ଟାଇମ୍ ଟେବୁଲ୍ ଘୋଷଣା ହେଲା, ଏଡମିଟ୍ କାର୍ଡ ବି ବାଣ୍ଟିଲେ; ପରୀକ୍ଷା କରିବାକୁ ଭୁଲିଗଲା ବିଶ୍ୱବିଦ୍ୟାଳୟ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ଜବଲପୁରର ରାଣୀ ଦୁର୍ଗାବତୀ ୟୁନିଭର୍ସିଟିରେ ଅବହେଳାର ଏକ ଘଟଣା ସାମନାକୁ ଆସିଛି । ବିଶ୍ୱବିଦ୍ୟାଳୟ ପରୀକ୍ଷା ପାଇଁ ଟାଇମ୍ ଟେବୁଲ୍ ଜାରି କରି ଦେଲା କିନ୍ତୁ ପରୀକ୍ଷା କରିବାକୁ ଭୁଲି ଗଲା । ମାମଲାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ରାଣୀ ଦୁର୍ଗାବତୀ ୟୁନିଭର୍ସିଟିରେ ପ୍ରାୟ ୨୦ ଦିନ ପୂର୍ବେ ଏମଏସସି କମ୍ପ୍ୟୁଟର ସାଇନ୍ସ ପ୍ରଥମ ସେମିଷ୍ଟାର ପରୀକ୍ଷା ଆୟୋଜନ କରିବା ପାଇଁ ଟାଇମ୍ ଟେବୁଲ୍ ଘୋଷଣା କରାଯାଇଥିଲା । ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ କହିଛନ୍ତି, 'ମଙ୍ଗଳବାର ମାର୍ଚ୍ଚ ୫ରେ ହେବାକୁ ଥିବା ପରୀକ୍ଷା ପାଇଁ ଛାତ୍ରଛାତ୍ରୀଙ୍କୁ ଏଡମିଡ୍ କାର୍ଡ କରାଯାଇଥିଲା । କିନ୍ତୁ ଆଜି ସକାଳେ ଛାତ୍ରମାନେ ଯେତେବେଳେ ବିଶ୍ୱବିଦ୍ୟାଳୟ ପହଞ୍ଚିଥିଲେ, କୌଣସି ପରୀକ୍ଷା ନାହିଁ ବୋଲି ସେମାନଙ୍କୁ କୁହାଯାଇଥିଲା । ଏବଂ ୟୁନିଭର୍ସିଟି ପ୍ରଶ୍ନ ପତ୍ର ପ୍ରସ୍ତୁତ କରି ନଥିଲା।' ନାଁ ଗୋପନ ରଖିବା ସର୍ତ୍ତରେ ଜଣେ ଛାତ୍ର କହିଛନ୍ତି ଯେ ଆମେ ପରୀକ୍ଷାରେ ସାମିଲ ହେବା ପାଇଁ ସାରା ରାତି ପାଠ ପଢିଥିଲୁ କିନ୍ତୁ ଆମେ ୟୁନିଭର୍ସିଟି ପହଞ୍ଚିବା ପରେ ଆମକୁ କୁହାଯାଇଥିଲା ଯେ ପ୍ରଶାସନ ଏହା ଭୁଲି ଯାଇଛି । ୟୁନିଭର୍ସିଟିର ଏହି ଅବହେଳାକୁ ନେଇ ଏନଏସୟୁଆଇ କାର୍ଯ୍ୟକର୍ତ୍ତା ଆଖିରେ କଳା ପଟ୍ଟି ବାନ୍ଧି କୁଳପତିଙ୍କୁ ଭେଟିଥିଲେ । ଏହି ସମୟରେ କୁଳପତି ସବୁ ବିଭାଗର ପ୍ରମୁଖ ଏବଂ କୁଳସଚିବଙ୍କ ସହ ବୈଠକ କରୁଥିଲେ । ଏନଏସୟ

