ଏମିତି ହେଲେ ଚାମ୍ପିଅନ୍ସ ଟ୍ରଫି ଖେଳି ପାରିବେନି ହାର୍ଦ୍ଦିକ ପାଣ୍ଡ୍ୟା, ଜାଣନ୍ତୁ ଏହା ପଛର କାରଣ
ନୂଆଦିଲ୍ଲୀ: ହାର୍ଦ୍ଦିକ ପାଣ୍ଡ୍ୟା ବର୍ତ୍ତମାନ ବ୍ୟକ୍ତିଗତ ସମସ୍ୟା ଦେଇ ଗତି କରୁଛନ୍ତି। ତାଙ୍କୁ ଶ୍ରୀଲଙ୍କା ଗସ୍ତରେ ଭାରତୀୟ ଦଳରେ ସାମିଲ୍ କରାଯାଇଛି। ପାଣ୍ଡ୍ୟା ଟି-୨୦ ଓ ଦିନିକିଆ ସିରିଜ ପାଇଁ ଭାରତୀୟ ଦଳର ସଦସ୍ୟ ଅଛନ୍ତି। କିନ୍ତୁ ସେ ଦିନିକିଆ ସିରିଜ୍ ଖେଳିବେ ନାହିଁ। ପାଣ୍ଡ୍ୟା ବ୍ୟକ୍ତିଗତ କାରଣ ପାଇଁ ଦିନିକିଆ ସିରିଜ୍ରୁ ଓହରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି କାରଣରୁ ତାଙ୍କୁ ଟି-୨୦ ଦଳର ନେତୃତ୍ଵ ଦାୟିତ୍ଵ ଦିଆଯାଇନି।ଏବେ ପାଣ୍ଡ୍ୟାଙ୍କ ସମସ୍ୟା ଆହୁରି ବଢିପାରେ। ଯଦି ସେ ଆଶାନୁରୂପ ପ୍ରଦର୍ଶନ କରି ନ ପାରନ୍ତି ତେବେ ତାଙ୍କୁ ଚାମ୍ପିଅନ୍ସ ଟ୍ରଫି ୨୦୨୫ରୁ ବାଦ୍ ଦିଆଯାଇପାରେ।ପାଣ୍ଡ୍ୟାଙ୍କ ଫିଟନେସ୍ ଉପରେ ପ୍ରଶ୍ନ ଉଠୁଥିବାରୁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ ଏକ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନେଇଛି। ଟାଇମ୍ସ ଅଫ ଇଣ୍ଡିଆର ଖବର ଅନୁସାରେ ବିଜୟ ହଜାରେ ଟ୍ରଫି ସମୟରେ ବିସିସିଆଇ ପାଣ୍ଡ୍ୟାଙ୍କ ବୋଲିଂ ଉପରେ ସ୍ଵତନ୍ତ୍ର ଧ୍ୟାନ ଦେବ। ତାଙ୍କ ଫିଟନେସ୍ ଉପରେ ସ୍ଵତନ୍ତ୍ର ଧ୍ୟାନ ଦିଆଯିବ। ଏହା ପରେ ସେ ଚାମ୍ପିଅନ୍ସ ଟ୍ରଫି ୨୦୨୫ ଖେଳିବେ କି ନାହିଁ ତାହା ଉପରେ ନିଷ୍ପତ୍ତି ନିଆଯିବ। ପାଣ୍ଡ୍ୟା ସ୍ଵତଃପ୍ରବୃତ ଭାବେ ଭାରତୀୟ ଦଳରେ ସାମିଲ ହୋଇ ପାରିବେ ନାହିଁ। ଦିନିକିଆ କ୍ରିକେଟ୍ ପାଇଁ ତାଙ୍କୁ ନିଜର ଫିଟନେସ୍ ସାବ୍ୟସ୍ତ କରିବାକୁ ପଡ଼ିବ। Also read: ୨୦୦ ଟଙ୍କା ପାଇଁ ଖେଳୁଥିଲେ କ୍ରିକେଟ, ଏବେ
ନୂଆଦିଲ୍ଲୀ: ହାର୍ଦ୍ଦିକ ପାଣ୍ଡ୍ୟା ବର୍ତ୍ତମାନ ବ୍ୟକ୍ତିଗତ ସମସ୍ୟା ଦେଇ ଗତି କରୁଛନ୍ତି। ତାଙ୍କୁ ଶ୍ରୀଲଙ୍କା ଗସ୍ତରେ ଭାରତୀୟ ଦଳରେ ସାମିଲ୍ କରାଯାଇଛି। ପାଣ୍ଡ୍ୟା ଟି-୨୦ ଓ ଦିନିକିଆ ସିରିଜ ପାଇଁ ଭାରତୀୟ ଦଳର ସଦସ୍ୟ ଅଛନ୍ତି। କିନ୍ତୁ ସେ ଦିନିକିଆ ସିରିଜ୍ ଖେଳିବେ ନାହିଁ। ପାଣ୍ଡ୍ୟା ବ୍ୟକ୍ତିଗତ କାରଣ ପାଇଁ ଦିନିକିଆ ସିରିଜ୍ରୁ ଓହରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି କାରଣରୁ ତାଙ୍କୁ ଟି-୨୦ ଦଳର ନେତୃତ୍ଵ ଦାୟିତ୍ଵ ଦିଆଯାଇନି।