ଆଗାମୀ ୨ ଦିନ ପର୍ଯ୍ୟନ୍ତ ବର୍ଷା
ଭୁବନେଶ୍ୱର,୨୩।୨: ରାଜ୍ୟରେ ତାତି ବଢ଼ିବା ବେଳେ ଝଡ଼ବର୍ଷା ସାମାନ୍ୟ ଆଶ୍ବସ୍ତି ଆଣିଦେଇଛା । ଆଗାମୀ ୨ ଦିନ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଝଡ଼ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି। ଆସନ୍ତା ୨୫ ତାରିଖ ଯାଏଁ ବର୍ଷା ସହ ଝଡ଼ ପବନ ଲାଗି ରହିବ । ଟ୍ରପ ଲାଇନ ସକ୍ରିୟ ଥିବାରୁ ବର୍ଷା ହେଉଛି । ୨୪ ଘଣ୍ଟାରେ ରାଜ୍ୟର ଅଧାରୁ ଅଧିକ ଜଲାରେ ବର୍ଷା ସମ୍ଭାବନା । ଶନିବାର ବିଜୁଳି, ଘଡ଼ଘଡ଼ି ସହ […] The post ଆଗାମୀ ୨ ଦିନ ପର୍ଯ୍ୟନ୍ତ ବର୍ଷା appeared first on Dharitri Odia News.
ଭୁବନେଶ୍ୱର,୨୩।୨: ରାଜ୍ୟରେ ତାତି ବଢ଼ିବା ବେଳେ ଝଡ଼ବର୍ଷା ସାମାନ୍ୟ ଆଶ୍ବସ୍ତି ଆଣିଦେଇଛା । ଆଗାମୀ ୨ ଦିନ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଝଡ଼ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି।
ଆସନ୍ତା ୨୫ ତାରିଖ ଯାଏଁ ବର୍ଷା ସହ ଝଡ଼ ପବନ ଲାଗି ରହିବ । ଟ୍ରପ ଲାଇନ ସକ୍ରିୟ ଥିବାରୁ ବର୍ଷା ହେଉଛି । ୨୪ ଘଣ୍ଟାରେ ରାଜ୍ୟର ଅଧାରୁ ଅଧିକ ଜଲାରେ ବର୍ଷା ସମ୍ଭାବନା ।
ଶନିବାର ବିଜୁଳି, ଘଡ଼ଘଡ଼ି ସହ ବର୍ଷା ନେଇ ୯ ଜିଲାକୁ ଅରେଞ୍ଜ ଆଲର୍ଟ କରାଯାଇଥିବାବେଳେ ୧୩ ଜିଲାକୁ ମଧ୍ୟ ୟେଲୋ ଓ୍ବାର୍ନିଂ ଜାରି କରିଛି ପାଣିପାଗ କେନ୍ଦ୍ର।
୨୪ ତାରିଖରେ ଉତ୍ତର ଓଡ଼ିଶାରେ ବର୍ଷାର ପ୍ରଭାବ ରହିବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି ।କେନ୍ଦୁଝର, ଢେଙ୍କାନାଳ, ଯାଜପୁର, କେନ୍ଦ୍ରାପଡ଼ାକୁ ସତର୍କ ସୂଚନା ଜାରି କରାଯାଇଥିବାବେଳେ ଭଦ୍ରକ, ବାଲେଶ୍ବର, ମୟୂରଭଞ୍ଜ, ସୁନ୍ଦରଗଡ଼, ଝାରସୁଗୁଡାକୁ ମଧ୍ୟ ସତର୍କ କରିଛି ପାଣିପାଗ ବିଭାଗ। ଏହି ସମୟରେ ୫୦ରୁ ୬୦ କିମି ବେଗରେ ପବନ ବହିବାର ସମ୍ଭାବନା ମଧ୍ୟ ରହିଛି।
The post ଆଗାମୀ ୨ ଦିନ ପର୍ଯ୍ୟନ୍ତ ବର୍ଷା appeared first on Dharitri Odia News.