ଦୀର୍ଘ ଦିନ ପରେ କ୍ରିକେଟକୁ ଫେରିଲେ ହାର୍ଦ୍ଦିକ ପାଣ୍ଡ୍ୟା

ନଭି ମୁମ୍ବାଇ,୨୬ା୨: ଭାରତର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ସୋମବାର ପ୍ରତିଯୋଗିତାମୂଳକ କ୍ରିକେଟକୁ ଫେରିଛନ୍ତି। ସେ ଦୀର୍ଘ ଦିନ ହେଲା ଆଘାତଜନିତ ସମସ୍ୟାରେ ଥିଲେ। ଡି-ଓ୍ବାଇ କ୍ରିକେଟ ଷ୍ଟାଡିିୟମରେ୍‌ ଭାରତ ପେଟ୍ରୋଲିୟମ୍‌ କର୍ପୋରେଶନ ଲିମିଟେଡ୍‌ ବିପକ୍ଷ ଏକ ମ୍ୟାଚରେ ରିଲାଏନ୍ସ ଓ୍ବାନ୍‌’ର ୨ ଉଇକେଟ ବିଜୟ ମ୍ୟାଚରେ ପାଣ୍ଡ୍ୟା ୩ ଓଭର ବୋଲିଂ କରି ୨୨ ରନ୍‌ ବିନିମୟରେ ୨ ଉଇକେଟ ଅକ୍ତିଆର କରିଛନ୍ତି। ଗତବର୍ଷ ଅକ୍ଟୋବରରେ ପୁଣେଠାରେ ବାଂଲାଦେଶ ବିପକ୍ଷ ଦିନିକିଆ ବିଶ୍ୱକପ୍‌ ମ୍ୟାଚ ବେଳେ ତାଙ୍କ […] The post ଦୀର୍ଘ ଦିନ ପରେ କ୍ରିକେଟକୁ ଫେରିଲେ ହାର୍ଦ୍ଦିକ ପାଣ୍ଡ୍ୟା appeared first on Dharitri Odia News.

ଦୀର୍ଘ ଦିନ ପରେ କ୍ରିକେଟକୁ ଫେରିଲେ ହାର୍ଦ୍ଦିକ ପାଣ୍ଡ୍ୟା

ନଭି ମୁମ୍ବାଇ,୨୬ା୨: ଭାରତର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ସୋମବାର ପ୍ରତିଯୋଗିତାମୂଳକ କ୍ରିକେଟକୁ ଫେରିଛନ୍ତି। ସେ ଦୀର୍ଘ ଦିନ ହେଲା ଆଘାତଜନିତ ସମସ୍ୟାରେ ଥିଲେ। ଡି-ଓ୍ବାଇ କ୍ରିକେଟ ଷ୍ଟାଡିିୟମରେ୍‌ ଭାରତ ପେଟ୍ରୋଲିୟମ୍‌ କର୍ପୋରେଶନ ଲିମିଟେଡ୍‌ ବିପକ୍ଷ ଏକ ମ୍ୟାଚରେ ରିଲାଏନ୍ସ ଓ୍ବାନ୍‌’ର ୨ ଉଇକେଟ ବିଜୟ ମ୍ୟାଚରେ ପାଣ୍ଡ୍ୟା ୩ ଓଭର ବୋଲିଂ କରି ୨୨ ରନ୍‌ ବିନିମୟରେ ୨ ଉଇକେଟ ଅକ୍ତିଆର କରିଛନ୍ତି।

ଗତବର୍ଷ ଅକ୍ଟୋବରରେ ପୁଣେଠାରେ ବାଂଲାଦେଶ ବିପକ୍ଷ ଦିନିକିଆ ବିଶ୍ୱକପ୍‌ ମ୍ୟାଚ ବେଳେ ତାଙ୍କ ଗୋଇଠିରେ ଆଘାତ ଲାଗିଥିଲା। ଏହାପରଠାରୁ ସେ କ୍ରିକେଟ ଖେଳିବା ବନ୍ଦ କରି ଦେଇଥିଲେ। ବର୍ତ୍ତମାନ ସେ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)କୁ ପ୍ରତ୍ୟାବର୍ତ୍ତନ ଲାଗି ଅଭ୍ୟାସ ଚଳାଇଛନ୍ତି। ୫ଥର ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସର ସେ ନୂଆ ଅଧିନାୟକ ହୋଇଛନ୍ତି। ରିଲାଏନ୍ସ ଓ୍ବାନ୍‌ ଟିମ୍‌ରେ ଖେଳୁଥିବା ମୁମ୍ବାଇ ଇଣ୍ଡିଆନ୍ସର ଅନ୍ୟ ଖେଳାଳିମାନେ ହେଲେ ତିଳକ ବର୍ମା, ନେହାଲ ଓ୍ବାଧେରା, ଆକାଶ ମାଧ୍ୱାଲ, ନମନ ଧୀର୍‌ ଓ ପୀୟୂଷ ଚାଓ୍ବଲା।

ଚଳିତବର୍ଷ ଜୁନ୍‌ରେ ଆମେରିକା ଓ ଓ୍ବେଷ୍ଟଇଣ୍ଡିଜରେ ଟି୨୦ ବିଶ୍ୱକପ୍‌ ଖେଳାଯିବ। ରୋହିତ ଶର୍ମାଙ୍କ ସ୍ଥାନରେ ଏହି ୩୦ ବର୍ଷୀୟ ଅଲରାଉଣ୍ଡରଙ୍କୁ ଭାରତର ଅଧିନାୟକ ମନୋନୀତ କରାଯାଇଛି। ଡିଓ୍ବାଇ ପାଟିଲ ଟି୨୦ କପ୍‌ ହେଉଛି ଏକ କର୍ପୋରେଟ୍‌ ଟୁର୍ନାମେଣ୍ଟ। ଏଥିରେ ମୋଟ ୧୬ଟି ଦଳ ଭାଗ ନେଇଛନ୍ତି। ଭାରତ ଉଇକେଟକିପର ବ୍ୟାଟର ଇଶାନ କିଷନ ମଧ୍ୟ ପ୍ରତିଯୋଗିତାମୂଳକ କ୍ରିକେଟକୁ ଫେରୁଛନ୍ତି। ମଙ୍ଗଳବାର ସେ ରୁଟ୍‌ ମୋବାଇଲ ବିପକ୍ଷ ମ୍ୟାଚରେ ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ବିପକ୍ଷରେ ଖେଳିବେ।

The post ଦୀର୍ଘ ଦିନ ପରେ କ୍ରିକେଟକୁ ଫେରିଲେ ହାର୍ଦ୍ଦିକ ପାଣ୍ଡ୍ୟା appeared first on Dharitri Odia News.