ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: କେନ୍ଦୁଝରରେ ହେବ ମେଗା ଷ୍ଟିଲ ପ୍ରକଳ୍ପ
କେନ୍ଦୁଝର,୧।୧୧(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ନିଶ୍ଚିତ ଭାବରେ ମେଗା ଇସ୍ପାତ କାରଖାନା ହେବ। ଶୁକ୍ରବାର ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। କେନ୍ଦୁଝର ଜିଲା ଗସ୍ତରେ ଯାଇ ମୁଖ୍ୟମନ୍ତ୍ରୀ ମୋହନ ମାଝି ଖବରଦାତାଙ୍କୁ ଏଭଳି କହିଛନ୍ତି। ସେ କହିଛନ୍ତି ଯେ, ଦିଲ୍ଲୀ ଓ ମୁମ୍ବାଇରେ ରୋଡ ଶୋ ବେଳେ ପୋସ୍କୋ ଓ ଜେଏସ୍ଡବ୍ଲ୍ୟୁଙ୍କ ସହିତ କଥାବାର୍ତ୍ତା କରିଥିଲି। ମୁମ୍ବାଇରେ ଉତ୍କର୍ଷ ଓଡ଼ିଶା ଓ ମେକ୍ ଇନ ଇଣ୍ଡିଆ କାର୍ଯ୍ୟକ୍ରମ ବେଳେ ଦୁଇ କମ୍ପାନୀ ଓଡ଼ିଶାରେ ଇସ୍ପାତ […] The post ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: କେନ୍ଦୁଝରରେ ହେବ ମେଗା ଷ୍ଟିଲ ପ୍ରକଳ୍ପ appeared first on Dharitri Odia News.
କେନ୍ଦୁଝର,୧।୧୧(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ନିଶ୍ଚିତ ଭାବରେ ମେଗା ଇସ୍ପାତ କାରଖାନା ହେବ। ଶୁକ୍ରବାର ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। କେନ୍ଦୁଝର ଜିଲା ଗସ୍ତରେ ଯାଇ ମୁଖ୍ୟମନ୍ତ୍ରୀ ମୋହନ ମାଝି ଖବରଦାତାଙ୍କୁ ଏଭଳି କହିଛନ୍ତି।
ସେ କହିଛନ୍ତି ଯେ, ଦିଲ୍ଲୀ ଓ ମୁମ୍ବାଇରେ ରୋଡ ଶୋ ବେଳେ ପୋସ୍କୋ ଓ ଜେଏସ୍ଡବ୍ଲ୍ୟୁଙ୍କ ସହିତ କଥାବାର୍ତ୍ତା କରିଥିଲି। ମୁମ୍ବାଇରେ ଉତ୍କର୍ଷ ଓଡ଼ିଶା ଓ ମେକ୍ ଇନ ଇଣ୍ଡିଆ କାର୍ଯ୍ୟକ୍ରମ ବେଳେ ଦୁଇ କମ୍ପାନୀ ଓଡ଼ିଶାରେ ଇସ୍ପାତ କାରଖାନା ପ୍ରତିଷ୍ଠା ନେଇ ଚୁକ୍ତିନାମା ସାକ୍ଷର କରିଥିଲେ। ତେବେ ସେମାନେ କେନ୍ଦୁଝର ଜିଲାରେ ଇସ୍ପାତ କାରଖାନା ପ୍ରତିଷ୍ଠା କରିବେ ବୋଲି ସୂଚନା ଦେଇଥିଲେ।
ପ୍ରକାଶ ଯେ, କେନ୍ଦୁଝର ଜଲାରେ ଇସ୍ପାତ କାରଖାନା ପ୍ରତିଷ୍ଠା ପାଇଁ କଞ୍ଚାମାଲ ଲୁହାପଥର ସମେତ ସମସ୍ତ ଭିତ୍ତିଭୂମିର ସୁବିଧାସୁଯୋଗ ରହିଛି। ଜାତୀୟ ରାଜପଥ, ରେଳପଥ, ଖଣି, ବୈତରଣୀ ନଦୀପାଣି ଆଦି ରହିଛି। ପୂର୍ବରୁ ପ୍ରସ୍ତାବିତ ଆର୍ସେଲର ମିତଲ ପାଇଁ ପାଟଣା, ଉତ୍ତମ ଗଲଭା ପାଇଁ ପଳାଶପଂଗାରେ ପ୍ରସ୍ତାବିତ ସ୍ଥାନ ବ୍ୟତୀତ ତରମାକାନ୍ତ ଚା’ ବାଗନ ଜମିରେ ହେବା ସମ୍ଭାବନା ରହିଛି।
The post ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: କେନ୍ଦୁଝରରେ ହେବ ମେଗା ଷ୍ଟିଲ ପ୍ରକଳ୍ପ appeared first on Dharitri Odia News.