ଟିଭି ସିରିଆଲକୁ ଫେରିବେ ଭାଜପା ନେତ୍ରୀ ସ୍ମୃତି ଇରାନୀ, ଜାଣନ୍ତୁ କାହିଁକି?
ମୁମ୍ବାଇ,୩୧।୫: ଭାରତୀୟ ଟେଲିଭିଜନର ଆଇକନିକ ଧାରାବାହିକ ‘କ୍ୟୁଙ୍କି ସାସ ଭି କଭି ବହୁ ଥି’ର ଦ୍ୱିତୀୟ ସିଜନ ପାଇଁ ସୁଟିଂ ଆରମ୍ଭ ହୋଇଛି। ଏହି ଧାରାବାହିକରେ ତୁଳସୀ ବିରାଣୀ ଚରିତ୍ରରେ ଘରେ ଘରେ ପରିଚିତ ହୋଇଥିବା ଅଭିନେତ୍ରୀ ତଥା ପୂର୍ବତନ କେନ୍ଦ୍ରୀୟ ମନ୍ତ୍ରୀ ସ୍ମୃତି ଇରାନୀ ପୁନର୍ବାର ଅଭିନୟ ଜଗତକୁ ଫେରୁଛନ୍ତି। ଏହି ସୁଟିଂ ଜେଡ ପ୍ଲସ ସୁରକ୍ଷା ମଧ୍ୟରେ ହେଉଥିବା ଜଣାପଡିଛି। ୨୦୦୦ ମସିହାରୁ ୨୦୦୮ ମସିହା ପର୍ଯ୍ୟନ୍ତ ଷ୍ଟାର ପ୍ଲସରେ ପ୍ରସାରିତ ଏହି ଧାରାବାହିକ […] The post ଟିଭି ସିରିଆଲକୁ ଫେରିବେ ଭାଜପା ନେତ୍ରୀ ସ୍ମୃତି ଇରାନୀ, ଜାଣନ୍ତୁ କାହିଁକି? appeared first on Dharitri Odia News.
ମୁମ୍ବାଇ,୩୧।୫: ଭାରତୀୟ ଟେଲିଭିଜନର ଆଇକନିକ ଧାରାବାହିକ ‘କ୍ୟୁଙ୍କି ସାସ ଭି କଭି ବହୁ ଥି’ର ଦ୍ୱିତୀୟ ସିଜନ ପାଇଁ ସୁଟିଂ ଆରମ୍ଭ ହୋଇଛି। ଏହି ଧାରାବାହିକରେ ତୁଳସୀ ବିରାଣୀ ଚରିତ୍ରରେ ଘରେ ଘରେ ପରିଚିତ ହୋଇଥିବା ଅଭିନେତ୍ରୀ ତଥା ପୂର୍ବତନ କେନ୍ଦ୍ରୀୟ ମନ୍ତ୍ରୀ ସ୍ମୃତି ଇରାନୀ ପୁନର୍ବାର ଅଭିନୟ ଜଗତକୁ ଫେରୁଛନ୍ତି। ଏହି ସୁଟିଂ ଜେଡ ପ୍ଲସ ସୁରକ୍ଷା ମଧ୍ୟରେ ହେଉଥିବା ଜଣାପଡିଛି।
୨୦୦୦ ମସିହାରୁ ୨୦୦୮ ମସିହା ପର୍ଯ୍ୟନ୍ତ ଷ୍ଟାର ପ୍ଲସରେ ପ୍ରସାରିତ ଏହି ଧାରାବାହିକ ଭାରତୀୟ ଟେଲିଭିଜନରେ ହଲଚଲ ସୃଷ୍ଟି କରିଥିଲା। ଏକତା କପୁରଙ୍କ ବାଲାଜୀ ଟେଲିଫିଲ୍ମସ ଦ୍ୱାରା ର୍ନିମିତ ଏହି ଶୋ’ରେ ସ୍ମୃତି ଇରାନୀଙ୍କ ତୁଳସୀ ଚରିତ୍ର ଦର୍ଶକଙ୍କ ହୃଦୟରେ ଛାପ ଛାଡିବା ପରେ ଏବେ ଏହାର ଦ୍ୱିତୀୟ ସିଜନ ପାଇଁ ସୁଟିଂ ଆରମ୍ଭ ହୋଇଛି, ଯେଉଁଥିରେ ସ୍ମୃତି ପୁନର୍ବାର ତୁଳସୀ ଭାବେ ଦେଖାଦେବେ ବୋଲି ରିପୋର୍ଟରୁ ଜଣାପଡିଛି।
