ଏବେ ସବୁଠି ପାଇବ ନେଟୱର୍କ: ଆଇସିଆର୍ ଆରମ୍ଭ କରିବେ କେନ୍ଦ୍ର ସରକାର
ନୂଆଦିଲ୍ଲୀ(ବିଜନେଶ ବିଶେଷ): ଭାରତରେ ଏବେ ବି ଅନେକ ସ୍ଥାନରେ ମୋବାଇଲ ନେଟୱର୍କ ଠିକ୍ ଭାବରେ ପହଞ୍ଚି ପାରି ନାହିଁ। ଏଥିପାଇଁ ଆପଣ ଅନେକ ସମୟରେ ନୋ ନେଟୱର୍କ ସମସ୍ୟାର ସମ୍ମୁଖୀନ ହେଉଥିବେ। କେଉଁଠି ଏୟାରଟେଲ୍ ଥିଲେ ଜିଓ ନେଟୱର୍କ ନାହିଁ, ତ ଆଉ କେଉଁଠି ଜିଓ ଥିଲେ ଅନ୍ୟ କିଛି ନେଟୱର୍କ ପାଏ ନାହିଁ। ଏମିତିରେ ଗ୍ରାହକଙ୍କୁ ଅନେକ ସମସ୍ୟା ସମ୍ମୁଖୀନ ହେବାକୁ ପଡ଼ିଥାଏ। ବିଶେଷ କରି ଗ୍ରାମାଞ୍ଚଳରେ ନୋ ନେଟୱର୍କର ସମସ୍ୟା ଅଧିକ ଥାଏ। ହେଲେ ଏବେ ଆଉ ଏହି ସମସ୍ୟା ହେବ ନାହିଁ। ଆପଣ ଯେକୌଣସି ସିମ୍ ବ୍ୟବହାର କଲେ ମଧ୍ୟ ନେଟୱର୍କ ମିଳିବ, ଆଉ ଗ୍ରହକ କଲ୍ ଓ ଇଣ୍ଟରନେଟ୍ର ସୁବିଧା ପାଇ ପାରିବେ। ଦେଖନ୍ତୁ ଏହି ରିପୋର୍ଟ। ଗ୍ରାମାଞ୍ଚଳ ତଥା ଦୁର୍ଗମ ଅଞ୍ଚଳରେ ମୋବାଇଲ ନେଟୱର୍କ ପହଞ୍ଚାଇବାକୁ ସରକାରଙ୍କ ନୂଆ ପଦକ୍ଷେପ। ଖୁବ୍ଶୀଘ୍ର ଆରମ୍ଭ ହେବାକୁ ଯାଉଛି ଇଣ୍ଟ୍ରା ସର୍କଲ୍ ରୋମିଂ ବା (ଆଇସିଆର) ସୁବିଧା । ଏହା ଏଭଳି ଏକ ସୁବିଧା, ଯାହା ଦ୍ୱାରା ସବୁ ଟେଲିକମ୍ କମ୍ପାନୀ ଏକାଠି କାମ କରିବେ । କମ୍ପାନିମାନେ ପରସ୍ପର ମଧ୍ୟରେ ନିଜ ଟାୱାର ସେବା ସେୟାର କରିବେ। ଫଳରେ ଗ୍ରାହକ ଯେ କୌଣସି ସିମ୍ ବ୍ୟବହାର କଲେ ବି ନେଟୱର୍କ ପାଇ ପାରିବ।ତେବେ ଏହି ICR ସୁବିଧା କ’ଣ ଆସନ୍ତୁ ଉଦାହରଣ ସହ ସରଳ ଶବ୍ଦରେ ବୁଝିବା। ଧରନ୍ତୁ ଆପଣ Jio ସିମ୍ ବ୍ୟବହାର କରୁଛନ୍ତି। ହଠାତ୍ ଆପଣଙ୍କୁ ଏକ ସ୍ଥାନକୁ ଯାତ୍ରା କରିବାକୁ ପଡ଼ିଲା. ଯେଉଁଠାରେ ଜିଓ ନେ
