ଯୁବକଙ୍କୁ ମରଣାତ୍ମକ ଆକ୍ରମଣ, ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

ବାଲିପାଟଣା: ରାଜଧାନୀ ଉପକଣ୍ଠ ବାଲିପାଟଣା ଥାନା ମଝିହରା ମହଲାସାହିରେ ଯୁବକଙ୍କୁ ମରଣାତ୍ମକ ଆକ୍ରମଣ ହୋଇଛି । ଆକ୍ରମଣରେ ଗ୍ରାମର ଅକ୍ଷୟ ମାଝିଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ଗୁରୁତର ଅବସ୍ଥାରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି । ତାଙ୍କ ଅବସ୍ଥା ଶଙ୍କଟାପନ୍ନ ରହିଛି । ୪ ଦିନ ପୂର୍ବେ ଅକ୍ଷୟଙ୍କ ସହ ନିକଟ ଗ୍ରାମର କିଛି ବ୍ୟକ୍ତିଙ୍କ ସହ ପାଟିତୁଣ୍ଡ ହୋଇଥିଲା । ସେହି କାରଣରୁ ଅକ୍ଷୟଙ୍କୁ ଆକ୍ରମଣ ହୋଇଥିବା ସନ୍ଦେହ କରାଯାଉଛି । ଗ୍ରାମରେ ବାଲିପାଟଣା ପୋଲିସ ପହଁଞ୍ଚି ତଦନ୍ତ କରିଛି।