ହରିଦାସପୁର-ପାରାଦୀପ ଦ୍ବିତୀୟ ରେଳ ଲାଇନ ପାଇଁ ଜାଗିଲା ଆଶା

ହରିଦାସପୁର-ପାରାଦୀପ ଦ୍ବିତୀୟ ରେଳ ଲାଇନ୍ ନେଇ ଜାଗିଲା ଆଶା। ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ଚିଠି ଲେଖି, ଏଥିଲାଗି ପ୍ରସ୍ତାବ ଦେଇଛନ୍ତି କେନ୍ଦ୍ରାପଡ଼ା ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା।

ହରିଦାସପୁର-ପାରାଦୀପ ଦ୍ବିତୀୟ ରେଳ ଲାଇନ ପାଇଁ ଜାଗିଲା ଆଶା

ହରିଦାସପୁର-ପାରାଦୀପ ରେଳଲାଇନ୍... ବନିଛି କେନ୍ଦ୍ରାପଡ଼ା ଜିଲ୍ଲାର ପ୍ରମୁଖ ଲାଇଫ୍ ଲାଇନ୍। ଆଉ ଏବେ ଏହାର ଦ୍ବିତୀୟ ଲାଇନ୍ ପାଇଁ ପ୍ରଚେଷ୍ଟା ଆରମ୍ଭ କରିଛନ୍ତି
କେନ୍ଦ୍ରାପଡ଼ା ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା। ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ଚିଠି ଲେଖି ହରିଦାସପୁର-ପାରାଦୀପ ଦ୍ବିତୀୟ ରେଳ୍ ଲାଇନ୍ ଲାଗି ପ୍ରସ୍ତାବ ଦେବା ସହ ଏହାର ମଂଜୁରୀ ଲାଗି ଅନୁରୋଧ କରିଛନ୍ତି।