‘ମୋତେ ଭାରତ ପସନ୍ଦ ନୁହେଁ’ କହି ବିବାଦରେ ଟେନିସ୍ ତାରକା, ଖାଦ୍ୟ-ଟ୍ରାଫିକ-ପରିମଳ ବ୍ୟବସ୍ଥାକୁ ନେଇ କଲେ ଟିପ୍ପଣୀ
ନୂଆଦିଲ୍ଲୀ,୧୦।୨: ଭାରତ ବିଷୟରେ ଅପମାନଜନକ ମନ୍ତବ୍ୟ ଦେଇ ଚର୍ଚ୍ଚାରେ ଅଛନ୍ତି ସର୍ବିଆର ଟେନିସ୍ ତାରକା ଦେଜାନା ରାଡାନୋଭିକ୍। ଆଇଟିଏଫ୍ ଟୁର୍ନାମେଣ୍ଟରେ ଭାଗ ନେବାକୁ ସେ ଭାରତ ଆସିଥିଲେ। ତିନ ସପ୍ତାହ ଧରି ଏଠାରେ ରହିଥିଲେ। ହେଲେ ଭାରତୀୟ ଖେଳାଳି ବୈଦେହୀ ଚୌଧୁରୀଙ୍କଠାରୁ ପରାଜିତ ହେବା ପରେ ସେ ସ୍ବଦେଶ ଫେରି ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ନିଜର ସୋସିଆଲ ମିଡିଆ ଆକାଉଣ୍ଟରେ ସେ ଭାରତରେ ରହିବା ସମୟରେ ବିଭିନ୍ନ ଦିଗକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ବିଶେଷକରି ଭାରତୀୟ […] The post ‘ମୋତେ ଭାରତ ପସନ୍ଦ ନୁହେଁ’ କହି ବିବାଦରେ ଟେନିସ୍ ତାରକା, ଖାଦ୍ୟ-ଟ୍ରାଫିକ-ପରିମଳ ବ୍ୟବସ୍ଥାକୁ ନେଇ କଲେ ଟିପ୍ପଣୀ appeared first on Dharitri Odia News.
ନୂଆଦିଲ୍ଲୀ,୧୦।୨: ଭାରତ ବିଷୟରେ ଅପମାନଜନକ ମନ୍ତବ୍ୟ ଦେଇ ଚର୍ଚ୍ଚାରେ ଅଛନ୍ତି ସର୍ବିଆର ଟେନିସ୍ ତାରକା ଦେଜାନା ରାଡାନୋଭିକ୍। ଆଇଟିଏଫ୍ ଟୁର୍ନାମେଣ୍ଟରେ ଭାଗ ନେବାକୁ ସେ ଭାରତ ଆସିଥିଲେ। ତିନ ସପ୍ତାହ ଧରି ଏଠାରେ ରହିଥିଲେ। ହେଲେ ଭାରତୀୟ ଖେଳାଳି ବୈଦେହୀ ଚୌଧୁରୀଙ୍କଠାରୁ ପରାଜିତ ହେବା ପରେ ସେ ସ୍ବଦେଶ ଫେରି ବିବାଦୀୟ ମନ୍ତବ୍ୟ ଦେଇଛନ୍ତି।
ନିଜର ସୋସିଆଲ ମିଡିଆ ଆକାଉଣ୍ଟରେ ସେ ଭାରତରେ ରହିବା ସମୟରେ ବିଭିନ୍ନ ଦିଗକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ବିଶେଷକରି ଭାରତୀୟ ଖାଦ୍ୟ, ଟ୍ରାଫିକ ବ୍ୟବସ୍ଥା ଏବଂ ସ୍ବଚ୍ଛତାକୁ ସମାଲୋଚନା କରିଛନ୍ତି।
ନିଜ ଖାଦ୍ୟରେ ପୋକ ମିଳିବା, ରାସ୍ତାରେ ଲଗାତାର ଭାବେ ହର୍ନ ବଜାଇବା ଏବଂ ରହଣୀସ୍ଥଳରେ ପରିମଳ ସ୍ଥିତି ବିଷୟକୁ ନେଇ ଭାରତକୁ ପସନ୍ଦ କରନ୍ତି ନାହିଁ ବୋଲି ଟିପ୍ପଣୀ ଦେଇଛନ୍ତି।
ଏହା ଭାଇରାଲ ହେଉଥିବା ବେଳେ ଅନେକେ ତାଙ୍କୁ ଜାତିବାଦ ଏବଂ ସାଂସ୍କୃତିକ ଅସମ୍ବେଦନଶୀଳ ବ୍ୟକ୍ତିବିଶେଷ ବୋଲି ଭତ୍ସନା କରୁଛନ୍ତି।
This Serbian tennis player ‘Dejana Radanovic’ has made controversial remarks about our country India through her insta story
Read More