Viral Video: ଚଳନ୍ତା ବାଇକ୍‌ରେ ରୋମାଣ୍ଟିକ୍ ହେଲେ ପ୍ରେମୀ ଯୁଗଳ; କଲେ ଏମିତି କାରନାମା

ଯେତେବେଳେ ପ୍ରେମୀ ଯୁଗଳ ଏକାଠି ହୁଅନ୍ତି, ସେମାନେ କେବଳ ପରସ୍ପର ମଧ୍ୟରେ ବ୍ୟସ୍ତ ରୁହନ୍ତି। ସେମାନେ ଠିକ୍-ଭୁଲ୍, ଭଲ-ଖରାପ ଏ ବିଷୟରେ ଚିନ୍ତା କରନ୍ତି ନାହିଁ। ଫଳରେ ଅନେକ ସମୟରେ ସେମାନେ ଏପରି କିଛି କରିବସନ୍ତି, ଯାହା ଭବିଷ୍ୟତରେ ସେମାନଙ୍କୁ ଅସୁବିଧାରେ ପକାଇଥାଏ।

Viral Video: ଚଳନ୍ତା ବାଇକ୍‌ରେ ରୋମାଣ୍ଟିକ୍ ହେଲେ ପ୍ରେମୀ ଯୁଗଳ; କଲେ ଏମିତି କାରନାମା

ଯେଉଁମାନେ ଭଲ ପାଆନ୍ତି ସେମାନେ କାହା ବିଷୟରେ ଚିନ୍ତା କରନ୍ତି ନାହିଁ। ଯେତେବେଳେ ସେମାନେ ଏକାଠି ରହନ୍ତି, ସେମାନେ କେବଳ ପରସ୍ପର ମଧ୍ୟରେ ବ୍ୟସ୍ତ ରୁହନ୍ତି। ସେମାନେ ଠିକ୍-ଭୁଲ୍, ଭଲ-ଖରାପ ଏହା ବିଷୟରେ ଚିନ୍ତା କରନ୍ତି ନାହିଁ। ଫଳରେ ଅନେକ ସମୟରେ ସେମାନେ ଏପରି କିଛି କରିବସନ୍ତି, ଯାହା ଭବିଷ୍ୟତରେ ସେମାନଙ୍କୁ ଅସୁବିଧାରେ ପକାଇଥାଏ।

ବର୍ତ୍ତମାନ ସେମିତି ଏକ ପ୍ରେମୀ ଯୁଗଳଙ୍କୁ ଧରାଯାଇଛି ଏବଂ ସେମାନଙ୍କ ଭିଡିଓ ଭାଇରାଲ୍ ହେଉଛି। ଏହି ପ୍ରେମୀ ଯୁଗଳ ଛତିଶଗଡର ବୋଲି ଜଣାଯାଇଛି। ଭାଇରାଲ୍ ଭିଡିଓରେ ଦେଖାଯାଉଛି ଯେ ଦୁହେଁ ରାସ୍ତାର ମଝିରେ ବା‍ଇକ୍‌ରେ ଯାଉଛନ୍ତି। ଏହିସମୟରେ ସେମାନେ ଉତ୍ସାହିତ ହୋଇ ସର୍ବସମ୍ମୁଖରେ ସେହି ବାଇକ୍ ଉପରେ ରୋମାନ୍ସ କରୁଥିବା ଦେଖାଯାଏ।

ସୋସିଆଲ ମିଡିଆରେ ଦିନକୁ ଦିନ ଭାଇରାଲ ହେଉଥିବା ଏହି ଭିଡିଓରେ ଜଣେ ବ୍ୟକ୍ତି ରାସ୍ତାରେ ବାଇକ୍ ଚଳାଉଛନ୍ତି। ସାଧାରଣତଃ ଅତିରିକ୍ତ ଆରୋହୀଙ୍କୁ ଆପଣ ବାଇକ୍ ପଛରେ ବସିଥିବା ଦେଖିଥିବେ। କିନ୍ତୁ ଏଠାରେ ବ୍ୟକ୍ତି ଜଣକ ତାଙ୍କ ଗର୍ଲଫ୍ରେଣ୍ଡକୁ ସାମ୍ନାରେ ବସେଇଥିବାର ଦେଖାଯାଏ। ଗର୍ଲଫ୍ରେଣ୍ଡ ସାମ୍ନାରେ ବସି ନିଜ ପ୍ରେମିକକୁ କୋଳରେ ଧରିଥିବାର ନଜର ଆସନ୍ତି। ଚଳନ୍ତା ବାଇକ୍ ଉପରେ ଏହି ପ୍ରେମୀ ଯୁଗଳ ପରସ୍ପରକୁ ଜାବୁଡି ଧରିବାର ଭିଡିଓ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।

ଭିଡିଓର କ୍ୟାପ୍‌ସନ୍‌ରୁ ଜଣାପଡିଛି ଯେ ଏହା ଛତିଶଗଡର ବିଲାସପୁରର ଘଟଣା। ଏଠାରେ ଏହି ପ୍ରେମୀ ଯୁଗଳଙ୍କୁ ଫିଲ୍ମ ଷ୍ଟାଇଲରେ ଦେଖିବାକୁ ମିଳିଥିଲା। ପ୍ରେମିକ ବାଇକ୍ ଚଳଉଥିଲା ଆଉ ପ୍ରେମିକା ତାକୁ ଆଗପଟୁ ଆଲିଙ୍ଗନ କରୁଥିଲା। ଏହି ସମୟରେ ପାର୍ଶ୍ୱରୁ ଯାଉଥିବା ବସ୍ ଡ୍ରାଇଭର ଏହି ଦୃଶ୍ୟ ଦେଖିବା ମାତ୍ରେ ସେ ମୋବାଇଲ୍ ବାହାର କରି ଏହାର ଏକ ଭିଡିଓ ପ୍ରସ୍ତୁତ କରି ସୋସିଆଲ ମିଡିଆରେ ଶେୟାର କରିଥିଲେ। ଏହା ପରେ ଏହା ଭାଇରାଲ ହୋଇଥିଲା।

 
 
 
 
 
 
 
 
 
 
 
 
 
 
 

A post shared by GrandNewsHD (@grandnewshd)

ତେବେ ଏହି ପ୍ରେମୀ ଯୁଗଳଙ୍କୁ ଯେଉଁଭଳି ଭାବରେ ବାଇକ୍‌ରେ ଅସାବଧାନତା ଅବସ୍ଥାରେ ଦେଖିବାକୁ ମିଳିଥିଲା, ଏକ ବଡ଼ ଦୁର୍ଘଟଣା ଘଟିପାରିଥାନ୍ତା। ଏହାକୁ ଟ୍ରାଫିକ୍ ନିୟମର ଉଲ୍ଲଂଘନ ମଧ୍ୟ କୁହାଯାଇପାରେ। ଭିଡିଓ ଭାଇରାଲ୍‌ ହେବା ପରେ ପୋଲିସ୍‌ ମଧ୍ୟ ଏଥିପ୍ରତି ଦୃଷ୍ଟି ଦେଇଥିଲା। ବର୍ତ୍ତମାନ ବାଇକ୍ ନମ୍ବରକୁ ଆଧାର କରି ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରସ୍ତୁତ ହେଉଛି। ତେବେ ଖବର ଲେଖାହେବା ପର୍ଯ୍ୟନ୍ତ ଉଭୟ ଧରାପଡି ନ ଥିଲେ।