ନୂତନ ଆପରାଧିକ ଆଇନର କାର୍ଯ୍ୟକାରିତା ନେଇ ଭଦ୍ରକ ପୋଲିସର ବୈଠକ
ଭଦ୍ରକ: ସାରା ଦେଶରେ ଲାଗୁ ହୋଇଛି ନୂଆ ଭାରତୀୟ ନ୍ୟାୟ ସଂହିତା। ଏହାସହ ଉଚ୍ଛେଦ ହୋଇଛି ୧୮୬୦ ମସିହାରୁ ଚାଲି ଆସୁଥିବା ବ୍ରିଟିଶ ନିୟମ। ଆଉ ଏହି ନୂଆ ଭାରତୀୟ ନ୍ୟାୟ ସଂହିତା ବିଷୟରେ ସଚେତନ କରିବା ପାଇଁ ଭଦ୍ରକ ଟାଉନ ଥାନା ପରିସରରେ ଅନୁଷ୍ଠିତ ହୋଇଯାଇଛି ସଚେତନତା ଶିବିର । ଏହି ଶିବିରରେ ଆମ ପୋଲିସ ସମିତି କାର୍ଯ୍ୟକ୍ରମରେ ଭଦ୍ରକ ଏସପି ବରୁଣ ଗୁଣ୍ଟୁପାଲି, ସିଟି ଡିଏସପି ଅଂଶୁମାନ ଦ୍ବିବେଦୀ, ଟାଉନ ଥାନା ଅଧିକାରୀ ବିରେନ୍ଦ୍ର ସେନାପତି ପ୍ରମୁଖ ଯୋଗ ଦେଇଥିଲେ। ମୁଖ୍ୟତଃ ଭଦ୍ରକରେ ବୁଦ୍ଧିଜୀବି ଓ ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କ ସହିତ ବିଭିନ୍ନ ଶ୍ରେଣୀରେ ବ୍ୟକ୍ତି ବିଶେଷମାନେ ଯୋଗ ଦେଇଥିଲେ । ଭାରତୀୟ ନ୍ୟାୟ ସଂହିତାରେ କେଉଁ କେଉଁ ଧାରା ପରିବର୍ତ୍ତନ ହୋଇଛି ସେହି ପ୍ରସଙ୍ଗରେ ଭଦ୍ରକ ଏସପି ସୂଚନା ଦେଇଛନ୍ତି।
ଭଦ୍ରକ: ସାରା ଦେଶରେ ଲାଗୁ ହୋଇଛି ନୂଆ ଭାରତୀୟ ନ୍ୟାୟ ସଂହିତା। ଏହାସହ ଉଚ୍ଛେଦ ହୋଇଛି ୧୮୬୦ ମସିହାରୁ ଚାଲି ଆସୁଥିବା ବ୍ରିଟିଶ ନିୟମ। ଆଉ ଏହି ନୂଆ ଭାରତୀୟ ନ୍ୟାୟ ସଂହିତା ବିଷୟରେ ସଚେତନ କରିବା ପାଇଁ ଭଦ୍ରକ ଟାଉନ ଥାନା ପରିସରରେ ଅନୁଷ୍ଠିତ ହୋଇଯାଇଛି ସଚେତନତା ଶିବିର ।

ଏହି ଶିବିରରେ ଆମ ପୋଲିସ ସମିତି କାର୍ଯ୍ୟକ୍ରମରେ ଭଦ୍ରକ ଏସପି ବରୁଣ ଗୁଣ୍ଟୁପାଲି, ସିଟି ଡିଏସପି ଅଂଶୁମାନ ଦ୍ବିବେଦୀ, ଟାଉନ ଥାନା ଅଧିକାରୀ ବିରେନ୍ଦ୍ର ସେନାପତି ପ୍ରମୁଖ ଯୋଗ ଦେଇଥିଲେ। ମୁଖ୍ୟତଃ ଭଦ୍ରକରେ ବୁଦ୍ଧିଜୀବି ଓ ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କ ସହିତ ବିଭିନ୍ନ ଶ୍ରେଣୀରେ ବ୍ୟକ୍ତି ବିଶେଷମାନେ ଯୋଗ ଦେଇଥିଲେ । ଭାରତୀୟ ନ୍ୟାୟ ସଂହିତାରେ କେଉଁ କେଉଁ ଧାରା ପରିବର୍ତ୍ତନ ହୋଇଛି ସେହି ପ୍ରସଙ୍ଗରେ ଭଦ୍ରକ ଏସପି ସୂଚନା ଦେଇଛନ୍ତି।