ଆସନ୍ତା ଆର୍ଥିକ ବର୍ଷରେ ଦୌଡ଼ିବ ଭାରତର ଅର୍ଥ ବ୍ୟବସ୍ଥା; ଡିଜିପି ଆକଳନ ବଢ଼ାଇଲା ରେଟିଂ ଏଜେନ୍ସି

ନୂଆଦିଲ୍ଲୀ: ଏପ୍ରିଲ ପହିଲାରୁ ଆରମ୍ଭ ହେବାକୁ ଥିବା ଆର୍ଥିକ ବର୍ଷ ୨୦୨୪-୨୦୨୫ ପାଇଁ ଭାରତର ଜିଡିପି ଆକଳନକୁ ବଢ଼ାଇ ଦେଇଛି ରେଟିଂ ଏଜେନ୍ସି ଫିଚ୍‌। ଆସନ୍ତା ଆର୍ଥିକ ବର୍ଷରେ ଭାରତର ଆର୍ଥିକ ଅଭିବୃଦ୍ଧି ୬.୫ ପ୍ରତିଶତରୁ ବଢ଼ାଇ ୭ ପ୍ରତିଶତ ହାରରେ ହେବ ବୋଲି ଏଜେନ୍ସି କହିଛି।ଘରୋଇ ଚାହିଦା ବୃଦ୍ଧି ଏବଂ ଚଳିତ ତଥା ପରବର୍ତ୍ତୀ ଆର୍ଥିକ ବର୍ଷରେ ବ୍ୟବସାୟ ଓ ଗ୍ରାହକଙ୍କ ଆତ୍ମବିଶ୍ୱାସରେ ବୃଦ୍ଧି ହେତୁ ଅଭିବୃଦ୍ଧି ପୂର୍ବାନୁମାନକୁ ବଢ଼େଇ ଆକଳନ କରାଯାଇଛି।  ଫିଚ୍ କହିଛି ଯେ ୨୦୨୪-୨୫ ପାଇଁ ଗତବର୍ଷ ଡିସେମ୍ବରରେ ହେଉଥିବା ଆକଳନରେ ୫୦ ବେସିସ୍ ପଏଣ୍ଟ ବୃଦ୍ଧି କରି ୭ ପ୍ରତିଶତ କରାଯାଇଛି। ଘରୋଇ ଚାହିଦା ଓ ନିବେଶରେ ଆର୍ଥିକ ବିକାଶକୁ ବଢ଼ାଇବ ବୋଲି ସଂସ୍ଥା କହିଛି।ପରିସଂଖ୍ୟାନ ମନ୍ତ୍ରଣାଳୟ ୨୦୨୩-୨୪ ତୃତୀୟ ତ୍ରୟମାସିକରେ ଅକ୍ଟୋବରରୁ ଡିସେମ୍ବର ପାଇଁ ଭାରତର ଜିଡିପି ଆକଳନକୁ ୮.୪ ପ୍ରତିଶତକୁ ବୃଦ୍ଧି କରିଥିଲେ। ଫିଚ୍‌ର ଅନୁମାନରେ ୨୦୨୩-୨୪ରେ ଭାରତର ଜିଡିପି ୭.୮ ପ୍ରତିଶତ ରହିପାରେ। ଯାହା କେନ୍ଦ୍ର ସରକାରଙ୍କ ଆକଳନ ୭.୬ ପ୍ରତିଶତ ଠାରୁ ଅଧିକ। ଫିଚ୍ ଏହାର ଲେଟେଷ୍ଟ ଗ୍ଲୋବାଲ୍ ଇକୋନୋମିକ୍ ଆଉଟ୍‌ଲୁକ ରିପୋର୍ଟରେ କହିଛି ଯେ ପୁଞ୍ଜି ବିନିଯୋଗ ଅଭିବୃଦ୍ଧି ହାରରେ ବର୍ଷକୁ ୧୦.୬ ପ୍ରତିଶତ ବୃଦ୍ଧି ଏବଂ ଘରୋଇ ବ୍ୟବହାରରେ ୩.୫ ପ୍ରତିଶତ ଅଭିବୃଦ୍ଧି ହେତୁ ଦେଶର ଆର୍ଥିକ ଅଭିବୃଦ୍ଧି ଆକଳନ ପ୍ରତ୍ୟେକ ତ୍ରୟମାସିକରେ ସମସ୍ତ ଆକଳନକ

