୨୬ରେ ମହାଶିବରାତ୍ରୀ, ରାତି ୧୦ଟାରେ ଉଠିବ ଲିଙ୍ଗରାଜଙ୍କ ମହାଦୀପ

ଭୁବନେଶ୍ୱର:ଆସନ୍ତା ୨୬ରେ ମହାଶିବରାତ୍ରୀ। ମହାଶିବରାତ୍ରୀରେ ଅନୁଷ୍ଠିତ ହେଉଥିବା ଜାଗତ ଯାତ୍ରାରେ ବହୁ ଜନସମାଗମ ହୋଇଥାଏ। ଭୁବନେଶ୍ୱର ପ୍ରଭୁ ଲିଙ୍ଗରାଜଙ୍କ ପୀଠରେ ମଧ୍ୟ ବେଶ ଧୂମଧାମରେ ପାଳନ ହୁଏ ମହାଶିବରାତ୍ରୀ। ଚଳିତବର୍ଷ ମହାଶିବରାତ୍ରୀରେ ରାତି ୧୦ଟାରେ ଉଠିବ ଲିଙ୍ଗରାଜଙ୍କ ମହାଦୀପ। ସମନ୍ଵୟ କମିଟିରେ ଏହି ନିଷ୍ପତ୍ତି ହୋଇଛି। ଗତକାଲି ଆଇନ ମନ୍ତ୍ରୀଙ୍କ ଅଧ୍ଯକ୍ଷତାରେ ଏହି ସମନ୍ଵୟ ବୈଠକ ହୋଇଥିଲା। ବୈଠକରେ ଜାଗର ନେଇ ବିସ୍ତୃତ ଆଲୋଚନା କରାଯାଇଥିଲା। ଚଳିତ ବର୍ଷ ଲିଙ୍ଗରାଜଙ୍କ ଜାଗର ଯାତ୍ରାକୁ ସୁରୁଖୁରୁରେ ସମ୍ପନ୍ନ କରିବା […]

୨୬ରେ ମହାଶିବରାତ୍ରୀ, ରାତି ୧୦ଟାରେ ଉଠିବ ଲିଙ୍ଗରାଜଙ୍କ ମହାଦୀପ

ଭୁବନେଶ୍ୱର:ଆସନ୍ତା ୨୬ରେ ମହାଶିବରାତ୍ରୀ। ମହାଶିବରାତ୍ରୀରେ ଅନୁଷ୍ଠିତ ହେଉଥିବା ଜାଗତ ଯାତ୍ରାରେ ବହୁ ଜନସମାଗମ ହୋଇଥାଏ। ଭୁବନେଶ୍ୱର ପ୍ରଭୁ ଲିଙ୍ଗରାଜଙ୍କ ପୀଠରେ ମଧ୍ୟ ବେଶ ଧୂମଧାମରେ ପାଳନ ହୁଏ ମହାଶିବରାତ୍ରୀ। ଚଳିତବର୍ଷ ମହାଶିବରାତ୍ରୀରେ ରାତି ୧୦ଟାରେ ଉଠିବ ଲିଙ୍ଗରାଜଙ୍କ ମହାଦୀପ। ସମନ୍ଵୟ କମିଟିରେ ଏହି ନିଷ୍ପତ୍ତି ହୋଇଛି। ଗତକାଲି ଆଇନ ମନ୍ତ୍ରୀଙ୍କ ଅଧ୍ଯକ୍ଷତାରେ ଏହି ସମନ୍ଵୟ ବୈଠକ ହୋଇଥିଲା। ବୈଠକରେ ଜାଗର ନେଇ ବିସ୍ତୃତ ଆଲୋଚନା କରାଯାଇଥିଲା।
ଚଳିତ ବର୍ଷ ଲିଙ୍ଗରାଜଙ୍କ ଜାଗର ଯାତ୍ରାକୁ ସୁରୁଖୁରୁରେ ସମ୍ପନ୍ନ କରିବା ଉପରେ ଗୁରୁତ୍ଵ ଦିଆଯାଇଛି। ଆସନ୍ତା ୨୬ ତାରିଖ ହେବ ଜାଗର। ଭୋର୍ ୩ଟାରୁ ରାତି ସାଢ଼େ ୧୧ଟା ଓ ରାତି ସାଢ଼େ ୧୧ଟାରୁ ପରଦିନ ସକାଳ ୫ଟା ୧୫ ମିନିଟ ପର୍ଯ୍ୟନ୍ତ ଲିଙ୍ଗରାଜଙ୍କ ନୀତିକାନ୍ତି ବି ସ୍ଥିର ହୋଇଛି। ଲିଙ୍ଗରାଜଙ୍କ ଜାଗରକୁ ସୁରୁଖୁରୁରେ ସମ୍ପନ୍ନ କରିବା ପାଇଁ ଓ ଭକ୍ତଙ୍କ ସୁବିଧା ପାଇଁ ସବୁ ପ୍ରକାର ବ୍ୟବସ୍ଥା କରାଯିବ। ଭକ୍ତମାନେ ଯେମିତି ବିନା ସମସ୍ୟାରେ ଲିଙ୍ଗରାଜଙ୍କୁ ଦର୍ଶନ କରିପାରିବେ, ତା ଉପରେ ବୈଠକରେ ଫୋକସ୍ କରାଯାଇଛି।