ଟାଇମ୍ ଟେବୁଲ୍ ଘୋଷଣା ହେଲା, ଏଡମିଟ୍ କାର୍ଡ ବି ବାଣ୍ଟିଲେ; ପରୀକ୍ଷା କରିବାକୁ ଭୁଲିଗଲା ବିଶ୍ୱବିଦ୍ୟାଳୟ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ଜବଲପୁରର ରାଣୀ ଦୁର୍ଗାବତୀ ୟୁନିଭର୍ସିଟିରେ ଅବହେଳାର ଏକ ଘଟଣା ସାମନାକୁ ଆସିଛି । ବିଶ୍ୱବିଦ୍ୟାଳୟ ପରୀକ୍ଷା ପାଇଁ ଟାଇମ୍ ଟେବୁଲ୍ ଜାରି କରି ଦେଲା କିନ୍ତୁ ପରୀକ୍ଷା କରିବାକୁ ଭୁଲି ଗଲା । ମାମଲାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ରାଣୀ ଦୁର୍ଗାବତୀ ୟୁନିଭର୍ସିଟିରେ ପ୍ରାୟ ୨୦ ଦିନ ପୂର୍ବେ ଏମଏସସି କମ୍ପ୍ୟୁଟର ସାଇନ୍ସ ପ୍ରଥମ ସେମିଷ୍ଟାର ପରୀକ୍ଷା ଆୟୋଜନ କରିବା ପାଇଁ ଟାଇମ୍ ଟେବୁଲ୍ ଘୋଷଣା କରାଯାଇଥିଲା । ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ କହିଛନ୍ତି, 'ମଙ୍ଗଳବାର ମାର୍ଚ୍ଚ ୫ରେ ହେବାକୁ ଥିବା ପରୀକ୍ଷା ପାଇଁ ଛାତ୍ରଛାତ୍ରୀଙ୍କୁ ଏଡମିଡ୍ କାର୍ଡ କରାଯାଇଥିଲା । କିନ୍ତୁ ଆଜି ସକାଳେ ଛାତ୍ରମାନେ ଯେତେବେଳେ ବିଶ୍ୱବିଦ୍ୟାଳୟ ପହଞ୍ଚିଥିଲେ, କୌଣସି ପରୀକ୍ଷା ନାହିଁ ବୋଲି ସେମାନଙ୍କୁ କୁହାଯାଇଥିଲା । ଏବଂ ୟୁନିଭର୍ସିଟି ପ୍ରଶ୍ନ ପତ୍ର ପ୍ରସ୍ତୁତ କରି ନଥିଲା।'

ନାଁ ଗୋପନ ରଖିବା ସର୍ତ୍ତରେ ଜଣେ ଛାତ୍ର କହିଛନ୍ତି ଯେ ଆମେ ପରୀକ୍ଷାରେ ସାମିଲ ହେବା ପାଇଁ ସାରା ରାତି ପାଠ ପଢିଥିଲୁ କିନ୍ତୁ ଆମେ ୟୁନିଭର୍ସିଟି ପହଞ୍ଚିବା ପରେ ଆମକୁ କୁହାଯାଇଥିଲା ଯେ ପ୍ରଶାସନ ଏହା ଭୁଲି ଯାଇଛି । ୟୁନିଭର୍ସିଟିର ଏହି ଅବହେଳାକୁ ନେଇ ଏନଏସୟୁଆଇ କାର୍ଯ୍ୟକର୍ତ୍ତା ଆଖିରେ କଳା ପଟ୍ଟି ବାନ୍ଧି କୁଳପତିଙ୍କୁ ଭେଟିଥିଲେ । ଏହି ସମୟରେ କୁଳପତି ସବୁ ବିଭାଗର ପ୍ରମୁଖ ଏବଂ କୁଳସଚିବଙ୍କ ସହ ବୈଠକ କରୁଥିଲେ । ଏନଏସୟୁଆଇ କାର୍ଯ୍ୟକର୍ତ୍ତା ବୈଠକରେ କୁଳପତିଙ୍କ ସାମନାରେ ବସି ଧାରଣା ଦେଇଥିଲେ । ଏହାପରେ ବୈଠକରୁ ରଦ୍ଦ କରାଯାଇଥିଲା ।

ପଢନ୍ତୁ: ପରୀକ୍ଷା ଦେବାରୁ ବଞ୍ଚିତ ଛାତ୍ରଙ୍କ ଚରମ ନିଷ୍ପତ୍ତି; ପରିବାର ପାଇଁ ଛାଡ଼ିଲେ ଭାବୁକ ଭରା ଶେଷ ଚିଠି

ବିଶ୍ୱବିଦ୍ୟାଳୟର କୁଳପତି ଆରକେ ବର୍ମା ବିଶ୍ୱବିଦ୍ୟାଳୟ ସହ ବୈଠକ କରିଥିଲେ ଏବଂ ଛାତ୍ରଛାତ୍ରୀଙ୍କୁ ଭେଟିଥିଲେ । ସେ କହିଛନ୍ତି,'ମାମଲାର ତଦନ୍ତ ଆରମ୍ଭ କରାଯାଇଛି କାରଣ ପରୀକ୍ଷା ନିୟନ୍ତ୍ରକ କହିଛନ୍ତି ଯେ ପରୀକ୍ଷା ସ୍ଥଗିତ କରାଯାଇଛି, କିନ୍ତୁ ସେ କଲେଜ ଏବଂ ଛାତ୍ରଛାତ୍ରୀଙ୍କୁ ଏଇ ବିଷୟରେ ସୂଚିତ କରିବା କିପରି ଭୁଲି ଗଲେ । ତଦନ୍ତ ରିପୋର୍ଟ ଆସିବା ପରେ ଦାୟିତ୍ୱରେ ଥିବା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।'

The post ଟାଇମ୍ ଟେବୁଲ୍ ଘୋଷଣା ହେଲା, ଏଡମିଟ୍ କାର୍ଡ ବି ବାଣ୍ଟିଲେ; ପରୀକ୍ଷା କରିବାକୁ ଭୁଲିଗଲା ବିଶ୍ୱବିଦ୍ୟାଳୟ appeared first on Prameya News7.