ଓଟ ଓ ବାଲିଯାତ୍ରା ବ୍ୟବସାୟୀଙ୍କୁ ଦେଇଛି ରୋଜଗାର, ଲୋକଙ୍କୁ ଦେଇଛି ଖୁସି

କଟକ 24/11 :   ପିଲାଦିନେ ପ୍ରାୟତଃ ଓଟ, ଘୋଡ଼ା ଓ ହାତୀ  ଗାଁମାନଙ୍କୁ  ଆସନ୍ତି। ଆମେ ସେହି ଓଟ, ଘୋଡ଼ାରେ ବସି କେତେ ମଜା କରିଛେ। ସେ ଦିନ  ଆଉ କାହିଁ... ବ୍ୟସ୍ତ ବହୁଳ ଜୀବନରେ ନିଜ ଖୁସି ଓ ଜୀବନକୁ ଉପଭୋଗ କରିବାକୁ ଆମେ ଯେମିତି ଭୁଲି ଗଲୁଣି। କିନ୍ତୁ ଟିକିଏ ଫୁରସତ୍ ହେଲେ ସେବୁ କରିବାକୁ ମନ ଚାହେଁ, ଯାହା ମନକୁ ଖୁସିଦେଇପାରେ। ଆଉ ସେହି ଅବସର ଆଣିଛି ବାଲିଯାତ୍ରା। ବାଲିଯାତ୍ରା ଶେଷ ଦିନରେ ପହଞ୍ଚିଥିବାବେଳେ ସମସ୍ତେ ମନଭରି ଉପଭୋଗ କରିଛନ୍ତି। କିଣାକିଣି କରିବା, ବିଭିନ୍ନ ପ୍ରକାରର ଖାଦ୍ୟ ଖାଇବା ଓ ଦୋଳି ଖେଳିବାଠୁ ନେଇ ଓଟ ପିଠିରେ ବସି ମେଳା ବୁଲିବା ପର୍ଯ୍ୟନ୍ତ। ସବୁଠୁ ତ ଏଇଠି। କିନ୍ତୁ ଏହି ଓଟ ପିଲାଙ୍କଠୁ ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ମୁହଁରେ ଆଣି ଦେଇଛି ହସ। ଐତିହାସିକ ବାଲିଯାତ୍ରାରେ ଏହି ନୀରିହ ଜୀବ ସାଜିଛନ୍ତି ବ୍ୟବସାୟର ମାଧ୍ୟମ । ଓଟ କାହାକୁ ପିଠିରେ ବୁଲାଇ ଖୁସି ମେଞ୍ଚାଏ ଦେଇଛି ତ ପୁଣି କାହାର ପେଟକୁ ଯୋଗାଉଛି ଦାନା।  ବାଲି ଯାତ୍ରାକୁ ଓଟ ନେଇ ଆସିଛନ୍ତି ଅନେକ ବ୍ୟବସାୟୀ। କାହାର ଭଲ ବ୍ୟବସାୟ ହୋଇଛି। କାହାର ମାନ୍ଦା।  ସରି ଯାଇଛି ବାଲିଯାତ୍ରା... କିନ୍ତୁ ଖୁସିର କଥା ହେଉଛି ସମସ୍ତେ ଭରପୁର ମଜା ଉଠାଇବା ସହ ବେପାରୀ ବି ଖୁବ୍ ଲାଭବାନ୍ ହୋଇଛନ୍ତି। ଓଟ ଓ ବାଲିଯାତ୍ରା ବ୍ୟବସାୟୀଙ୍କୁ ଦେଇଛି ଖୁସି। 

ଓଟ ଓ ବାଲିଯାତ୍ରା ବ୍ୟବସାୟୀଙ୍କୁ ଦେଇଛି ରୋଜଗାର,  ଲୋକଙ୍କୁ ଦେଇଛି ଖୁସି

କଟକ 24/11 :   ପିଲାଦିନେ ପ୍ରାୟତଃ ଓଟ, ଘୋଡ଼ା ଓ ହାତୀ  ଗାଁମାନଙ୍କୁ  ଆସନ୍ତି। ଆମେ ସେହି ଓଟ, ଘୋଡ଼ାରେ ବସି କେତେ ମଜା କରିଛେ। ସେ ଦିନ  ଆଉ କାହିଁ... ବ୍ୟସ୍ତ ବହୁଳ ଜୀବନରେ ନିଜ ଖୁସି ଓ ଜୀବନକୁ ଉପଭୋଗ କରିବାକୁ ଆମେ ଯେମିତି ଭୁଲି ଗଲୁଣି। କିନ୍ତୁ ଟିକିଏ ଫୁରସତ୍ ହେଲେ ସେବୁ କରିବାକୁ ମନ ଚାହେଁ, ଯାହା ମନକୁ ଖୁସିଦେଇପାରେ। ଆଉ ସେହି ଅବସର ଆଣିଛି ବାଲିଯାତ୍ରା। ବାଲିଯାତ୍ରା ଶେଷ ଦିନରେ ପହଞ୍ଚିଥିବାବେଳେ ସମସ୍ତେ ମନଭରି ଉପଭୋଗ କରିଛନ୍ତି। କିଣାକିଣି କରିବା, ବିଭିନ୍ନ ପ୍ରକାରର ଖାଦ୍ୟ ଖାଇବା ଓ ଦୋଳି ଖେଳିବାଠୁ ନେଇ ଓଟ ପିଠିରେ ବସି ମେଳା ବୁଲିବା ପର୍ଯ୍ୟନ୍ତ। ସବୁଠୁ ତ ଏଇଠି। କିନ୍ତୁ ଏହି ଓଟ ପିଲାଙ୍କଠୁ ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ମୁହଁରେ ଆଣି ଦେଇଛି ହସ। 


ଐତିହାସିକ ବାଲିଯାତ୍ରାରେ ଏହି ନୀରିହ ଜୀବ ସାଜିଛନ୍ତି ବ୍ୟବସାୟର ମାଧ୍ୟମ । ଓଟ କାହାକୁ ପିଠିରେ ବୁଲାଇ ଖୁସି ମେଞ୍ଚାଏ ଦେଇଛି ତ ପୁଣି କାହାର ପେଟକୁ ଯୋଗାଉଛି ଦାନା।  ବାଲି ଯାତ୍ରାକୁ ଓଟ ନେଇ ଆସିଛନ୍ତି ଅନେକ ବ୍ୟବସାୟୀ। କାହାର ଭଲ ବ୍ୟବସାୟ ହୋଇଛି। କାହାର ମାନ୍ଦା।  

ସରି ଯାଇଛି ବାଲିଯାତ୍ରା... କିନ୍ତୁ ଖୁସିର କଥା ହେଉଛି ସମସ୍ତେ ଭରପୁର ମଜା ଉଠାଇବା ସହ ବେପାରୀ ବି ଖୁବ୍ ଲାଭବାନ୍ ହୋଇଛନ୍ତି। ଓଟ ଓ ବାଲିଯାତ୍ରା ବ୍ୟବସାୟୀଙ୍କୁ ଦେଇଛି ଖୁସି।