୩ ଶାବକକୁ ଜନ୍ମ ଦେଲା ଚିତା ଜ୍ୱାଳା
ଭୋପାଳ,୨୩।୧:ମଙ୍ଗଳବାର କୁନୋ ଜାତୀୟ ଉଦ୍ୟାନରେ ତିନୋଟି ନୂତନ ଚିତା ଛୁଆ ଜନ୍ମ ହୋଇଛନ୍ତି। ମହିଳା ଚିତା ଜ୍ୱାଳା ତିନି ଛୁଆକୁ ଜନ୍ମ ଦେଇଛି। ସମସ୍ତ ତିନୋଟି ଛୁଆ ସଂପୂର୍ଣ୍ଣ ସୁସ୍ଥ ଅଛନ୍ତି। ଏହାପୂର୍ବରୁ ଜ୍ୱାଳାଚିତା ଚାରି ଛୁଆ ଜନ୍ମ ଦେଇଥିଲା। ସେଥିମଧ୍ୟରୁ ତିନୋଟି ଛୁଆ ମରିଯାଇଛନ୍ତି। ମଙ୍ଗଳବାର କୁନୋ ନ୍ୟାଶନାଲ ପାର୍କରେ ଚିତା ଛୁଆ ଜନ୍ମ ହେବା ପରେ ଚିତା ସଂଖ୍ୟା ୧୭କୁ ବୃଦ୍ଧି ପାଇଛି। ଏଥିରେ ସାତୋଟି ଛୁଆ ମଧ୍ୟ ସାମିଲ। ପ୍ରାୟ ଏକ ମାସ […] The post ୩ ଶାବକକୁ ଜନ୍ମ ଦେଲା ଚିତା ଜ୍ୱାଳା appeared first on Dharitri Odia News.
ଭୋପାଳ,୨୩।୧:ମଙ୍ଗଳବାର କୁନୋ ଜାତୀୟ ଉଦ୍ୟାନରେ ତିନୋଟି ନୂତନ ଚିତା ଛୁଆ ଜନ୍ମ ହୋଇଛନ୍ତି। ମହିଳା ଚିତା ଜ୍ୱାଳା ତିନି ଛୁଆକୁ ଜନ୍ମ ଦେଇଛି। ସମସ୍ତ ତିନୋଟି ଛୁଆ ସଂପୂର୍ଣ୍ଣ ସୁସ୍ଥ ଅଛନ୍ତି। ଏହାପୂର୍ବରୁ ଜ୍ୱାଳାଚିତା ଚାରି ଛୁଆ ଜନ୍ମ ଦେଇଥିଲା। ସେଥିମଧ୍ୟରୁ ତିନୋଟି ଛୁଆ ମରିଯାଇଛନ୍ତି।
ମଙ୍ଗଳବାର କୁନୋ ନ୍ୟାଶନାଲ ପାର୍କରେ ଚିତା ଛୁଆ ଜନ୍ମ ହେବା ପରେ ଚିତା ସଂଖ୍ୟା ୧୭କୁ ବୃଦ୍ଧି ପାଇଛି। ଏଥିରେ ସାତୋଟି ଛୁଆ ମଧ୍ୟ ସାମିଲ। ପ୍ରାୟ ଏକ ମାସ ପୂର୍ବେ ନାମ୍ବିଆରୁ ଆଣିଥିବା ମହିଳା ଚିତା ଆଶା ତିନି ଛୁଆକୁ ଜନ୍ମ ଦେଇଥିଲା। ଏହାପୂର୍ବରୁ ମାର୍ଚ୍ଚ ୨୦୨୩ରେ ଚିତା ଜ୍ୱାଳା ଚାରି ଛୁଆ ଜନ୍ମ ଦେଇଥିଲା। ସେମାନଙ୍କ ମଧ୍ୟରୁ ତିନିଜଣଙ୍କର କିଛି ମାସ ମଧ୍ୟରେ ମୃତ୍ୟୁ ହୋଇଥିଲା।
The post ୩ ଶାବକକୁ ଜନ୍ମ ଦେଲା ଚିତା ଜ୍ୱାଳା appeared first on Dharitri Odia News.