ଆଜି କୋରାପୁଟରେ ସ୍କୁଲ ଛୁଟି ଘୋଷଣା କଲେ ଜିଲାପାଳ
ଭୁବନେଶ୍ୱର,୧୦।୯: ଲଗାଣ ବର୍ଷା ଯୋଗୁ ଆଜି କୋରାପୁଟ ଜିଲାର ସମସ୍ତ ସ୍କୁଲ ଛୁଟି। ଆଇଏମ୍ଡି ପକ୍ଷରୁ ରେଡ ୱାର୍ଣ୍ଣିଂ ଜାରି ପରେ ଜିଲାପାଳ ଛୁଟି ଘୋଷଣା କରିଛନ୍ତି। ଗଞ୍ଜାମ ଓ ମାଲକାନଗିରିରେ ବି ଆଜି ସ୍କୁଲ ଛୁଟି ଘୋଷଣା କରାଯାଇଛି। ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ଲାଗି ରହିଥିବା ବେଳେ ମଙ୍ଗଳବାର ୩ ଘଣ୍ଟା ପାଇଁ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି। ୬ ଜିଲାକୁ ପାଣିପାଗ […] The post ଆଜି କୋରାପୁଟରେ ସ୍କୁଲ ଛୁଟି ଘୋଷଣା କଲେ ଜିଲାପାଳ appeared first on Dharitri Odia News.
ଭୁବନେଶ୍ୱର,୧୦।୯: ଲଗାଣ ବର୍ଷା ଯୋଗୁ ଆଜି କୋରାପୁଟ ଜିଲାର ସମସ୍ତ ସ୍କୁଲ ଛୁଟି। ଆଇଏମ୍ଡି ପକ୍ଷରୁ ରେଡ ୱାର୍ଣ୍ଣିଂ ଜାରି ପରେ ଜିଲାପାଳ ଛୁଟି ଘୋଷଣା କରିଛନ୍ତି। ଗଞ୍ଜାମ ଓ ମାଲକାନଗିରିରେ ବି ଆଜି ସ୍କୁଲ ଛୁଟି ଘୋଷଣା କରାଯାଇଛି।
ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ଲାଗି ରହିଥିବା ବେଳେ ମଙ୍ଗଳବାର ୩ ଘଣ୍ଟା ପାଇଁ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି। ୬ ଜିଲାକୁ ପାଣିପାଗ ବିଭାଗ ପକ୍ଷରୁ ଅରେଞ୍ଜ ଆଲର୍ଟ କରାଯାଇଛି। ସେ ସବୁ ଜିଲା ଗୁଡ଼ିକ ହେଲା ବଲାଙ୍ଗୀର, ନୂଆପଡ଼ା, ବରଗଡ଼, ସୁନ୍ଦରଗଡ଼, ସମ୍ବଲପୁର, ଝାରସୁଗୁଡ଼ା।
ଅନ୍ୟପକ୍ଷେ ଲଘୁଚାପ ଯୋଗୁ ଗତ ଦୁଇତିନି ଦିନ ହେବ ଦକ୍ଷିଣ ଓଡ଼ିଶା ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ଲାଗି ରହିଛି। ବର୍ଷା ଯୋଗୁ କୋରାପୁଟ ଓ ମାଲକାନଗିରିର କେତେକ ଅଞ୍ଚଳ ପ୍ରଭାବିତ ହୋଇଛି। ତେବେ ରାଜ୍ୟରେ ବନ୍ୟା ପରିସ୍ଥିତି ନାହିଁ। ସୋମବାର ସମ୍ଭାବ୍ୟ ବନ୍ୟା ସ୍ଥିତି ସମୀକ୍ଷା ବୈଠକ ପରେ ସ୍ବତନ୍ତ୍ର ରିଲିଫ କମିଶନର (ଏସଆରସି) ଦେଓରଞ୍ଜନ କୁମାର ସିଂ ଏହି ସୂଚନା ଦେଇଛନ୍ତି।
The post ଆଜି କୋରାପୁଟରେ ସ୍କୁଲ ଛୁଟି ଘୋଷଣା କଲେ ଜିଲାପାଳ appeared first on Dharitri Odia News.