ଆମେରିକାରେ ପହଞ୍ଚିଲେ ମୋଦି, ଦେଖାଇଲେ ଭାରତୀୟ ସଂସ୍କୃତି, ହାତଯୋଡି କଲେ ନମସ୍କାର…

ଓ୍ବାଶିଂଟଡ଼୍‌,୨୧।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଦିନ ତିନି ଦିନିଆ ଗସ୍ତରେ ଆମେରିକାରେ ପହଞ୍ଚିଛନ୍ତି। ଆମେରିକାରେ ପିଏମ ମୋଦି କ୍ୱାଡ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବେ। ଏହାରି ଭିତରେ ସେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଅନ୍ୟ ବିଶ୍ୱ ନେତାଙ୍କ ସହ ପୃଥକ ଦ୍ୱିପାକ୍ଷିକ ବୈଠକ ମଧ୍ୟ କରିବେ। ଆମେରିକା ବ୍ୟତୀତ କ୍ୱାଡ ଶିଖର ସମ୍ମିଳନୀରେ ଭାରତ, ଅଷ୍ଟ୍ରେଲିଆ ଏବଂ ଜାପାନ ଅନ୍ତର୍ଭୁକ୍ତ। ତେବେ ପ୍ରଧାନମନ୍ତ୍ରୀ ଏବଂ ଜୋ ବାଇଡେନଙ୍କ ସାକ୍ଷାତ ଆଜି ରାତି ପ୍ରାୟ ସାଢେ […] The post ଆମେରିକାରେ ପହଞ୍ଚିଲେ ମୋଦି, ଦେଖାଇଲେ ଭାରତୀୟ ସଂସ୍କୃତି, ହାତଯୋଡି କଲେ ନମସ୍କାର… appeared first on Dharitri Odia News.

ଆମେରିକାରେ ପହଞ୍ଚିଲେ ମୋଦି, ଦେଖାଇଲେ ଭାରତୀୟ ସଂସ୍କୃତି, ହାତଯୋଡି କଲେ ନମସ୍କାର…

ଓ୍ବାଶିଂଟଡ଼୍‌,୨୧।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଦିନ ତିନି ଦିନିଆ ଗସ୍ତରେ ଆମେରିକାରେ ପହଞ୍ଚିଛନ୍ତି। ଆମେରିକାରେ ପିଏମ ମୋଦି କ୍ୱାଡ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବେ। ଏହାରି ଭିତରେ ସେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଅନ୍ୟ ବିଶ୍ୱ ନେତାଙ୍କ ସହ ପୃଥକ ଦ୍ୱିପାକ୍ଷିକ ବୈଠକ ମଧ୍ୟ କରିବେ। ଆମେରିକା ବ୍ୟତୀତ କ୍ୱାଡ ଶିଖର ସମ୍ମିଳନୀରେ ଭାରତ, ଅଷ୍ଟ୍ରେଲିଆ ଏବଂ ଜାପାନ ଅନ୍ତର୍ଭୁକ୍ତ। ତେବେ ପ୍ରଧାନମନ୍ତ୍ରୀ ଏବଂ ଜୋ ବାଇଡେନଙ୍କ ସାକ୍ଷାତ ଆଜି ରାତି ପ୍ରାୟ ସାଢେ ୧୦ଟା ବେଳେ ହେବାକୁ ଯାଉଛି।

ଆମେରିକାର ଜାତୀୟ ସୁରକ୍ଷା ପରାମର୍ଶଦାତା ଜେକେ ସଲିଭାନ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦି ଏବଂ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ମଧ୍ୟରେ ୟୁକ୍ରେନ ଯୁଦ୍ଧ ଏବଂ ଚୀନ କାର୍ଯ୍ୟକଳାପ ଉପରେ ଆଲୋଚନା ହୋଇପାରେ। ବାଇଡେନ ୟୁକ୍ରେନ ଗସ୍ତ ବିଷୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ କଥା ହୋଇପାରନ୍ତି।

ଏହା ବ୍ୟତୀତ ପିଏମ ମୋଦି ଆମେରିକାର ଲଙ୍ଗ ଦ୍ୱୀପରେ ଥିବା ଭାରତୀୟ ବିଦେଶୀ ସମ୍ପ୍ରଦାୟର ଏକ କାର୍ଯ୍ୟକ୍ରମରେ ଯୋଗଦେବେ। କ୍ୱାଣ୍ଟମ କମ୍ପ୍ୟୁଟିଂ ଏବଂ ସେମିକଣ୍ଡକ୍ଟର ପରି ଅତ୍ୟାଧୁନିକ ଜ୍ଞାନକୌଶଳରେ କାର୍ଯ୍ୟ କରୁଥିବା ଆମେରିକୀୟ କମ୍ପାନୀର ସିଇଓମାନଙ୍କ ସହିତ ଏକ ରାଉଣ୍ଡ ଟେବୁଲ ବୈଠକରେ ଅଂଶଗ୍ରହଣ କରିବେ।

ଆମେରିକା ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସାକ୍ଷାତ କରିପାରନ୍ତି ଡୋନାଲ୍‌ଡ ଟ୍ରମ୍ପ । କ୍ବାଡ୍ ଓ ଜାତିସଂଘ ସାଧାରଣ ଅଧିବେଶନର ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେବାକୁ ପ୍ରଧାନମନ୍ତ୍ରୀ ମୋଦି ଆମେରିକା ଯାଉଥିବା ଜାଣିବା ପରେ ଟ୍ରମ୍ପ ତାଙ୍କୁ ନିଶ୍ଚିତ ସାକ୍ଷାତ କରିବେ ବୋଲି କହିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ Fantastic Man ବୋଲି କହିଛନ୍ତି ଟ୍ରମ୍ପ । ତେବେ ପ୍ରଧାନମନ୍ତ୍ରୀଙ୍କ ଆମେରିକା ଗସ୍ତ ନେଇ ବିଦେଶ ମନ୍ତ୍ରାଳୟର ପ୍ରେସ୍ ବ୍ରଫିଂ ବେଳେ ଟ୍ରମ୍ପଙ୍କ ସହ ମୋଦିଙ୍କ ସାକ୍ଷାତକାର ବାବଦରେ ସେଭଳି କିଛି ସୂଚନା ଦିଆଯାଇ ନାହିଁ ।

The post ଆମେରିକାରେ ପହଞ୍ଚିଲେ ମୋଦି, ଦେଖାଇଲେ ଭାରତୀୟ ସଂସ୍କୃତି, ହାତଯୋଡି କଲେ ନମସ୍କାର… appeared first on Dharitri Odia News.