ବିଜେଡି ଗୁଣ୍ଡାଗର୍ଦ୍ଦି ପାଇଁ ଯାଜପୁରବାସୀ ଭୟଭୀତ: ହିମାଂଶୁ

ଯାଜପୁର/କାଏମା, ୨୨ା୧୧ (ହର୍ଷବର୍ଦ୍ଧନ ବେହେରା/ଶିବପ୍ରସାଦ ମହାନ୍ତି): ବିଜେଡିର ଗୁଣ୍ଡାଗର୍ଦ୍ଦି ପାଇଁ ଯାଜପୁରବାସୀ ଭୟଭୀତ ବୋଲି ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ(ଲିକୁ) କହିବା ସହ ତାଙ୍କ ଉପରେ ହୋଇଥିବା ମରଣାନ୍ତକ ଆକ୍ରମଣ ଘଟଣାକୁ ସେ ନିନ୍ଦା କରିଛନ୍ତି। ହିମାଂଶୁ ଏକ ଖବରଦାତା ସମ୍ମିଳନୀରେ ଆହୁରି କହିଛନ୍ତି, ଭାଜପା ସରକାର ଏଭଳି ଗୁଣ୍ଡାଗର୍ଦ୍ଦିକୁ ପ୍ରଶୟ ଦେବ ନାହିଁ। ଦୀର୍ଘ ୨୫ବର୍ଷ ହେଲା ବିଜେଡି ମନଇଚ୍ଛା ଶାସନ କରି ଟଙ୍କା ରୋଜଗାର କରି ଆସୁଥିଲା। ସରକାର ପରିବର୍ତ୍ତନ ପରେ ସେମାନଙ୍କ […] The post ବିଜେଡି ଗୁଣ୍ଡାଗର୍ଦ୍ଦି ପାଇଁ ଯାଜପୁରବାସୀ ଭୟଭୀତ: ହିମାଂଶୁ appeared first on Dharitri Odia News.

