ରାଜସ୍ଥାନ ରୟାଲ୍ସର ଶାଣିତ ବୋଲିଂ, ୧୪୭ ରନରେ ଅଟକିଲା ପଞ୍ଜାବ କିଙ୍ଗ୍ସ

ଚଣ୍ଡିଗଡ଼: ରାଜସ୍ଥାନ ରୟାଲ୍ସର ଶାଣିତ ବୋଲିଂ କାରଣରୁ ନିଜର ଘରୋଇ ମାଟିରେ ବଡ଼ ସ୍କୋର କରିବାରେ ବିଫଳ  ହୋଇଛି ପଞ୍ଜାବ କିଙ୍ଗ୍ସ। ଜଣେ ହେଲେ ବ୍ୟାଟର ୪୦ ରନ ଅଙ୍କ ଛୁଇଁ ପାରି ନାହାନ୍ତି। ନିର୍ଦ୍ଧାରିତ ଓଭରରେ ପଞ୍ଜାବ ୮ ଓ୍ଵିକେଟ୍ ହରାଇ ୧୪୭ ରନ କରିଛି। ଆଶୁତୋଷ ଶର୍ମା ୩୧ ରନର ଦ୍ରୁତ ଇନିଂସ ଖେଳି ଦଳକୁ ସଙ୍କଟରୁ ଉଦ୍ଧାର କରିଥିବା ବେଳେ ଜିତେଶ ଶର୍ମା ୨୯ ରନ କରିଛନ୍ତି। ବିଜୟ ପାଇଁ ରାଜସ୍ଥାନ ସମ୍ମୁଖରେ ୧୪୮ ରନର ସହଜ ବିଜୟ ଲକ୍ଷ୍ୟ ରହିଛି। ବୋଲିଂରେ ଦଳ ପକ୍ଷରଜ କେଶବ ମହାରାଜ ଓ ଅଭେଶ ଖାନ ପ୍ରତ୍ୟେକ ଦୁଇଟି ଲେଖାଏଁ ଓ୍ଵିକେଟ୍ ନେଇଛନ୍ତି। ରାଜସ୍ଥାନ ୪ ବିଜୟ ସହ ପଏଣ୍ଟ ଟେବୁଲର ଶୀର୍ଷରେ ଥିବା ବେଳେ ପଞ୍ଜାବ ଅଷ୍ଟମ ସ୍ଥାନରେ ରହିଛି। 