ଆକାଶରେ ରହସ୍ୟମୟ ଆଲୋକ ସ୍ତମ୍ଭ: କିପରି ହୁଏ ସୃଷ୍ଟି…
ଓଟ୍ଟାଓ୍ବା,୨୮ା୧୧: କାନାଡାର କେନ୍ଦ୍ରୀୟ ଆଲବର୍ଟା ଜନସାଧାରଣ ନିକଟରେ ରାତି ଆକାଶରେ ଶହ ଶହ ଆଲୋକ ସ୍ତମ୍ଭ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଏହି ରହସ୍ୟମୟ ଉଜ୍ଜ୍ୱଳ ଆଲୋକ ସ୍ତମ୍ଭଗୁଡ଼ିକ ଭୂମିସ୍ତରରୁ ବାହାରି ଆକାଶ ଆଡ଼କୁ ବିଚ୍ଛୁରିତ ହୋଇଥିଲା, ଯାହାକି ଅଲୌକିକ ତଥା ଦର୍ପଣ ଭଳି ଭ୍ରମ ସୃଷ୍ଟି କରିଥିଲା। ନିର୍ଦ୍ଦିଷ୍ଟ ଶୀତ ପରିବେଶ ଯୋଗୁ ଏହି ପ୍ରାକୃତିକ ଦୃଶ୍ୟ ଭ୍ରାନ୍ତି ସୃଷ୍ଟି ହୋଇଥିବା ଜଣାପଡ଼ିଛି। କିପରି ସୃଷ୍ଟିହୁଏ ଆଲୋକ ସ୍ତମ୍ଭ ସାଧାରଣତଃ ରାସ୍ତା ପାର୍ଶ୍ୱ ଲାଇଟ୍ ଭଳି କୃତ୍ରିମ […] The post ଆକାଶରେ ରହସ୍ୟମୟ ଆଲୋକ ସ୍ତମ୍ଭ: କିପରି ହୁଏ ସୃଷ୍ଟି… appeared first on Dharitri Odia News.
ଓଟ୍ଟାଓ୍ବା,୨୮ା୧୧: କାନାଡାର କେନ୍ଦ୍ରୀୟ ଆଲବର୍ଟା ଜନସାଧାରଣ ନିକଟରେ ରାତି ଆକାଶରେ ଶହ ଶହ ଆଲୋକ ସ୍ତମ୍ଭ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଏହି ରହସ୍ୟମୟ ଉଜ୍ଜ୍ୱଳ ଆଲୋକ ସ୍ତମ୍ଭଗୁଡ଼ିକ ଭୂମିସ୍ତରରୁ ବାହାରି ଆକାଶ ଆଡ଼କୁ ବିଚ୍ଛୁରିତ ହୋଇଥିଲା, ଯାହାକି ଅଲୌକିକ ତଥା ଦର୍ପଣ ଭଳି ଭ୍ରମ ସୃଷ୍ଟି କରିଥିଲା। ନିର୍ଦ୍ଦିଷ୍ଟ ଶୀତ ପରିବେଶ ଯୋଗୁ ଏହି ପ୍ରାକୃତିକ ଦୃଶ୍ୟ ଭ୍ରାନ୍ତି ସୃଷ୍ଟି ହୋଇଥିବା ଜଣାପଡ଼ିଛି।
କିପରି ସୃଷ୍ଟିହୁଏ ଆଲୋକ ସ୍ତମ୍ଭ
ସାଧାରଣତଃ ରାସ୍ତା ପାର୍ଶ୍ୱ ଲାଇଟ୍ ଭଳି କୃତ୍ରିମ ଉତ୍ସରୁ ଆସୁଥିବା ଆଲୋକ ବାୟୁମଣ୍ଡଳରେ ଭାସମାନ ଅବସ୍ଥାରେ ଥିବା ୦.୦୨ ମିଲିମିଟରର ଷଟ୍କୋଣୀୟ ବରଫ କ୍ରିଷ୍ଟାଲରେ ପ୍ରତିଫଳିତ ହୋଇ ଆଲୋକ ରଶ୍ମିର ସ୍ତମ୍ଭ ସୃଷ୍ଟି କରିଥାଏ। ପ୍ଲେଟ୍ ଆକୃତିର ଏହି କ୍ରିଷ୍ଟାଲଗୁଡ଼ିକ କ୍ଷୁଦ୍ର ଦର୍ପଣ ଭଳି କାର୍ଯ୍ୟ କରିଥାଏ, ଯାହା ଭୂମି ସ୍ତରରୁ ଆସୁଥିବା ଆଲୋକକୁ ପ୍ରତିଫଳିତ କରିଥାଏ। ଆଲୋକ ବରଫ ସ୍ଫଟିକ ଦ୍ୱାରା ପ୍ରତିଫଳିତ ହୋଇ ଉଜ୍ଜ୍ୱଳ ଆଲୋକର ଝିଲ୍ମିଲ ସ୍ତମ୍ଭ ସଦୃଶ ଦେଖାଯାଏ, ଯାହା ଭୂମିରୁ ଆକାଶ ଆଡ଼କୁ ଲମ୍ବିଥାଏ। ତେଣୁ ଏହା କୌଣସି ଅଲୌକିକ କାର୍ଯ୍ୟ କିମ୍ବା ରହସ୍ୟମୟ ଘଟଣା ନୁହେଁ ବରଂ ପ୍ରାକୃତିକ ଏବଂ ବିଜ୍ଞାନସମ୍ମତ। ଶୀତଦିନେ ଅତ୍ୟଧିକ ଥଣ୍ଡା ଜଳବାୟୁରେ ରୁଷିଆ, କାନାଡ଼ା, ସ୍କାଣ୍ଡିନେଭିଆ ଆଦି ଦେଶରେ ଏଭଳି ଆଲୋକ ସ୍ତମ୍ଭ ଦୃଶ୍ୟ ହୋଇଥାଏ।
The post ଆକାଶରେ ରହସ୍ୟମୟ ଆଲୋକ ସ୍ତମ୍ଭ: କିପରି ହୁଏ ସୃଷ୍ଟି… appeared first on Dharitri Odia News.