ରିପୋର୍ଟ ଅନୁଯାୟୀ, ସୁଟିଂ ସେଟରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ସ୍ମୃତି ଇରାନୀଙ୍କୁ ଭାରତର ସର୍ବୋଚ୍ଚ ସ୍ତରୀୟ ଜେଡ ପ୍ଲସ ସୁରକ୍ଷା ପ୍ରଦାନ କରାଯାଇଛି। ଏହାସହ, ସେଟରେ ମୋବାଇଲ ଫୋନ ବ୍ୟବହାର ଉପରେ କଟକଣା ଲଗାଯାଇଛି। କେବଳ ସ୍ମୃତି ଇରାନୀ, ଅମର ଉପାଧ୍ୟାୟ (ଯିଏ ମିହିର ବିରାଣୀ ଚରିତ୍ରରେ ଅଭିନୟ କରୁଛନ୍ତି) ଏବଂ ର୍ନିମାତ୍ରୀ ଏକତା କପୁରଙ୍କୁ ମୋବାଇଲ ବ୍ୟବହାର ପାଇଁ ଛାଡ ଦିଆଯାଇଛି। ଅନ୍ୟ ସମସ୍ତଙ୍କ ମୋବାଇଲ ଫୋନ ଟେପ କରାଯାଉଛି ଯାହା ଦ୍ୱାରା କୌଣସି ସୂଚନା ଲିକ ହେବାରୁ ରୋକାଯାଇ ପାରିବ।
ଏକତା କପୁର ଏହି ଧାରାବାହିକର ପୁନର୍ଜନ୍ମ ବିଷୟରେ ନିକଟରେ ଏକ ଇଭେଣ୍ଟରେ କହିଥିଲେ ଯେ, ଏହି ଶୋ’ଟି ୧୫୦ ଏପିସୋଡରେ ସୀମିତ ରହିବ, ଯାହା ମୂଳ ଧାରାବାହିକର ୨୦୦୦ ଏପିସୋଡର ଲକ୍ଷ୍ୟକୁ ପୂରଣ କରିବ। ପୂର୍ବ ସିଜନ ୧୮୩୩ ଏପିସୋଡରେ ଶେଷ ହୋଇଥିଲା, ଯାହା ୨୦୦୦ରୁ ୧୫୦ ଏପିସୋଡ କମ ଥିଲା। ଏକତାଙ୍କ ଏହି ଯୋଜନା ଏହି ଅସମ୍ପୂର୍ଣ୍ଣ ଲକ୍ଷ୍ୟକୁ ପୂରଣ କରିବାକୁ ଉଦ୍ଦିଷ୍ଟ।
ଏହି ଖବର ସାମ୍ନାକୁ ଆସିବା ପରେ ସ୍ମୃତି ଇରାନୀଙ୍କ ପ୍ରଶଂସକମାନେ ଉତ୍ସାହିତ ହୋଇଉଠିଛନ୍ତି। ସୋସିଆଲ ମିଡିଆରେ ଏହା ଏକ ବଡ଼ ଚର୍ଚ୍ଚାର ବିଷୟ ହୋଇଛି। ଏକତା କପୁରଙ୍କ ଏହି ପଦକ୍ଷେପକୁ ଦର୍ଶକମାନେ ନଷ୍ଟାଲଜିଆର ଏକ ଅଂଶ ଭାବେ ଗ୍ରହଣ କରୁଛନ୍ତି, ଯାହା ପୁଣି ଥରେ ଭାରତୀୟ ଟେଲିଭିଜନରେ ଏକ ମାଇଲଷ୍ଟୋନ ସୃଷ୍ଟି କରିପାରେ। ଜୁନ ୨୦୨୫ରେ ଏହାର ଆନୁଷ୍ଠାନିକ ଘୋଷଣା ହେବ ବୋଲି ଆଶା କରାଯାଉଛି।
The post ଟିଭି ସିରିଆଲକୁ ଫେରିବେ ଭାଜପା ନେତ୍ରୀ ସ୍ମୃତି ଇରାନୀ, ଜାଣନ୍ତୁ କାହିଁକି? appeared first on Dharitri Odia News.