ପୁରୀ ସମୁଦ୍ରରେ ନିଖୋଜ ଯୁବକଙ୍କ ମୃତଦେହ ମିଳିଲା

ପୁରୀ,୨୭ା୧୨(ଅଜିତ୍‌ କୁମାର ମହାନ୍ତି): ପୁରୀ ସମୁଦ୍ରରେ ଗୁରୁବାର ଗାଧୋଉଥିବାବେଳେ ବରଗଡ଼ ଜିଲାର ଶୁଭ ପାତ୍ର ନାମକ ଯୁବକ ଭାସିଯାଇ ନିଖୋଜ ଥିଲେ। ଶୁକ୍ରବାର ଦିଗବାରେଣୀ ଖୁଣ୍ଟି ନିକଟ ସମୁଦ୍ରରୁ ତାଙ୍କ ମୃତଦେହ ମିଳିଛି। ସୂଚନା ଅନୁଯାୟୀ, ଶୁଭ ତାଙ୍କ ସାଙ୍ଗମାନଙ୍କ ସହ ଏକ ପ୍ରତିଯୋଗିତାରେ ଭାଗ ନେବାକୁ କୋଣାର୍କ ଆସିଥିଲେ। ତେବେ ତାଙ୍କର ପ୍ରତିଯୋଗିତା ଶୁକ୍ରବାର ଥିବାରୁ ସେ ଗୁରୁବାର ପୁରୀ ବୁଲିବାକୁ ଆସିଥିଲେ। ମଧ୍ୟାହ୍ନ ସମୟରେ ଚକ୍ରତୀର୍ଥ ବେଳାଭୂମି ନିକଟ ସମୁଦ୍ରରେ ସେ ଓ ତାଙ୍କ […] The post ପୁରୀ ସମୁଦ୍ରରେ ନିଖୋଜ ଯୁବକଙ୍କ ମୃତଦେହ ମିଳିଲା appeared first on Dharitri Odia News.

ପୁରୀ ସମୁଦ୍ରରେ ନିଖୋଜ ଯୁବକଙ୍କ ମୃତଦେହ ମିଳିଲା

ପୁରୀ,୨୭ା୧୨(ଅଜିତ୍‌ କୁମାର ମହାନ୍ତି): ପୁରୀ ସମୁଦ୍ରରେ ଗୁରୁବାର ଗାଧୋଉଥିବାବେଳେ ବରଗଡ଼ ଜିଲାର ଶୁଭ ପାତ୍ର ନାମକ ଯୁବକ ଭାସିଯାଇ ନିଖୋଜ ଥିଲେ। ଶୁକ୍ରବାର ଦିଗବାରେଣୀ ଖୁଣ୍ଟି ନିକଟ ସମୁଦ୍ରରୁ ତାଙ୍କ ମୃତଦେହ ମିଳିଛି।

ସୂଚନା ଅନୁଯାୟୀ, ଶୁଭ ତାଙ୍କ ସାଙ୍ଗମାନଙ୍କ ସହ ଏକ ପ୍ରତିଯୋଗିତାରେ ଭାଗ ନେବାକୁ କୋଣାର୍କ ଆସିଥିଲେ। ତେବେ ତାଙ୍କର ପ୍ରତିଯୋଗିତା ଶୁକ୍ରବାର ଥିବାରୁ ସେ ଗୁରୁବାର ପୁରୀ ବୁଲିବାକୁ ଆସିଥିଲେ। ମଧ୍ୟାହ୍ନ ସମୟରେ ଚକ୍ରତୀର୍ଥ ବେଳାଭୂମି ନିକଟ ସମୁଦ୍ରରେ ସେ ଓ ତାଙ୍କ ସାଙ୍ଗମାନେ ଗାଧୋଉଥିଲେ।

ଏହି ସମୟରେ ବଡ଼ ଲହଡ଼ି ମାଡ଼ରେ ଶୁଭ ସମୁଦ୍ର ଭିତରକୁ ଭାସିଯାଇଥିଲେ। ତାଙ୍କ ସାଙ୍ଗମାନେ ଖୋଜାଖୋଜି କରିବା ସହ ସେଠାରେ ଉପସ୍ଥିତ ଲାଇଫ୍‌ଗାର୍ଡଙ୍କୁ ଜଣାଇଥିଲେ। ପରେ ଲାଇଫଗାର୍ଡ ଏବଂ ଅଗ୍ନିଶମ କର୍ମଚାରୀମାନେ ସମୁଦ୍ରରେ ଖୋଜାଖୋଜି କରିଥିଲେ ମଧ୍ୟ ଶୁଭଙ୍କ ସନ୍ଧାନ ପାଇ ନ ଥିଲେ। ସନ୍ଧ୍ୟା ହୋଇଯିବାରୁ ଶୁକ୍ରବାର ପୁଣି ଖୋଜାଖୋଜି କରାଯାଇଥିଲା। ଏନେଇ ସମୁଦ୍ରକୂଳ ଥାନା ପକ୍ଷରୁ ଶୁଭଙ୍କ ପରିବାର ଲୋକଙ୍କୁ ମଧ୍ୟ ସୂଚନା ଦିଆଯାଇଥିଲା।

The post ପୁରୀ ସମୁଦ୍ରରେ ନିଖୋଜ ଯୁବକଙ୍କ ମୃତଦେହ ମିଳିଲା appeared first on Dharitri Odia News.