ନୂଆଦିଲ୍ଲୀ(ବିଜନେଶ ବିଶେଷ): ଭାରତରେ ଏବେ ବି ଅନେକ ସ୍ଥାନରେ ମୋବାଇଲ ନେଟୱର୍କ ଠିକ୍ ଭାବରେ ପହଞ୍ଚି ପାରି ନାହିଁ। ଏଥିପାଇଁ ଆପଣ ଅନେକ ସମୟରେ ନୋ ନେଟୱର୍କ ସମସ୍ୟାର ସମ୍ମୁଖୀନ ହେଉଥିବେ। କେଉଁଠି ଏୟାରଟେଲ୍ ଥିଲେ ଜିଓ ନେଟୱର୍କ ନାହିଁ, ତ ଆଉ କେଉଁଠି ଜିଓ ଥିଲେ ଅନ୍ୟ କିଛି ନେଟୱର୍କ ପାଏ ନାହିଁ। ଏମିତିରେ ଗ୍ରାହକଙ୍କୁ ଅନେକ ସମସ୍ୟା ସମ୍ମୁଖୀନ ହେବାକୁ ପଡ଼ିଥାଏ। ବିଶେଷ କରି ଗ୍ରାମାଞ୍ଚଳରେ ନୋ ନେଟୱର୍କର ସମସ୍ୟା ଅଧିକ ଥାଏ। ହେଲେ ଏବେ ଆଉ ଏହି ସମସ୍ୟା ହେବ ନାହିଁ। ଆପଣ ଯେକୌଣସି ସିମ୍ ବ୍ୟବହାର କଲେ ମଧ୍ୟ ନେଟୱର୍କ ମିଳିବ, ଆଉ ଗ୍ରହକ କଲ୍ ଓ ଇଣ୍ଟରନେଟ୍ର ସୁବିଧା ପାଇ ପାରିବେ। ଦେଖନ୍ତୁ ଏହି ରିପୋର୍ଟ।
ଗ୍ରାମାଞ୍ଚଳ ତଥା ଦୁର୍ଗମ ଅଞ୍ଚଳରେ ମୋବାଇଲ ନେଟୱର୍କ ପହଞ୍ଚାଇବାକୁ ସରକାରଙ୍କ ନୂଆ ପଦକ୍ଷେପ। ଖୁବ୍ଶୀଘ୍ର ଆରମ୍ଭ ହେବାକୁ ଯାଉଛି ଇଣ୍ଟ୍ରା ସର୍କଲ୍ ରୋମିଂ ବା (ଆଇସିଆର) ସୁବିଧା । ଏହା ଏଭଳି ଏକ ସୁବିଧା, ଯାହା ଦ୍ୱାରା ସବୁ ଟେଲିକମ୍ କମ୍ପାନୀ ଏକାଠି କାମ କରିବେ । କମ୍ପାନିମାନେ ପରସ୍ପର ମଧ୍ୟରେ ନିଜ ଟାୱାର ସେବା ସେୟାର କରିବେ। ଫଳରେ ଗ୍ରାହକ ଯେ କୌଣସି ସିମ୍ ବ୍ୟବହାର କଲେ ବି ନେଟୱର୍କ ପାଇ ପାରିବ।
ତେବେ ଏହି ICR ସୁବିଧା କ’ଣ ଆସନ୍ତୁ ଉଦାହରଣ ସହ ସରଳ ଶବ୍ଦରେ ବୁଝିବା। ଧରନ୍ତୁ ଆପଣ Jio ସିମ୍ ବ୍ୟବହାର କରୁଛନ୍ତି। ହଠାତ୍ ଆପଣଙ୍କୁ ଏକ ସ୍ଥାନକୁ ଯାତ୍ରା କରିବାକୁ ପଡ଼ିଲା. ଯେଉଁଠାରେ ଜିଓ ନେଟୱର୍କ ନାହିଁ। ହେଲେ ଏୟାରଟେଲ୍ କିମ୍ବା ଅନ୍ୟ କୌଣସି ନେଟୱର୍କ ଉପଲବ୍ଧ ରହିଛି। ଏଭଳି ସ୍ଥିତିରେ ଆପଣ ସେହି ଅଞ୍ଚଳରେ ଉପଲବ୍ଧ ଥିବା ଏୟାରଟେଲ୍ କିମ୍ବା ଅନ୍ୟ କମ୍ପାନୀର ନେଟୱର୍କ ବ୍ୟବହାର କରିପାରିବେ। ଆପଣଙ୍କ କଲ ଓ ଇଣ୍ଟରନେଟ୍ ବ୍ୟବହାରରେ କୌଣସି ବାଧା ସୃଷ୍ଟି ହେବ ନାହିଁ। ବିଦେଶକୁ ଯାତ୍ରା କଲା ବେଳେ ଫୋନରେ ଯେଉଁଭଳି ରୋମିଂ ଲାଗେ ସେମିତି ଏଠି ଅଟୋମେଟିକ ରୋମିଂ ହୋଇଯିବ। ହେଲେ ଏକ୍ସାଟ୍ରା ରିଚାର୍ଜ କରିବାକୁ ପଡ଼ିବ ନାହିଁ।
