ନିଖୋଜ ନାବାଳକଙ୍କ ମିଳିଲା ମୃତଦେହ: ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ

ପାଟଣାଗଡ଼,୧୮।୧୦: ବଲାଙ୍ଗୀର ଜିଲା ଲାଠୋର ଥାନା ଝଲିଆଲିଟି ପାହାଡ଼ ଉପରୁ ଶୁକ୍ରବାର ଜଣେ ନାବାଳକଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଅନ୍ୟପକ୍ଷେ ପରିବାର ଲୋକେ ପୁଅଙ୍କୁ ହତ୍ୟା କରି ପାହାଡ଼ ଉପରେ ଫିଙ୍ଗି ଦିଆଯାଇଥିବା ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭତ୍ତି କରି ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ମିଳିଥିବା ସୂଚନା ମୁତାବକ, ଗୁରୁବାର ଅପରାହ୍ନରୁ ନାବାଳକ ଜଣକ ଘରୁ ବାହାରି […] The post ନିଖୋଜ ନାବାଳକଙ୍କ ମିଳିଲା ମୃତଦେହ: ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ appeared first on Dharitri Odia News.

ନିଖୋଜ ନାବାଳକଙ୍କ ମିଳିଲା ମୃତଦେହ: ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ

ପାଟଣାଗଡ଼,୧୮।୧୦: ବଲାଙ୍ଗୀର ଜିଲା ଲାଠୋର ଥାନା ଝଲିଆଲିଟି ପାହାଡ଼ ଉପରୁ ଶୁକ୍ରବାର ଜଣେ ନାବାଳକଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଅନ୍ୟପକ୍ଷେ ପରିବାର ଲୋକେ ପୁଅଙ୍କୁ ହତ୍ୟା କରି ପାହାଡ଼ ଉପରେ ଫିଙ୍ଗି ଦିଆଯାଇଥିବା ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭତ୍ତି କରି ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ମିଳିଥିବା ସୂଚନା ମୁତାବକ, ଗୁରୁବାର ଅପରାହ୍ନରୁ ନାବାଳକ ଜଣକ ଘରୁ ବାହାରି ଆଉ ଫେରି ନ ଥିଲେ। ପରିବାର ଲୋକେ ଖୋଜାଖୋଜି କରିଥିଲେ ସୁଦ୍ଧା କୌଣସି ପର୍ତ୍ତା ମିଳି ନ ଥିଲା। ଶୁକ୍ରବାର ଝଲିଆଲିଟି ପାହାଡ଼ ଉପରେ ଜଣେ ନାବାଳକଙ୍କ ମୃତଦେହ ପଡିଥିବା ସ୍ଥାନୀୟ କେତେକ ଲୋକ ଦେଖିବାକୁ ପାଇଥିଲେ। ଖବର ପାଇ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଚିହ୍ନଟ କରି ପୋଲିସକୁ ଖବର ଦେଇଥିଲେ। ପୋଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଅନ୍ୟପକ୍ଷେ ପୋଲିସ ଘଟଣାର ଛାନଭିନ ଆରମ୍ଭ କରିଛି।

The post ନିଖୋଜ ନାବାଳକଙ୍କ ମିଳିଲା ମୃତଦେହ: ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ appeared first on Dharitri Odia News.