ସୁରମା ପାଢୀ ହେଲେ ସପ୍ତଦଶ ବିଧାନସଭାର ବାଚସ୍ପତି, ସର୍ବସମ୍ମତିକ୍ରମେ ନିର୍ବାଚିତ

ଭୁବନେଶ୍ୱର ୨୦।୦୬ : ଓଡିଶା ବିଧାନସଭାକୁ ମିଳିଲା ନୂଆ ବାଚସ୍ପତି । ଓଡ଼ିଶା ବିଧାନସଭାରେ ଗୃହ ପରିଚାଳନା କରିବେ ଆଉ ଜଣେ ମହିଳା। ବିଧାନସଭାରେ ନୂଆ ବାଚସ୍ପତି ହୋଇଛନ୍ତି ଜଣେ ମହିଳା ବିଧାୟିକ। ସେ ହେଉଛନ୍ତି ବରିଷ୍ଠ ବିଧାୟିକା ସୁରମା ପାଢୀ। ପୂର୍ବତନ ମନ୍ତ୍ରୀ ତଥା ୨ ଥରର ବିଧାୟିକା ସୁରମା ପାଢୀ  ଏବେ ଓଡିଶା ବିଧାନସଭାର ବାଚସ୍ପତି। ୧୯୬୦ ଡିସେମ୍ବର ୨୯ରେ ଗଞ୍ଜାମ ଜିଲ୍ଲା କନିସି ଅଞ୍ଚଳର ଶିହଳା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ସୁରମା ପାଢୀ। ଶିହଳା ପ୍ରାଥମିକ ବିଦ୍ୟାଳୟରୁ ପ୍ରାଥମିକ ଶିକ୍ଷା ଆରମ୍ଭ କରିବା ପରେ ସେ ଭୁବନେଶ୍ୱର ୟୁନିଟ୍‌-୬ରେ ଏକାଦଶ ଶ୍ରେଣୀ ଶିକ୍ଷା ଗ୍ରହଣ କରିଥିଲେ। ୧୯୮୨ରେ ରେଭେନ୍‌ସା କଲେଜରୁ ହୋମ୍‌ସାଇନ୍ସ ପିଜି ପଢ଼ିଥିବା ବେଳେ ବାଣୀବିହାରରୁ ଏଲ୍‌ଏଲ୍‌ବି ପାସ୍‌ କରିଥିଲେ। ଛାତ୍ର ଜୀବନରୁ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସଭ୍ୟା ଭାବେ ସେ ନିଜକୁ ସାମିଲ କରିଥିଲେ। ବ୍ରହ୍ମପୁର ପ୍ରେମନଗରର ଚାଟାର୍ଡ ଆକାଉଣ୍ଟାଣ୍ଟ୍‌ ବିପିନ ବିହାରୀ ପାଢ଼ୀଙ୍କୁ ବିବାହ କରିଥିଲେ ସୁରମା। ସୁରମାଙ୍କ ବାପା  ହରିଶ୍ଚନ୍ଦ୍ର ପାଢ଼ୀ ଓ ମାଆ ଉର୍ମିଳା ପାଢ଼ୀଙ୍କ ପରଲୋକ ହୋଇଥିବା ବେଳେ ତାଙ୍କର ତିନି ଭଉଣୀ ଓ ଦୁଇ ଭାଇ ଅଛନ୍ତି। ୨୦୦୩ ଜାନୁଆରୀ ୨ରେ ରଣପୁର ରାଜନୀତିରେ ପାଦ ଥାପିଥିଲେ ସୁରମା ପାଢୀ। ୨୦୦୦ ରୁ ୨୦୦୨ ଯାଏଁ ବିଜେପିର ଜାତୀୟ ମହିଳା ମୋର୍ଚ୍ଚାର ନେତୃତ୍ୱ ନେଇଥିଲେ ସୁରମା। ରାଷ୍ଟ୍ରୀୟ ବିଜେପି କାର୍ଯ୍ୟକାରି

