ପୋଷକଯୁକ୍ତ ଖାଦ୍ୟ ଯୋଗାଇବ ‘ସକ୍ଷମ’ ଅଙ୍ଗନୱାଡି

ଦାରିଙ୍ଗବାଡି, ୩୦।୯(ଅରୁଣ ସାହୁ ):କନ୍ଧମାଳ ଜିଲା ଦାରିଙ୍ଗବାଡି ର ନୀଳକନ୍ଦର ସାହି ଏବଂ ସିଆଙ୍ଗବାଲି ଅଙ୍ଗନାୱାଡି କେନ୍ଦ୍ର ପରିସର ମଧ୍ୟରେ ସୋମବାର ପୋଷଣ ଦିବସ ର ସମାପନ ଦିବସ ପାଳନ କରାଯିବା ସହ ‘ସକ୍ଷମ’ ଅଙ୍ଗନାୱାଡି କେନ୍ଦ୍ରର ଉଦଘାଟନ କରାଯାଇଛି। ଏହି କାର୍ଯ୍ୟକ୍ରମକୁ ମହିଳା ଓ ଶିଶୁ ବିକାଶ ଯୋଜନା ପକ୍ଷରୁ ଆୟୋଜନ କରାଯାଇଥିବା ବେଳେ ସିଡିପିଓ ସନ୍ଧ୍ୟାରାଣୀ ପଣ୍ଡାଙ୍କ ତତ୍ତ୍ୱାବଧାନରେ ସିଆଙ୍ଗବାଲି ପଞ୍ଚାୟତ ସୁପରଭାଇଜର ପ୍ରଭାତୀ ମଞ୍ଜରୀ ଦାସ, ଦାରିଙ୍ଗବାଡି ପଞ୍ଚାୟତ ଶକୁନ୍ତଳା ନାୟକଙ୍କ ପରିଚାଳନାରେ […] The post ପୋଷକଯୁକ୍ତ ଖାଦ୍ୟ ଯୋଗାଇବ ‘ସକ୍ଷମ’ ଅଙ୍ଗନୱାଡି appeared first on Dharitri Odia News.

ପୋଷକଯୁକ୍ତ ଖାଦ୍ୟ ଯୋଗାଇବ ‘ସକ୍ଷମ’ ଅଙ୍ଗନୱାଡି

ଦାରିଙ୍ଗବାଡି, ୩୦।୯(ଅରୁଣ ସାହୁ ):କନ୍ଧମାଳ ଜିଲା ଦାରିଙ୍ଗବାଡି ର ନୀଳକନ୍ଦର ସାହି ଏବଂ ସିଆଙ୍ଗବାଲି ଅଙ୍ଗନାୱାଡି କେନ୍ଦ୍ର ପରିସର ମଧ୍ୟରେ ସୋମବାର ପୋଷଣ ଦିବସ ର ସମାପନ ଦିବସ ପାଳନ କରାଯିବା ସହ ‘ସକ୍ଷମ’ ଅଙ୍ଗନାୱାଡି କେନ୍ଦ୍ରର ଉଦଘାଟନ କରାଯାଇଛି। ଏହି କାର୍ଯ୍ୟକ୍ରମକୁ ମହିଳା ଓ ଶିଶୁ ବିକାଶ ଯୋଜନା ପକ୍ଷରୁ ଆୟୋଜନ କରାଯାଇଥିବା ବେଳେ ସିଡିପିଓ ସନ୍ଧ୍ୟାରାଣୀ ପଣ୍ଡାଙ୍କ ତତ୍ତ୍ୱାବଧାନରେ ସିଆଙ୍ଗବାଲି ପଞ୍ଚାୟତ ସୁପରଭାଇଜର ପ୍ରଭାତୀ ମଞ୍ଜରୀ ଦାସ, ଦାରିଙ୍ଗବାଡି ପଞ୍ଚାୟତ ଶକୁନ୍ତଳା ନାୟକଙ୍କ ପରିଚାଳନାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ପ୍ରତିବର୍ଷ ସେପ୍ଟେମ୍ବର ମାସର ୧ ରୁ ୩୦ପର୍ଯ୍ୟନ୍ତ ପୋଷଣ ମାସ ପାଳନ କରାଯାଉଥିବା ବେଳେ ଜନ୍ମ ରୁ ୬ ବର୍ଷ ପର୍ଯ୍ୟନ୍ତ ଶିଶୁଙ୍କ ଶାରୀରିକ,ବୌଦ୍ଧିକ ବିକାଶ ପାଇଁ ନିଆଯାଉଥିବା ପଦକ୍ଷେପ ଉପରେ ସଚେତନ କରାଯାଉଛି ସେମାନଙ୍କ କେଉଁ ବୟସର ଶିଶୁଙ୍କୁ କିଭଳି ପୋଷକ ତତ୍ତ୍ୱ ଖାଦ୍ୟ ଦିଆଯିବ ସେ ସମ୍ପର୍କରେ ସଚେତନ କରାଯାଇଛି।

