ଖଲ୍ଲିକୋଟ ବଡ଼ ଘାଟି ଉପରେ ମର୍ମନ୍ତୁଦ ଦୁର୍ଘଟଣା: ଟ୍ରକ୍ ମାଡ଼ିଯିବା ପରେ ରାସ୍ତା ସାରା ବିଛାଡ଼ି ହୋଇ ପଡ଼ିଛି…
ଖଲ୍ଲିକୋଟ,୧୭।୬(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥର ବଡ଼ ଘାଟି ରାସ୍ତାରେ ମଙ୍ଗଳବାର ଅପରାହ୍ନରେରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଛେଳି ପଲ ରାସ୍ତାରେ ଯାଉଥିବା ବେଳେ ଏକ ଟ୍ରକ ମାଡି ଯିବାରୁ ପ୍ରାୟ ୫୦ରୁ ଊଦ୍ଧର୍ବ ଛେଳିଙ୍କ ଶୋଚନୀୟ ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ, ପୂର୍ଣ୍ଣଚନ୍ଦ୍ରପୁର ଗ୍ରାମର ଧାମିୟା ପାତ୍ର ସକାଳୁ ଛେଳି ଓ ମେଣ୍ଢା ପଲ ଧରି ବଡ଼ ଘାଟି ଉପରକୁ ଚରାଇବାକୁ ନେଇଥିଲେ। […] The post ଖଲ୍ଲିକୋଟ ବଡ଼ ଘାଟି ଉପରେ ମର୍ମନ୍ତୁଦ ଦୁର୍ଘଟଣା: ଟ୍ରକ୍ ମାଡ଼ିଯିବା ପରେ ରାସ୍ତା ସାରା ବିଛାଡ଼ି ହୋଇ ପଡ଼ିଛି… appeared first on Dharitri Odia News.
ଖଲ୍ଲିକୋଟ,୧୭।୬(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥର ବଡ଼ ଘାଟି ରାସ୍ତାରେ ମଙ୍ଗଳବାର ଅପରାହ୍ନରେରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଛେଳି ପଲ ରାସ୍ତାରେ ଯାଉଥିବା ବେଳେ ଏକ ଟ୍ରକ ମାଡି ଯିବାରୁ ପ୍ରାୟ ୫୦ରୁ ଊଦ୍ଧର୍ବ ଛେଳିଙ୍କ ଶୋଚନୀୟ ମୃତ୍ୟୁ ଘଟିଛି।
ସୂଚନା ଅନୁଯାୟୀ, ପୂର୍ଣ୍ଣଚନ୍ଦ୍ରପୁର ଗ୍ରାମର ଧାମିୟା ପାତ୍ର ସକାଳୁ ଛେଳି ଓ ମେଣ୍ଢା ପଲ ଧରି ବଡ଼ ଘାଟି ଉପରକୁ ଚରାଇବାକୁ ନେଇଥିଲେ। ସେଠାରୁ ଦିନ ଦୁଇଟାରେ ଛେଳି ଓ ମେଣ୍ଢା ପଲ ଧରି ଗାଁକୁ ଫେରୁଥିବା ବେଳେ ଦ୍ରୁତଗତିରେ ଆସୁଥିବା ଏକ ଟ୍ରକ ପଲ ଉପରେ ମାଡି ଚାଲି ଯାଇଥିଲା। ପଲରେ ୨୦୦ ଛେଳି ଓ ମେଣ୍ଢା ରହିଥିବା ବେଳେ ଟ୍ରକ ଚାପାରେ ପ୍ରାୟ ୫୦ ଛେଳି ଓ ମେଣ୍ଢା ଙ୍କ ଶୋଚନୀୟ ମୃତ୍ୟୁ ଘଟିଥିଲା। ଦୁର୍ଘଟଣା ସ୍ଥଳର ଦୃଶ୍ୟ ଏତେ ଭୟଙ୍କର ଥିଲା ଯେ ଛେଳି ଓ ମେଣ୍ଢାଙ୍କ ଗୋଡ଼, ମୁଣ୍ଡ, ରକ୍ତ, ମାଂସ ରାସ୍ତା ସାରା ବିଛାଡି ହୋଇ ପଡିଥିଲା। ସେହି ରାସ୍ତା ଦେଇ ଯାଉଥିବା ପଥଚାରୀ ଓ ଯାତ୍ରୀମାନେ ଏଭଳି ଦୃଶ୍ୟ ଦେଖି ଶିହରୀ ଉଠୁଥିଲେ। ଖବର ପାଇ ଖଲ୍ଲିକୋଟ ପୋଲିସ ଦୁର୍ଘଟଣାସ୍ଥଳରେ ପହଞ୍ଚି ଛେଳି ଚରାଳିଙ୍କୁ ପଚାରି ବୁଝିଥିଲେ। ଏହା ପୂର୍ଣ୍ଣଚନ୍ଦ୍ରପୁର ଗ୍ରାମର ବି.ମୋଚି ପାତ୍ରଏବଂ ବି.ରାମପାତ୍ର ଛେଳି ଓ ମେଣ୍ଢା ଗୋଠ ବୋଲି ଜଣାପଡିଛି। ଦୁର୍ଘଟଣା ଘଟାଇ ଚମ୍ପଟ ମାରିଥିବା ଟ୍ରକକୁ ଧରିବା ପାଇଁ ଚେଷ୍ଟା କରାଯାଉଛି ବୋଲି ଖଲ୍ଲିକୋଟ ଥାନା ଅଧିକାରୀ ରମେଶ କୁମାର ପ୍ରଧାନ କହିଛନ୍ତି।
The post ଖଲ୍ଲିକୋଟ ବଡ଼ ଘାଟି ଉପରେ ମର୍ମନ୍ତୁଦ ଦୁର୍ଘଟଣା: ଟ୍ରକ୍ ମାଡ଼ିଯିବା ପରେ ରାସ୍ତା ସାରା ବିଛାଡ଼ି ହୋଇ ପଡ଼ିଛି… appeared first on Dharitri Odia News.