ବିଜେଡି ଗୁଣ୍ଡାଗର୍ଦ୍ଦି ପାଇଁ ଯାଜପୁରବାସୀ ଭୟଭୀତ: ହିମାଂଶୁ

ଯାଜପୁର/କାଏମା, ୨୨ା୧୧ (ହର୍ଷବର୍ଦ୍ଧନ ବେହେରା/ଶିବପ୍ରସାଦ ମହାନ୍ତି): ବିଜେଡିର ଗୁଣ୍ଡାଗର୍ଦ୍ଦି ପାଇଁ ଯାଜପୁରବାସୀ ଭୟଭୀତ ବୋଲି ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ(ଲିକୁ) କହିବା ସହ ତାଙ୍କ ଉପରେ ହୋଇଥିବା ମରଣାନ୍ତକ ଆକ୍ରମଣ ଘଟଣାକୁ ସେ ନିନ୍ଦା କରିଛନ୍ତି। ହିମାଂଶୁ ଏକ ଖବରଦାତା ସମ୍ମିଳନୀରେ ଆହୁରି କହିଛନ୍ତି, ଭାଜପା ସରକାର ଏଭଳି ଗୁଣ୍ଡାଗର୍ଦ୍ଦିକୁ ପ୍ରଶୟ ଦେବ ନାହିଁ। ଦୀର୍ଘ ୨୫ବର୍ଷ ହେଲା ବିଜେଡି ମନଇଚ୍ଛା ଶାସନ କରି ଟଙ୍କା ରୋଜଗାର କରି ଆସୁଥିଲା। ସରକାର ପରିବର୍ତ୍ତନ ପରେ ସେମାନଙ୍କ ସ୍ବାର୍ଥରେ ହାନି ଘଟୁଛି, ଯଦ୍ବାରା ସେମାନେ ଟଙ୍କା ରୋଜଗାର କରି ପାରୁନାହାନ୍ତି। ତେଣୁ ରାଜନୈତିକ ଆକ୍ରୋଶମୂଳକ ଭାବେ ରାସ୍ତା ଉପରେ ଲୁହାରଡ୍‌ ଧରି ତାଙ୍କୁ ମାରିବାକୁ ଉଦ୍ୟମ କରାଯାଇଛି ବୋଲି ହିମାଂଶୁ କହିଛନ୍ତି।
ଯାଜପୁର ଡିଡିଏମ୍‌ଙ୍କ କାର୍ଯ୍ୟାଳୟକୁ ହିମାଂଶୁ ଯାଉଥିବାବେଳେ ବୁଧବାର ରାତି ପ୍ରାୟ ୭ଟାରେ ଯାଜପୁର ଟାଉନ ନିକଟସ୍ଥ ବୁଢ଼ାଘାଟ ବ୍ରିଜ ନିକଟରେ କେତେଜଣ ବିଜେଡି କର୍ମୀ ରାସ୍ତାରୋକୋ ଆନ୍ଦୋଳନ କରୁଥଲେ। ତେଣୁ ରାସ୍ତା ଜାମ ରହିଥିଲା। ବିଧାୟକଙ୍କ ଗାଡ଼ି ମଧ୍ୟ ଏହି ଭିଡ଼ରେ ଥିବାବେଳେ ହଠାତ୍‌ ୨୦ରୁ ୩୦ ଜଣ ବିଜେଡି ସମର୍ଥକ ବିଧାୟକଙ୍କ ଗାଡ଼ି ଆଡ଼କୁ ମାଡି ଆସି ଲୁହାରଡ୍‌, ଠେଙ୍ଗା ଓ ଢେଲା ଧରି ହଠାତ୍‌ ଆକ୍ରମଣ କରିଥିଲେ। ସେମାନେ ବବି ଦାସଙ୍କ ଲୋକ କହିବା ସହିତ ତାଙ୍କୁ ମାରିବାକୁ ପଠାଇଛନ୍ତି ବୋଲି ସ୍ଲୋଗାନ କରିଥିଲେ। ତାହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ବିଧାୟକଙ୍କ ଉପରେ ଆକ୍ରମଣ ଖବର ପାଇ ଭାଜପା ସମର୍ଥକମାନେ ଘଟଣାସ୍ଥଳରେ ପହଞ୍ଚତ୍ବା ପରେ ଉତ୍ତେଜନାମୂଳକ ସ୍ଥିତି ଉପୁଜିଥିଲା। ଖବର ପାଇ ଯାଜପୁର ଏସ୍‌ପିଙ୍କ ସହ ଯାଜପୁର ସଦର ଏବଂ ଟାଉନ ପୋଲିସ ପହଞ୍ଚତ୍ ବୁଝାଶୁଝା କରିଥିଲେ। ପରେ ବିଳମ୍ବିତ ରାତିରେ ଅତିରିକ୍ତ ଡିଜି ଘଟଣାସ୍ଥଳରେ ପହଞ୍ଚତ୍ ସ୍ଥିତିକୁ ଆୟତ୍ତ କରିଥିଲେ। ତେବେ ବିଧାୟକ ହିମାଂଶୁଙ୍କ ଉପରେ ଆକ୍ରମଣ ଘଟଣାର ପ୍ରତିବାଦରେ ତାଙ୍କ ସମର୍ଥକ ସଦର ଥାନା ଘେରାଉ କରିବା ସହ ବିଧାୟକଙ୍କ ସୁରକ୍ଷା କର୍ମୀ ଶକ୍ତି ସାମନ୍ତ ରାଉତ ୨୬ ଜଣଙ୍କ ନାମରେ ସଦର ଥାନାରେ ଅଭିଯୋଗ କରିଛନ୍ତି। ସେମାନଙ୍କ ମଧ୍ୟରୁ ୧୦ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବିଧାୟକ ହିମାଂଶୁ କହିଛନ୍ତି।

The post ବିଜେଡି ଗୁଣ୍ଡାଗର୍ଦ୍ଦି ପାଇଁ ଯାଜପୁରବାସୀ ଭୟଭୀତ: ହିମାଂଶୁ appeared first on Dharitri Odia News.