ସେହିପରି ପ୍ରସୂତି, ଗର୍ଭବତୀ ମହିଳା ଙ୍କୁ ପ୍ରକୃତ ପୋଷାକ ତତ୍ତ୍ୱ ଖାଦ୍ୟ ପ୍ରଦାନ କରାଯିବ କିଶୋରୀକିଶୋରଙ୍କୁ ମଧ୍ୟ ସେ ସମାନ ଖାଦ୍ୟକୁ ଦିଆଯିବ ସେ ସମ୍ପର୍କରେ ସଚେତନ କରାଯାଇଛି। ଯେଉଁ ସବୁ ଅଙ୍ଗନାୱାଡିରେ ଭିଡିଓ ଓ ଅଡିଓ ମାଧ୍ୟମରେ ଶିକ୍ଷା ଦେବା ବ୍ୟବସ୍ଥା କରାଯିବା ସହ ସୁସ୍ଥ ଓ ଶୁଦ୍ଧ ପାନୀୟଜଳ ପାଇଁ ଆକ୍ୱା ଜଳ ପ୍ରଦାନ ବ୍ୟବସ୍ଥା ସହ ପ୍ରାରମ୍ଭିକ ବାଲ୍ୟବସ୍ଥାରେ ଯତ୍ନ ଓ ଶିକ୍ଷା ନିଆଯିବା, ପୋଷଣ ବାଟିକା,ଶିଶୁ ମାନଙ୍କର ଶାରୀରିକ, ମାନସିକ ଓ ଭାବନାତ୍ମକ ବିକାଶ ରହିଛି। ସେଭଳି କେନ୍ଦ୍ରଗୁଡିକୁ ‘ସକ୍ଷମ’ କେନ୍ଦ୍ର ଭାବେ ଉଦଘାଟନ କରାଯାଇଛି। ଏହାକୁ ସରପଞ୍ଚ ଚନ୍ଦ୍ରିକା ମଲିକ ଉଦଘାଟନ କରିଛନ୍ତି। ଏହିସବୁ ବ୍ୟବସ୍ଥା ରହିଥିବା କେନ୍ଦ୍ରଗୁଡିକୁ ସକ୍ଷମ କେନ୍ଦ୍ର ଭାବେ ଚି଼ହ୍ନଟ କରାଯାଇଛି। ଉକ୍ତ ବ୍ଲକରେ ମୋଟ ୩୫୫ଟି କେନ୍ଦ୍ର ରହିଥିବା ବେଳେ ସେଥିରୁ ମୋଟ ୭୭ଟି କେନ୍ଦ୍ରକୁ ’ସକ୍ଷମ’ କେନ୍ଦ୍ର ଭାବେ ଚି଼ହ୍ନଟ କରାଯାଇଛି। ସେଥିରୁ ୨ଟିର ଉଦଘାଟନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଅଙ୍ଗନାୱାଡି କର୍ମୀଙ୍କ ସହ ଅଭିଭାବକ ଶିଶୁମାନେ ଯୋଗଦେଇଥିଲେ।

The post ପୋଷକଯୁକ୍ତ ଖାଦ୍ୟ ଯୋଗାଇବ ‘ସକ୍ଷମ’ ଅଙ୍ଗନୱାଡି appeared first on Dharitri Odia News.