ଆସନ୍ତା ଆର୍ଥିକ ବର୍ଷରେ ଦୌଡ଼ିବ ଭାରତର ଅର୍ଥ ବ୍ୟବସ୍ଥା; ଡିଜିପି ଆକଳନ ବଢ଼ାଇଲା ରେଟିଂ ଏଜେନ୍ସି

ନୂଆଦିଲ୍ଲୀ: ଏପ୍ରିଲ ପହିଲାରୁ ଆରମ୍ଭ ହେବାକୁ ଥିବା ଆର୍ଥିକ ବର୍ଷ ୨୦୨୪-୨୦୨୫ ପାଇଁ ଭାରତର ଜିଡିପି ଆକଳନକୁ ବଢ଼ାଇ ଦେଇଛି ରେଟିଂ ଏଜେନ୍ସି ଫିଚ୍‌। ଆସନ୍ତା ଆର୍ଥିକ ବର୍ଷରେ ଭାରତର ଆର୍ଥିକ ଅଭିବୃଦ୍ଧି ୬.୫ ପ୍ରତିଶତରୁ ବଢ଼ାଇ ୭ ପ୍ରତିଶତ ହାରରେ ହେବ ବୋଲି ଏଜେନ୍ସି କହିଛି।

ଘରୋଇ ଚାହିଦା ବୃଦ୍ଧି ଏବଂ ଚଳିତ ତଥା ପରବର୍ତ୍ତୀ ଆର୍ଥିକ ବର୍ଷରେ ବ୍ୟବସାୟ ଓ ଗ୍ରାହକଙ୍କ ଆତ୍ମବିଶ୍ୱାସରେ ବୃଦ୍ଧି ହେତୁ ଅଭିବୃଦ୍ଧି ପୂର୍ବାନୁମାନକୁ ବଢ଼େଇ ଆକଳନ କରାଯାଇଛି।  ଫିଚ୍ କହିଛି ଯେ ୨୦୨୪-୨୫ ପାଇଁ ଗତବର୍ଷ ଡିସେମ୍ବରରେ ହେଉଥିବା ଆକଳନରେ ୫୦ ବେସିସ୍ ପଏଣ୍ଟ ବୃଦ୍ଧି କରି ୭ ପ୍ରତିଶତ କରାଯାଇଛି। ଘରୋଇ ଚାହିଦା ଓ ନିବେଶରେ ଆର୍ଥିକ ବିକାଶକୁ ବଢ଼ାଇବ ବୋଲି ସଂସ୍ଥା କହିଛି।

ପରିସଂଖ୍ୟାନ ମନ୍ତ୍ରଣାଳୟ ୨୦୨୩-୨୪ ତୃତୀୟ ତ୍ରୟମାସିକରେ ଅକ୍ଟୋବରରୁ ଡିସେମ୍ବର ପାଇଁ ଭାରତର ଜିଡିପି ଆକଳନକୁ ୮.୪ ପ୍ରତିଶତକୁ ବୃଦ୍ଧି କରିଥିଲେ। ଫିଚ୍‌ର ଅନୁମାନରେ ୨୦୨୩-୨୪ରେ ଭାରତର ଜିଡିପି ୭.୮ ପ୍ରତିଶତ ରହିପାରେ। ଯାହା କେନ୍ଦ୍ର ସରକାରଙ୍କ ଆକଳନ ୭.୬ ପ୍ରତିଶତ ଠାରୁ ଅଧିକ। 

