ବବିଙ୍କ ଭାଇଙ୍କୁ ମିଳିଲା ଜାମିନ, ହେଲେ ଜେଲ୍‌ରୁ ମୁକୁଳିପାରିବେ ନାହିଁ

ଯାଜପୁର ଟାଉନ,୨୯ା୧୧(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ବିରଜା ହାଟ ମାମଲାକୁ ନେଇ ଯାଜପୁରରେ ରାଜନୈତିକ ହଟଚମଟ ବଢ଼ିବାକୁ ଲାଗିଥିବାବେଳେ ଶୁକ୍ରବାର ଯାଜପୁର ଜିଲା ଦୌରାଜଜ୍‌ ଯାଜପୁରର ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ଭାଇ ଭବପ୍ରସାଦ ଦାସ (ଲଲ)ଙ୍କୁ ୪ ମାମଲା ମଧ୍ୟରୁ ଗୋଟିଏ ମାମଲାରେ ଜାମିନ ମଞ୍ଜୁର କରିଛନ୍ତି। ଏହିଜାମିନ ମଞ୍ଜୁର ହୋଇଥିଲେ ମଧ୍ୟ ଲଲ ଜେଲ୍‌ରୁ ମୁକୁଳିପାରିବେ ନାହିଁ। କାରଣ ତାଙ୍କ ନାମରେ ପୂର୍ବରୁ ଆଉ ୩ ମାମଲା ବିଚାରାଧୀନ ରହିଛି। ଯାଜପୁର ପୋଲିସ ଲଲଙ୍କୁ […] The post ବବିଙ୍କ ଭାଇଙ୍କୁ ମିଳିଲା ଜାମିନ, ହେଲେ ଜେଲ୍‌ରୁ ମୁକୁଳିପାରିବେ ନାହିଁ appeared first on Dharitri Odia News.

ବବିଙ୍କ ଭାଇଙ୍କୁ ମିଳିଲା ଜାମିନ, ହେଲେ ଜେଲ୍‌ରୁ ମୁକୁଳିପାରିବେ ନାହିଁ

ଯାଜପୁର ଟାଉନ,୨୯ା୧୧(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ବିରଜା ହାଟ ମାମଲାକୁ ନେଇ ଯାଜପୁରରେ ରାଜନୈତିକ ହଟଚମଟ ବଢ଼ିବାକୁ ଲାଗିଥିବାବେଳେ ଶୁକ୍ରବାର ଯାଜପୁର ଜିଲା ଦୌରାଜଜ୍‌ ଯାଜପୁରର ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ଭାଇ ଭବପ୍ରସାଦ ଦାସ (ଲଲ)ଙ୍କୁ ୪ ମାମଲା ମଧ୍ୟରୁ ଗୋଟିଏ ମାମଲାରେ ଜାମିନ ମଞ୍ଜୁର କରିଛନ୍ତି। ଏହିଜାମିନ ମଞ୍ଜୁର ହୋଇଥିଲେ ମଧ୍ୟ ଲଲ ଜେଲ୍‌ରୁ ମୁକୁଳିପାରିବେ ନାହିଁ। କାରଣ ତାଙ୍କ ନାମରେ ପୂର୍ବରୁ ଆଉ ୩ ମାମଲା ବିଚାରାଧୀନ ରହିଛି। ଯାଜପୁର ପୋଲିସ ଲଲଙ୍କୁ ମାମଲା ନଂ.୪୭୧/୨୦୨୪ରେ ଗିରଫ କରି କୋର୍ଟଚାଲାଣ କରିଥିଲା। ଭବପ୍ରସାଦଙ୍କ ଓକିଲ ଶୁକ୍ରବାର ଏହି ମାମଲା ପାଇଁ ଜାମିନ୍‌ ଆବେଦନ କରିଥିବାବେଳେ ପୂର୍ବରୁ ଏହି ମାମଲାର ଅଭିଯୋଗକାରୀ ଥିବା ମଦନ ନାୟକ ନାମକ ଚାଷୀ କୋର୍ଟରେ ପହଞ୍ଚତ୍ ସତ୍ୟପାଠ ମାଧ୍ୟମରେ ମାମଲା ପ୍ରତ୍ୟାହାର ପାଇଁ ଜଣାଇଥିଲେ।

