ବିବାହର ପ୍ରଲୋଭନ ଦେଖାଇ ନାବାଳିକାଙ୍କୁ ବଳାତ୍କାର
ହିଞ୍ଜିଳିକାଟୁ,୧୩।୪(ଦ୍ବିତୀକୃଷ୍ଣ ପଣ୍ଡା): ନାବାଳିକାଙ୍କୁ ବିବାହର ପ୍ରଲୋଭନ ଦେଖାଇ ଅପହରଣ କର ବଳାତ୍କାର କରିବା ଏବଂ ପରବର୍ତ୍ତୀ ସମୟରେ ଶାରୀରିକ ନିର୍ଯାତନା ଦେବା ନେଇ ହିଞ୍ଜିଳି ଥାନାରେ ଅଭିଯୋଗ ହୋଇଛି। ନାବାଳିକାଙ୍କ ଅଭିଯୋଗ କ୍ରମେ ହିଞ୍ଜିଳି ଥାନାରେ ଏକ ମାମଲା(ନଂ.୨୮୮/୨୫) ରୁଜୁ ହୋଇଛି। ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଜଣଙ୍କ ହେଲେ ପୁରୁଷୋତ୍ତମପୁର ଥାନା ଦେଉଳପଲ୍ଲୀ ଗ୍ରାମର ସୁନିଲ ନାୟକ। ଗତ ଅଗଷ୍ଟ ୨୩ରେ ଯୁବକ ଜଣଙ୍କ ନାବାଳିକାଙ୍କୁ ବିବାହର ପ୍ରଲୋଭନ ଦେଖାଇ […] The post ବିବାହର ପ୍ରଲୋଭନ ଦେଖାଇ ନାବାଳିକାଙ୍କୁ ବଳାତ୍କାର appeared first on Dharitri Odia News.
ହିଞ୍ଜିଳିକାଟୁ,୧୩।୪(ଦ୍ବିତୀକୃଷ୍ଣ ପଣ୍ଡା): ନାବାଳିକାଙ୍କୁ ବିବାହର ପ୍ରଲୋଭନ ଦେଖାଇ ଅପହରଣ କର ବଳାତ୍କାର କରିବା ଏବଂ ପରବର୍ତ୍ତୀ ସମୟରେ ଶାରୀରିକ ନିର୍ଯାତନା ଦେବା ନେଇ ହିଞ୍ଜିଳି ଥାନାରେ ଅଭିଯୋଗ ହୋଇଛି। ନାବାଳିକାଙ୍କ ଅଭିଯୋଗ କ୍ରମେ ହିଞ୍ଜିଳି ଥାନାରେ ଏକ ମାମଲା(ନଂ.୨୮୮/୨୫) ରୁଜୁ ହୋଇଛି। ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।
ଗିରଫ ଜଣଙ୍କ ହେଲେ ପୁରୁଷୋତ୍ତମପୁର ଥାନା ଦେଉଳପଲ୍ଲୀ ଗ୍ରାମର ସୁନିଲ ନାୟକ। ଗତ ଅଗଷ୍ଟ ୨୩ରେ ଯୁବକ ଜଣଙ୍କ ନାବାଳିକାଙ୍କୁ ବିବାହର ପ୍ରଲୋଭନ ଦେଖାଇ ଅପହରଣ କରିନେବା ସହ ନାବାଳିକାଙ୍କୁ ଘରକୁ ନେଇ ରଖିଥିଲେ। ନାବାଳିକା ଜଣଙ୍କ ୨ ମାସର ଗର୍ଭବତୀ ହେବା ପରେ ସୁନିଲଙ୍କ ସମେତ ତାଙ୍କ ବଡଭାଇ ମନୋଜ ନାୟକ, ମାଆ କସ୍ତୁରୀ ନାୟକ ଓ ବାପା କାଳୁ ନାୟକ ଶାରୀରିକ ଓ ମାନସିକ ନିର୍ଯାତନା ଦେଇ ଆସୁଥିଲେ। ନିର୍ଯାତନା ଅସହ୍ୟ ହେବାରୁ ନାବାଳିକା ଜଣଙ୍କ ତାଙ୍କ ମା’ଆଙ୍କୁ ଫୋନ ଯୋଗେ ଜଣାଇଥିଲେ। ଘଟଣାକୁ ନେଇ ନାବାଳିକା ଜଣଙ୍କ ହିଞ୍ଜିଳି ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଭିତ୍ତିରେ ପୋଲିସ ଏକ ମାମଲା ରୁଜୁ କରି ଦେଉଳପଲ୍ଲୀ ଗ୍ରାମରେ ପହଞ୍ଚି ସୁନିଲଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।
The post ବିବାହର ପ୍ରଲୋଭନ ଦେଖାଇ ନାବାଳିକାଙ୍କୁ ବଳାତ୍କାର appeared first on Dharitri Odia News.