ଝାରସୁଗୁଡାରେ ୪୬ ଟପିଲା ତାତି, ସ୍କୁଲ ଛୁଟି ଘୋଷଣା କଲେ ଜିଲ୍ଲାପାଳ

ଭୁବନେଶ୍ବର : ତାତି ଭାଙ୍ଗୁଛି ରେକର୍ଡ। ଗତକାଲି ଝାରସୁଗୁଡା ୪୫.୪ ଡିଗ୍ରୀ ସହ ବିଶ୍ୱର ଦ୍ୱିତୀୟ ଉତ୍ତପ୍ତ ସହର ପାଲଟିଥିବା ବେଳେ ଆଜି ସବୁ ରେକର୍ଡ ଭାଙ୍ଗି ୪୬ ଡିଗ୍ରୀ ପାର୍‌ କରିଛି ପାରଦ। ୧୯୫୩ ପରଠାରୁ ରେକର୍ଡ ହୋଇଥିବା ଅପ୍ରେଲ ମାସର ସର୍ବକାଳୀନ ରେକର୍ଡ ପୂର୍ବରୁ ୪୬.୧ ଡିଗ୍ରୀ ରହିଥିଲା ଯାହା ୨୦ ଅପ୍ରେଲ ୨୦୧୦ରେ ରେକର୍ଡ ହୋଇଥିଲା , ଆଜି ଏହି ରେକର୍ଡ ଭାଙ୍ଗି ୪୬.୨ ଡିଗ୍ରୀ ରେକର୍ଡ ହୋଇଛି। ଆଜି ଝାରସୁଗୁଡା ପରେ […]

ଝାରସୁଗୁଡାରେ ୪୬ ଟପିଲା ତାତି, ସ୍କୁଲ ଛୁଟି ଘୋଷଣା କଲେ ଜିଲ୍ଲାପାଳ
Temperature crosses 46 degrees in Jharsuguda, Collector declares school holiday

ଭୁବନେଶ୍ବର : ତାତି ଭାଙ୍ଗୁଛି ରେକର୍ଡ। ଗତକାଲି ଝାରସୁଗୁଡା ୪୫.୪ ଡିଗ୍ରୀ ସହ ବିଶ୍ୱର ଦ୍ୱିତୀୟ ଉତ୍ତପ୍ତ ସହର ପାଲଟିଥିବା ବେଳେ ଆଜି ସବୁ ରେକର୍ଡ ଭାଙ୍ଗି ୪୬ ଡିଗ୍ରୀ ପାର୍‌ କରିଛି ପାରଦ। ୧୯୫୩ ପରଠାରୁ ରେକର୍ଡ ହୋଇଥିବା ଅପ୍ରେଲ ମାସର ସର୍ବକାଳୀନ ରେକର୍ଡ ପୂର୍ବରୁ ୪୬.୧ ଡିଗ୍ରୀ ରହିଥିଲା ଯାହା ୨୦ ଅପ୍ରେଲ ୨୦୧୦ରେ ରେକର୍ଡ ହୋଇଥିଲା , ଆଜି ଏହି ରେକର୍ଡ ଭାଙ୍ଗି ୪୬.୨ ଡିଗ୍ରୀ ରେକର୍ଡ ହୋଇଛି। ଆଜି ଝାରସୁଗୁଡା ପରେ ହୀରାକୁଦ ୪୪.୭ଡିଗ୍ରୀ, ସମ୍ବଲପୁର ୪୪.୬ଡିଗ୍ରୀ, ରାଉରକେଲା ୪୨.୮ଡିଗ୍ରୀ, କେନ୍ଦୁଝର ୩୯.୯ଡିଗ୍ରୀ, ଚାନ୍ଦବାଲି ୩୮.୭ଡିଗ୍ରୀ, ଭୁବନେଶ୍ୱର ୩୬.୭ଡିଗ୍ରୀ ଓ ବାଲେଶ୍ୱର ୩୫.୫ଡିଗ୍ରୀ ରେକର୍ଡ ହୋଇଛି।

ସେପଟେ ପାରଦ ବଢିବା ସହ ତାତି କଲବଲ କରୁଥିବାରୁ ଜିଲ୍ଲାପାଳ ସ୍କୁଲ ଛୁଟି ଘୋଷଣା କରିଛନ୍ତି। ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଝାରସୁଗୁଡ଼ା ଜିଲ୍ଲାପାଳ କାଲିଠୁ ସ୍କୁଲ ଛୁଟି ନେଇ ନିଷ୍ପତ୍ତି ନେଇଛନ୍ତି । ୨୩ରୁ ୨୫ ତାରିଖ ଯାଏଁ ସ୍କୁଲ ଛୁଟି ରହିବା ନେଇ ନିର୍ଦ୍ଦେଶ ଦିଆଯାଇଛି ।

ଅନ୍ୟପଟେ ଦିନକୁ ଦିନ ତାତି ବଢ଼ିବାରେ ଲାଗିଛି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ନେଇ ଅରେଞ୍ଜ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ୨୬ ତାରିଖ ଯାଏଁ ଜଳିବ ପଶ୍ଚିମ ଓଡ଼ିଶା । ତେବେ ୨୪ ତାରିଖ ଯାଏଁ ଝାରସୁଗୁଡ଼ା ରହିବ ସବୁଠାରୁ ଉତ୍ତପ୍ତ । ଏହାସହ ଆଜିପାଇଁ ଝାରସୁଗୁଡା, ସୁନ୍ଦରଗଡ଼, ସମ୍ବଲପୁର, ବୌଦ୍ଧ ଓ ବଲାଙ୍ଗୀର ଏହି ୫ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ୨୫ ଯାଏଁ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରୁ ପଶ୍ଚିମ ଓଡ଼ିଶାକୁ ମିଳିବ ନାହିଁ ନିସ୍ତାର । ଉପକୂଳ ଓଡ଼ିଶାରେ ଗୁଳୁଗୁଳି କଲବଲ କରିବ ଏବଂ ପଶ୍ଚିମ ଓଡ଼ିଶାରେ ପ୍ରଚଣ୍ଡ ତାତି ଅନୁଭୂତ ହେବା ନେଇ ପାଣିପାଗ ବିଭାଗ ଆକଳନ କରିଛି ।