ଫିଚ୍ ଏହାର ଲେଟେଷ୍ଟ ଗ୍ଲୋବାଲ୍ ଇକୋନୋମିକ୍ ଆଉଟ୍‌ଲୁକ ରିପୋର୍ଟରେ କହିଛି ଯେ ପୁଞ୍ଜି ବିନିଯୋଗ ଅଭିବୃଦ୍ଧି ହାରରେ ବର୍ଷକୁ ୧୦.୬ ପ୍ରତିଶତ ବୃଦ୍ଧି ଏବଂ ଘରୋଇ ବ୍ୟବହାରରେ ୩.୫ ପ୍ରତିଶତ ଅଭିବୃଦ୍ଧି ହେତୁ ଦେଶର ଆର୍ଥିକ ଅଭିବୃଦ୍ଧି ଆକଳନ ପ୍ରତ୍ୟେକ ତ୍ରୟମାସିକରେ ସମସ୍ତ ଆକଳନକୁ ପଛରେ ପକାଇ ଦେଇଛି। ଫିଚ୍ ଅନୁଯାୟୀ କ୍ରମାଗତ ତିନିଟି ତ୍ରୟମାସିକରେ ଭାରତର ଆର୍ଥିକ ଅଭିବୃଦ୍ଧି ହାର ୮ ପ୍ରତିଶତରୁ ଅଧିକ ହୋଇଛି। ତେବେ ଚଳିତ ଆର୍ଥିକ ବର୍ଷର ଚତୁର୍ଥ ତ୍ରୟମାସିକରେ ଏହା ୮ ପ୍ରତିଶତରୁ ୭.୮ ପ୍ରତିଶତ କମ୍ ହେବ ବୋଲି ଅନୁମାନ କରାଯାଉଛି।

ଫିଚ୍ ରେଟିଂ ଅନୁଯାୟୀ, ଖାଦ୍ୟ ସାମଗ୍ରୀର ମୂଲ୍ୟ ବୃଦ୍ଧି ଯୋଗୁ ୨୦୨୩ର ଶେଷ ମାସରେ କଞ୍ଜ୍ୟୁମର ମୁଦ୍ରାସ୍ଫୀତି  ବଢ଼ିଛି। ଡିସେମ୍ବର ୨୦୨୩ ରେ ଖୁଚୁରା ମୁଦ୍ରାସ୍ଫୀତି ହାର ୫.୭ ପ୍ରତିଶତ ଥିଲା, ଯାହା ଫେବୃଆରୀ ୨୦୨୪ ରେ ୫.୧ ପ୍ରତିଶତକୁ ଖସି ଆସିଛି। ମୁଦ୍ରାସ୍ଫୀତି ହାରକୁ ୪ ପ୍ରତିଶତକୁ ପର୍ଯ୍ୟନ୍ତ ଖସାଇ ଆଣିବା ଆରବିଆଇର ମୂଳ ଲକ୍ଷ୍ୟ। ତେବେ ଏହା ଖାଦ୍ୟ ସାମଗ୍ରୀର ମୂଲ୍ୟ ଉପରେ ନିର୍ଭର କରେ। ତେବେ ରେଟିଂ ଏଜେନ୍ସିର କହିବା କଥା ହେଲା ଖାଦ୍ୟ ସାମଗ୍ରୀର ମୂଲ୍ୟ ସ୍ଥିର ରହିଲେ ମୁଦ୍ରୀସ୍ଫୀତି ମଧ୍ୟ ୪ ପ୍ରତିଶତକୁ ଖସି ଆସିବ। ସେହିପରି ଆସନ୍ତା ଆର୍ଥିକ ବର୍ଷରେ ବିଶ୍ୱ ଅଭିବୃଦ୍ଧି ୦.୩ ପ୍ରତିଷତରୁ ବଢ଼ି ୨.୪ ପ୍ରତିଶତ ରହିବ ବୋଲି ଫିଚ କହିଛି।