ବିଧବାଙ୍କୁ ଏକତରଫା ପ୍ରେମ, ଜୋରଜବରଦସ୍ତ ବଳାତ୍କାର; ଅଭିଯୁକ୍ତ ମିଟୁ ଗଲେ ଜେଲ
ଦିଗପହଣ୍ଡି,୪।୬(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁ ର ଜଣେ ବିଧବାଙ୍କୁ ବଳାତ୍କାର ଘଟଣାରେ ଅଭିଯୁକ୍ତଙ୍କୁ ବୁଧବାର ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ଜଣକ ହେଲେ ମିଟୁ ସ୍ବାଇଁ। ଥାନାରେ ମାମଲା ନଂ.୨୭୭/୨୫ ଅନୁଯାୟୀ ଜାମିନ ଆବେଦନ ଖାରଜ ହେବାରୁ ଅଭିଯୁକ୍ତଙ୍କୁ ଦିଗପହଣ୍ଡି ସବଜେଲ ହାଜତକୁ ପଠାଇ ଦିଆଯାଇଛି। ସୂଚନାନୁଯାୟୀ, ମିଟୁ ମହିଳାଙ୍କ ଘର ନିକଟରେ ରହୁଥିବା ଜଣେ ବିଧବାଙ୍କୁ ଏକତରଫା ପ୍ରେମ କରୁଥିଲେ। ଗତ ସୋମବାର […] The post ବିଧବାଙ୍କୁ ଏକତରଫା ପ୍ରେମ, ଜୋରଜବରଦସ୍ତ ବଳାତ୍କାର; ଅଭିଯୁକ୍ତ ମିଟୁ ଗଲେ ଜେଲ appeared first on Dharitri Odia News.
ଦିଗପହଣ୍ଡି,୪।୬(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁ ର ଜଣେ ବିଧବାଙ୍କୁ ବଳାତ୍କାର ଘଟଣାରେ ଅଭିଯୁକ୍ତଙ୍କୁ ବୁଧବାର ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ଜଣକ ହେଲେ ମିଟୁ ସ୍ବାଇଁ। ଥାନାରେ ମାମଲା ନଂ.୨୭୭/୨୫ ଅନୁଯାୟୀ ଜାମିନ ଆବେଦନ ଖାରଜ ହେବାରୁ ଅଭିଯୁକ୍ତଙ୍କୁ ଦିଗପହଣ୍ଡି ସବଜେଲ ହାଜତକୁ ପଠାଇ ଦିଆଯାଇଛି।
ସୂଚନାନୁଯାୟୀ, ମିଟୁ ମହିଳାଙ୍କ ଘର ନିକଟରେ ରହୁଥିବା ଜଣେ ବିଧବାଙ୍କୁ ଏକତରଫା ପ୍ରେମ କରୁଥିଲେ। ଗତ ସୋମବାର ସେ ମହିଳାଙ୍କ ଘରେ ପଶି ଗାଳି ଗୁଲଜ କରିବା ସହ ତାଙ୍କୁ ବଳାତ୍କାର କରିଥିଲେ। ଏନେଇ ପୀଡ଼ିତାଜଣକ ପାଟପୁର ଥାନାରେ ଏତଲା ଦେବାପରେ ଆଇଆଇସି ଦୀପ୍ତି ରଞ୍ଜନ ବେହେରା ଅଭିଯୁକ୍ତଙ୍କ ବିରୋଧରେ ମକଦ୍ଦମା ରୁଜୁ କରି ତଦନ୍ତ ନିମନ୍ତେ ଏସ୍ଆଇ ଶ୍ରୀନିବାସ ଦାସଙ୍କୁ ନିର୍ଦ୍ଦେଶ ଦେଇଥିଲେ। ତଦନ୍ତକାରୀ ଅଧିକାରୀ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଅଭିଯୁକ୍ତ ଏବଂ ପୀଡ଼ିତାଙ୍କ ଡାକ୍ତରୀ ମାଇନା କରାଇବା ପରେ ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ପୀଡିତାଙ୍କ ବୟାନ ରେକର୍ଡ କରାଯାଇଥିବା ଜଣାପଡ଼ିଛି।
The post ବିଧବାଙ୍କୁ ଏକତରଫା ପ୍ରେମ, ଜୋରଜବରଦସ୍ତ ବଳାତ୍କାର; ଅଭିଯୁକ୍ତ ମିଟୁ ଗଲେ ଜେଲ appeared first on Dharitri Odia News.