେଟ ନେଇ କ୍ୟାରିୟର ଶେଷ କରିଥିଲେ।

The post ‘ଟିମ୍‌ ଇଣ୍ଡିଆର ସମସ୍ତ ଖେଳାଳି ମଦ୍ୟପାନ କରନ୍ତି, କେବଳ ମୋତେ ବଦ୍‌ନାମ କରାଗଲା’ appeared first on Dharitri Odia News.