ଏବେ ପାଣ୍ଡ୍ୟାଙ୍କ ସମସ୍ୟା ଆହୁରି ବଢିପାରେ। ଯଦି ସେ ଆଶାନୁରୂପ ପ୍ରଦର୍ଶନ କରି ନ ପାରନ୍ତି ତେବେ ତାଙ୍କୁ ଚାମ୍ପିଅନ୍ସ ଟ୍ରଫି ୨୦୨୫ରୁ ବାଦ୍ ଦିଆଯାଇପାରେ।
ପାଣ୍ଡ୍ୟାଙ୍କ ଫିଟନେସ୍ ଉପରେ ପ୍ରଶ୍ନ ଉଠୁଥିବାରୁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ ଏକ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନେଇଛି। ଟାଇମ୍ସ ଅଫ ଇଣ୍ଡିଆର ଖବର ଅନୁସାରେ ବିଜୟ ହଜାରେ ଟ୍ରଫି ସମୟରେ ବିସିସିଆଇ ପାଣ୍ଡ୍ୟାଙ୍କ ବୋଲିଂ ଉପରେ ସ୍ଵତନ୍ତ୍ର ଧ୍ୟାନ ଦେବ। ତାଙ୍କ ଫିଟନେସ୍ ଉପରେ ସ୍ଵତନ୍ତ୍ର ଧ୍ୟାନ ଦିଆଯିବ। ଏହା ପରେ ସେ ଚାମ୍ପିଅନ୍ସ ଟ୍ରଫି ୨୦୨୫ ଖେଳିବେ କି ନାହିଁ ତାହା ଉପରେ ନିଷ୍ପତ୍ତି ନିଆଯିବ। ପାଣ୍ଡ୍ୟା ସ୍ଵତଃପ୍ରବୃତ ଭାବେ ଭାରତୀୟ ଦଳରେ ସାମିଲ ହୋଇ ପାରିବେ ନାହିଁ। ଦିନିକିଆ କ୍ରିକେଟ୍ ପାଇଁ ତାଙ୍କୁ ନିଜର ଫିଟନେସ୍ ସାବ୍ୟସ୍ତ କରିବାକୁ ପଡ଼ିବ।
Also read: ୨୦୦ ଟଙ୍କା ପାଇଁ ଖେଳୁଥିଲେ କ୍ରିକେଟ, ଏବେ ୧୭୦ କୋଟିର ମାଲିକ
ନିକଟରେ ବିସିସିଆଇ ଶ୍ରୀଳଙ୍କା ଗସ୍ତ ପାଇଁ ଭାରତୀୟ ଦଳ ଘୋଷଣା କରିଛି। ସୂର୍ଯ୍ୟକୁମାର ଯାଦବଙ୍କୁ ଟି-୨୦ ଦଳର ଅଧିନାୟକ କରାଯାଇଛି। ହାର୍ଦ୍ଦିକ ପାଣ୍ଡ୍ୟା ବରିଷ୍ଠ ହୋଇଥିଲେ ହେଁ, ତାଙ୍କୁ ଅଧିନାୟକ କରାଯାଇନି। ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗକର, ନିୟମିତ ଅଧିନାୟକ ରୋହିତ ଶର୍ମା ଓ ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ମଧ୍ୟରେ ଏକ ଗୁରୁତ୍ଵପୂର୍ଣ୍ଣ ବୈଠକ ହୋଇଥିଲା। ଏଥିରେ ଟି-୨୦ ଅଧିନାୟକ ନେଇ ବଡ଼ ନିଷ୍ପତ୍ତି ହୋଇଥିଲା। ପାଣ୍ଡ୍ୟା ଦିନିକିଆ ସିରିଜ୍ରୁ ଓହରିବାକୁ ନିଷ୍ପତ୍ତି ନେବା ପରେ ତାଙ୍କଠୁ ଟି-୨୦ ଦଳର ଅଧିନାୟକ ପଦ ଛଡ଼ାଇ ନିଆଯାଇଛି। ତେବେ ଏହାକୁ ନେଇ କୌଣସି ଆନୁଷ୍ଠାନିକ ପ୍ରତିକ୍ରିୟା ସାମ୍ନାକୁ ଆସିନି।