ଏହାବ୍ୟତୀତ ଲଲଙ୍କ ସ୍ବାସ୍ଥ୍ୟବସ୍ଥା ଭଲ ନ ଥିବାରୁ ସେ ତାଙ୍କର ଚିକିତ୍ସା ପାଇଁ ୨୨ ତାରିଖରେ ମୁମ୍ବାଇ ଯିବାକୁ ଫ୍ଲାଇଟ୍‌ ଟିକେଟ୍‌ କରିଥିଲେ। ମାତ୍ର ପୋଲିସ ତାଙ୍କୁ ୨୧ତାରିଖ ମଧ୍ୟ ରାତ୍ରିରେ ଗିରଫ କରି କୋର୍ଟଚାଲାଣ କରିଥିଲା। ଏହି ମାମଲାରେ ଜାମିନ୍‌ ଦିଆଯିବା ପାଇଁ ଓକିଲ ଯୁକ୍ତି ବାଢ଼ିଥିଲେ। ଏହି ଯୁକ୍ତିକୁ ଭିତ୍ତିକରି ଦୌରାଜଜ୍‌ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି। ସୂଚନାଥାଉ କି, ଯାଜପୁର ଟାଉନ୍‌ସ୍ଥିତ ବିରଜା ହାଟର ନବୀକରଣ ପାଇଁ ପୂର୍ବର ବିଜେଡି ସରକାର ନିଷ୍ପତ୍ତି ନେଇଥିଲେ। ଏଥିପାଇଁ ହାଟକୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ନୂଆ ସ୍ଥାନରେ ହାଟ ବ୍ୟବସାୟ ଭଲ ନ ହେବାରୁ କ୍ଷୁଦ୍ର ବ୍ୟବସାୟୀ ଏବଂ ଚାଷୀମାନେ ବିରୋଧ କରି ଅନେକ ଥର ଜିଲା ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ। ଫଳରେ ପୁରୁଣା ସ୍ଥାନରେ ହାଟ ଚଲାଇବାକୁ ଜିଲା ପ୍ରଶାସନ ଅନୁମତି ଦେଇଥିଲା। ଏହାକୁ ବିରୋଧ କରି ବିଜେଡି କର୍ମୀମାନେ ଗତ ୨୦ ତାରିଖରେ ରାସ୍ତାରୋକୋ କରିବାବେଳେ ହିଂସା ଉପୁଜିଥିଲା। ସେହି ବାଟ ଦେଇ ଆସୁଥିବା ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁଙ୍କୁ ବିଜେଡି କର୍ମୀମାନେ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା। ଏହାସହ ହାଟକୁ ଯାଉଥିବା ବ୍ୟବସାୟୀ ଏବଂ ଚାଷୀମାନଙ୍କୁ ଅଟକାଇବା, ଧମକାଇବା ଆକ୍ରମଣ କରିବା ଏବଂ ଟଙ୍କା ଛଡ଼ାଇ ନେବା ନେଇ ଅଭିଯୋଗ ହୋଇଛି। ଏନେଇ ଲଲଙ୍କ ସମେତ ୧୯ଜଣଙ୍କୁ ଗିରଫ କରାଯାଇଥିବାବେଳେ ଟାଉନ ଓ ସଦର ଥାନାରେ ୧୭ଟି ମାମଲା ରୁଜୁ ହୋଇଛି।

The post ବବିଙ୍କ ଭାଇଙ୍କୁ ମିଳିଲା ଜାମିନ, ହେଲେ ଜେଲ୍‌ରୁ ମୁକୁଳିପାରିବେ ନାହିଁ appeared first on Dharitri Odia News.