ମହିଳାଙ୍କ ବେକରୁ ସୁନା ଚେନ ଝାମ୍ପିଲେ ଦୁର୍ବୃତ୍ତ
ବଡ଼ଗାଁ,୧ା୪(ଅଶୋକ ଷଡ଼ଙ୍ଗୀ): ବଡ଼ଗାଁ ଥାନା ଅଞ୍ଚଳରେ ମଙ୍ଗଳବାର ଦୁର୍ବୃତ୍ତମାନେ ଜଣେ ମହିଳାଙ୍କ ବେକରୁ ସୁନା ଚେନ ଝାମ୍ପି ନେଇଛନ୍ତି। ତୁଡାଲଗା ମଙ୍ଗଳ ମନ୍ଦିରରେ ଚାଲିଥିବା ନବରାତ୍ର ପୂଜାରେ ଭୋଗ ତିଆରି ଲାଗି କୁତ୍ରା ଥାନା ଅନ୍ତର୍ଗତ ପଞ୍ଚରା ଗ୍ରାମର ଦନାର୍ଦ୍ଧନ ପୁରୋହିତ ଓ ତାଙ୍କ ସ୍ତ୍ରୀ ଶକୁନ୍ତଳା ପୁରୋହିତ କିଛିଦିନ ହେଲା ସକାଳୁ ଆସୁଛନ୍ତି। ମଙ୍ଗଳବାର ସକାଳେ ସବଡେଗାରୁ ରାଉରକେଲା ଯାଉଥିବା ଷ୍ଟାର ଗୋଲ୍ଡ ବସରେ ଉଭୟେ ସ୍ବାମୀ ସ୍ତ୍ରୀ ତୁଡ଼ାଲଗା ଆସିଥିଲେ। ତୁଡ଼ାଲଗା ବସଷ୍ଟାଣ୍ଡରେ ସକାଳ […] The post ମହିଳାଙ୍କ ବେକରୁ ସୁନା ଚେନ ଝାମ୍ପିଲେ ଦୁର୍ବୃତ୍ତ appeared first on Dharitri Odia News.
ବଡ଼ଗାଁ,୧ା୪(ଅଶୋକ ଷଡ଼ଙ୍ଗୀ): ବଡ଼ଗାଁ ଥାନା ଅଞ୍ଚଳରେ ମଙ୍ଗଳବାର ଦୁର୍ବୃତ୍ତମାନେ ଜଣେ ମହିଳାଙ୍କ ବେକରୁ ସୁନା ଚେନ ଝାମ୍ପି ନେଇଛନ୍ତି। ତୁଡାଲଗା ମଙ୍ଗଳ ମନ୍ଦିରରେ ଚାଲିଥିବା ନବରାତ୍ର ପୂଜାରେ ଭୋଗ ତିଆରି ଲାଗି କୁତ୍ରା ଥାନା ଅନ୍ତର୍ଗତ ପଞ୍ଚରା ଗ୍ରାମର ଦନାର୍ଦ୍ଧନ ପୁରୋହିତ ଓ ତାଙ୍କ ସ୍ତ୍ରୀ ଶକୁନ୍ତଳା ପୁରୋହିତ କିଛିଦିନ ହେଲା ସକାଳୁ ଆସୁଛନ୍ତି। ମଙ୍ଗଳବାର ସକାଳେ ସବଡେଗାରୁ ରାଉରକେଲା ଯାଉଥିବା ଷ୍ଟାର ଗୋଲ୍ଡ ବସରେ ଉଭୟେ ସ୍ବାମୀ ସ୍ତ୍ରୀ ତୁଡ଼ାଲଗା ଆସିଥିଲେ। ତୁଡ଼ାଲଗା ବସଷ୍ଟାଣ୍ଡରେ ସକାଳ ସାଢ଼େ ଆଠଟାରେ ଓହ୍ଲାଇ ସେମାନେ ଚାଲିଚାଲି ମନ୍ଦିରକୁ ଯାଉଥିଲେ। ଅମୀୟ ଢ଼ାବା ନିକଟରେ ଦୁଇଜଣ ଯୁବକ ବାଇକରେ ଆସି ଶକୁନ୍ତଳାଙ୍କ ବେକରୁ ଦୁଇଭରିର ସୁନା ଚେନ୍ ଟାଣି ନେଇ ରାଜଗାଙ୍ଗପୁର ପଟକୁ ଦ୍ରୁତ ଗତିରେ ବାଇକରେ ଫେରାର ହୋଇଯାଇଥିଲେ। ପୋଲିସ ସୂଚନା ପାଇବା ପରେ ତଦନ୍ତ ଆରମ୍ଭ କରିଛି।
The post ମହିଳାଙ୍କ ବେକରୁ ସୁନା ଚେନ ଝାମ୍ପିଲେ ଦୁର୍ବୃତ୍ତ appeared first on Dharitri Odia News.