ତେବେ ଏଥିପାଇଁ ଯେଉଁ ଟଙ୍କା ଖର୍ଚ୍ଚ ହେବ ତାହା କେନ୍ଦ୍ର ସରକାର ବହନ କରିବେ। ସରକାରଙ୍କ DBN ବା (ଡିଜିଟାଲ ଭାରତ ନିଧି) ଯୋଜନାରୁ ଏହି ଟଙ୍କା ଖର୍ଚ୍ଚ କରାଯିବ। ଉକ୍ତ ସ୍ଥାନରେ ଯେଉଁ କମ୍ପାନୀର ନେଟୱର୍କ ରହିଛି, ସେହି କମ୍ପାନୀ ସରକାରଙ୍କ ସହଯୋଗରେ ନେଟୱର୍କିଂ ବ୍ୟବସ୍ଥା କରିବ।
ଡିବିଏନ ହେଉଛି ଏକ ସ୍ୱତନ୍ତ୍ର ସରକାରୀ ପାଣ୍ଠି। ଯାହାଦ୍ୱାରା ସରକାର ଡିଜିଟାଲ କ୍ଷେତ୍ରରେ ଅନେକ ବିକାଶ ଖର୍ଚ୍ଚ କରିଥାନ୍ତି। ଏହା ଟେଲିକମ୍ ଆକ୍ଟ ୨୦୨୩ର ଏକ ଅଂଶ ଭାବରେ ଭାରତ ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିଲା। ପୂର୍ବରୁ ଏହା ଭାରତୀୟ ଟେଲିଗ୍ରାଫ୍ ଆକ୍ଟ, ୧୮୮୫ ଅନୁଯାୟୀ ୟୁନିଭର୍ସାଲ୍ ସର୍ଭିସ୍ ବାଧ୍ୟତାମୂଳକ ପାଣ୍ଠି (USOF) ଭାବରେ ପରିଚିତ ଥିଲା।
କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଆଇସିଆରର ଘୋଷଣା କରି କହିଛନ୍ତି ଯେ, ଏହା ସାହାଯ୍ୟରେ ତିନୋଟି ଟେଲିକମ୍ ଅପରେଟର ବିଏସଏନଏଲ, ଏୟାରଟେଲ ଏବଂ ରିଲାଏନ୍ସର ଉପଭୋକ୍ତାମାନେ ଉପକୃତ ହେବେ। ଏହା ଅଧୀନରେ ପ୍ରାୟ ୨୭,୮୩୬ ଅଞ୍ଚଳରେ ସେବା ଆରମ୍ଭ ହେବ।
ICR ଯୋଗୁ ଦେଶର ଟେଲିକମ କମ୍ପାନୀମାନଙ୍କର ଖର୍ଚ୍ଚ ବଞ୍ଚିଯିବ। କମ୍ ମୋବାଇଲ ଟାୱରରେ କାମ ହୋଇଯିବ। ଫଳରେ ଗ୍ରାହକ ନିରବଚ୍ଛିନ୍ନ ନେଟୱର୍କ ସେବା ପାଇପାରିବେ। ଟେଲିକମ୍ ବିଭାଗର ଘୋଷଣା ଅନୁଯାୟୀ, ଏହି ସେବା ୩୫ ହଜାର ୪୦୦ରୁ ଅଧିକ ଗ୍ରାମାଞ୍ଚଳ ତଥା ଦୁର୍ଗମ ଅଞ୍ଚଳରେ ପ୍ରାୟ ୨୭ ହଜାରରୁ ଅଧିକ ଟାୱାର ସହ ୪ଜି ସେବା ପ୍ରଦାନ କରିବ। ଟେଲିକମ୍ ପ୍ରଦାନକାରୀମାନେ କମ୍ ମୋବାଇଲ୍ ଟାୱାର ସ୍ଥାପନ କରି ଉନ୍ନତ ସେବା ପ୍ରଦାନ କରିବାରେ ସମର୍ଥ ହେବେ।