ସୁରମା ପାଢୀ ହେଲେ ସପ୍ତଦଶ ବିଧାନସଭାର ବାଚସ୍ପତି, ସର୍ବସମ୍ମତିକ୍ରମେ ନିର୍ବାଚିତ

ଭୁବନେଶ୍ୱର ୨୦।୦୬ : ଓଡିଶା ବିଧାନସଭାକୁ ମିଳିଲା ନୂଆ ବାଚସ୍ପତି । ଓଡ଼ିଶା ବିଧାନସଭାରେ ଗୃହ ପରିଚାଳନା କରିବେ ଆଉ ଜଣେ ମହିଳା। ବିଧାନସଭାରେ ନୂଆ ବାଚସ୍ପତି ହୋଇଛନ୍ତି ଜଣେ ମହିଳା ବିଧାୟିକ। ସେ ହେଉଛନ୍ତି ବରିଷ୍ଠ ବିଧାୟିକା ସୁରମା ପାଢୀ। ପୂର୍ବତନ ମନ୍ତ୍ରୀ ତଥା ୨ ଥରର ବିଧାୟିକା ସୁରମା ପାଢୀ  ଏବେ ଓଡିଶା ବିଧାନସଭାର ବାଚସ୍ପତି। 

୧୯୬୦ ଡିସେମ୍ବର ୨୯ରେ ଗଞ୍ଜାମ ଜିଲ୍ଲା କନିସି ଅଞ୍ଚଳର ଶିହଳା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ସୁରମା ପାଢୀ। ଶିହଳା ପ୍ରାଥମିକ ବିଦ୍ୟାଳୟରୁ ପ୍ରାଥମିକ ଶିକ୍ଷା ଆରମ୍ଭ କରିବା ପରେ ସେ ଭୁବନେଶ୍ୱର ୟୁନିଟ୍‌-୬ରେ ଏକାଦଶ ଶ୍ରେଣୀ ଶିକ୍ଷା ଗ୍ରହଣ କରିଥିଲେ। ୧୯୮୨ରେ ରେଭେନ୍‌ସା କଲେଜରୁ ହୋମ୍‌ସାଇନ୍ସ ପିଜି ପଢ଼ିଥିବା ବେଳେ ବାଣୀବିହାରରୁ ଏଲ୍‌ଏଲ୍‌ବି ପାସ୍‌ କରିଥିଲେ। ଛାତ୍ର ଜୀବନରୁ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସଭ୍ୟା ଭାବେ ସେ ନିଜକୁ ସାମିଲ କରିଥିଲେ। ବ୍ରହ୍ମପୁର ପ୍ରେମନଗରର ଚାଟାର୍ଡ ଆକାଉଣ୍ଟାଣ୍ଟ୍‌ ବିପିନ ବିହାରୀ ପାଢ଼ୀଙ୍କୁ ବିବାହ କରିଥିଲେ ସୁରମା। ସୁରମାଙ୍କ ବାପା  ହରିଶ୍ଚନ୍ଦ୍ର ପାଢ଼ୀ ଓ ମାଆ ଉର୍ମିଳା ପାଢ଼ୀଙ୍କ ପରଲୋକ ହୋଇଥିବା ବେଳେ ତାଙ୍କର ତିନି ଭଉଣୀ ଓ ଦୁଇ ଭାଇ ଅଛନ୍ତି। 

୨୦୦୩ ଜାନୁଆରୀ ୨ରେ ରଣପୁର ରାଜନୀତିରେ ପାଦ ଥାପିଥିଲେ ସୁରମା ପାଢୀ। ୨୦୦୦ ରୁ ୨୦୦୨ ଯାଏଁ ବିଜେପିର ଜାତୀୟ ମହିଳା ମୋର୍ଚ୍ଚାର ନେତୃତ୍ୱ ନେଇଥିଲେ ସୁରମା। ରାଷ୍ଟ୍ରୀୟ ବିଜେପି କାର୍ଯ୍ୟକାରିଣୀ କମିଟିର ସଦସ୍ୟ ରହିବା ସହ କାଜୁ ନିଗମର ଅଧ୍ୟକ୍ଷ ଦାୟିତ୍ୱ ମଧ୍ୟ ତୁଲାଇଥିଲେ। ୨୦୦୪ରେ ବିଜେଡି-ବିଜେପି ମେଣ୍ଟ ସରକାରରେ ସେ ଥିଲେ ସମବାୟ ରାଷ୍ଟ୍ରମନ୍ତ୍ରୀ। ରଣପୁର ବିଧାନସଭା ଆସନରୁ ସେ ୨ୟ ଥର ପାଇଁ ବିଧାନସଭାକୁ ହୋଇଛନ୍ତି ନିର୍ବାଚିତ।